Posted inଜାତୀୟ

୮ ବର୍ଷରେ ୭୫୦ ବାଘ ମୃତ

ନୂଆଦିଲ୍ଲୀ,୫ା୬(ପି.ଟି.):ଶିକାର ଓ ଅନ୍ୟାନ୍ୟ କାରଣରୁ ଗତ ୮ ବର୍ଷ ମଧ୍ୟରେ ଭାରତରେ ୭୫୦ ବାଘ ମୃତ୍ୟୁମୁଖରେ ପଡ଼ିଥିବା ସରକାରୀ ତଥ୍ୟରୁ ଜଣାପଡିଛି। କେବଳ ମଧ୍ୟପ୍ରଦେଶରେ ସର୍ବାଧିକ ୧୭୩ଟି ବାଘ ପ୍ରାଣ ହରାଇଛନ୍ତି। ସ୍ବାଭାବିକ୍‌ କାରଣରୁ ୩୬୯ଟି ବାଘ ମୃତ୍ୟୁମୁଖରେ ପଡ଼ିଥିବାବେଳେ ଶିକାରୀଙ୍କ ହାବୁଡ଼ରେ ପଡ଼ି ୧୬୮ ବାଘଙ୍କ ଜୀବନ ଯାଇଛି। ଅନ୍ୟ ୭୦ ବାଘଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଯାଞ୍ଚ ଚାଲିଥିବାବେଳେ ଅସ୍ବାଭାବିକ ଭାବେ ତଥା ଦୁର୍ଘଟଣା କିମ୍ବା ପରସ୍ପର ମଧ୍ୟରେ ସଂଘର୍ଷ ଯୋଗୁ ୪୨ଟିର ମୃତ୍ୟୁ ଘଟିଛି। ୨୦୧୨ରୁ ୨୦୧୯ ମଧ୍ୟରେ ବିଭିନ୍ନ କର୍ତ୍ତୃପକ୍ଷ ୧୦୧ଟି ବାଘଙ୍କୁ ଜବତ କରିଥିବା ଏକ ଆରଟିଆଇ ଆବେଦନ ଉପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ପକ୍ଷରୁ କୁହାଯାଇଛି। ୨୦୧୦ରୁ ୨୦୨୦ ମଧ୍ୟରେ ବାଘ ମୃତ୍ୟୁର ସବିଶେଷ ବିବରଣୀ ପ୍ରଦାନ କରିବା ଲାଗି ଏନ୍‌ଟିସିଏରେ ଆବେଦନ କରାଯାଇଥିଲା। ତେବେ କର୍ତ୍ତୃପକ୍ଷ ୨୦୧୨ରୁ ୮ ବର୍ଷ ମଧ୍ୟରେ ବାଘମୃତ୍ୟୁ ସମ୍ପର୍କିତ ତଥ୍ୟ ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ ଗତ ୪ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫୦ ବୃଦ୍ଧି ପାଇ ୨,୯୭୬ରେ ପହଞ୍ଚତ୍ଥିବା ଗତ ଡିସେମ୍ବରରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ। ଏଥିପାଇଁ ଆମେ ସମଗ୍ର ପରିବେଶ ବ୍ୟବସ୍ଥା ଉପରେ ଗର୍ବ କରିବା କଥା ବୋଲି ଜାଭଡେକର ରାଜ୍ୟ ସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ କହିଥିଲେ।
ମଧ୍ୟପ୍ରଦେଶରେ ଶିକାରୀଙ୍କ ଗୁଳିରେ ୩୮ ବାଘ ମରିଥିବାବେଳେ ୯୪ଟିର ସ୍ବାଭାବିକ ଏବଂ ୬ଟିର ଅସ୍ବାଭାବିକ ମୃତ୍ୟୁ ହୋଇଛି। ୧୬ଟି ଜବତ ହୋଇଥିବାବେଳେ ଅନ୍ୟ ୧୯ଟିର ମୃତ୍ୟୁ ସମ୍ପର୍କରେ ଯାଞ୍ଚ କରାଯାଉଛି। ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ ବାଘ ରହିଛନ୍ତି। ସେହିପରି ମହାରାଷ୍ଟ୍ରରେ ଗତ ୮ ବର୍ଷ ମଧ୍ୟରେ ୧୨୫ଟି ବାଘ ମରିଛନ୍ତି। ଏହା ପଛକୁ କର୍ନାଟକ (୧୧୧), ଉତ୍ତରାଖଣ୍ଡ (୮୮), ତାମିଲନାଡୁ (୫୪), ଆସାମ (୫୪), କେରଳ(୩୫), ଉତ୍ତରପ୍ରଦେଶ (୩୫), ରାଜସ୍ଥାନ (୧୭), ବିହାର (୧୧), ପଶ୍ଚିମବଙ୍ଗ (୧୧) ଏବଂ ଛତିଶଗଡ଼ରେ ୧୦ଟି ବାଘର ମୃତ୍ୟୁ ଘଟିଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ୮ ବର୍ଷରେ ୭ଟି ଲେଖାଏ ବାଘ ମରିଥିବାବେଳେ ତେଲଙ୍ଗାନାରେ ୫, ଦିଲ୍ଲୀ ଓ ନାଗାଲାଣ୍ଡରେ ୨ଟି ଲେଖାଏ, ହରିୟାଣା, ଗୁଜରାଟରେ ଗୋଟିଏ ଲେଖାଏ ବାଘ ମରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri