‘ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ’

ଭୁବନେଶ୍ୱର,୫ା୬(ବ୍ୟୁରୋ):ଜୀବନ ଓ ଜୀବିକା ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥରେ ରହିଲେ ଜୀବିକା ଆଗକୁ ବଢ଼ିବ। ଜୀବିକା ଗୁରୁତ୍ୱପୂର୍ଣ୍ଣ ବୋଲି ଲକ୍‌ଡାଉନ କୋହଳ କରାଯାଇଛି। ଜୀବନ ପ୍ରତି ଯେପରି ବିପଦ ସୃଷ୍ଟି ନ ହେବ ସେଥିପ୍ରତି ସାବଧାନ ରହିବା ଜରୁରୀ। ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ ମାନି ୨ ମାସରୁ ଅଧିକ ସମୟ ଘରେ ରହି ଯେଉଁ ତ୍ୟାଗ କରାଯାଇଛି ତାହା ଯେପରି ବିଫଳ ନ ହେବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗୁରୁବାର ସନ୍ଧ୍ୟାରେ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୁନ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗକୁ ମୌସୁମୀ ଆସୁଛି। ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଲକ୍‌ଡାଉନ କୋହଳ ହେଲା। କିନ୍ତୁ କରୋନା ଯାଇଛି ବୋଲି ଭାବିବା ଉଚିତ ନୁହେଁ। ନିଜ ପରିବାର କଥା ଚିନ୍ତା କରି ଲକ୍‌ଡାଉନରେ ରହିଲେ ଆମେ କରୋନାକୁ ଜିତିପାରିବା। ଗତ ଦୁଇ ମାସରୁ ଅଧିକ ସମୟ ହେବ ଆମେ ଲକ୍‌ଡାଉନରେ ରହିଆସିଛୁ। ଏହା ଏକ ଲମ୍ବା ଲଢ଼େଇ। କରୋନା ଟିକା ଏଯାଏ ଆସି ନାହିଁ। ବର୍ତ୍ତମାନ ୫ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ସେମାନେ ଫେରିବା ଦ୍ୱାରା ଯେଉଁ ପ୍ରଭାବ ପଡିବ, ତାହା ଆଗାମୀ ୧୫ରୁ ୨୦ ଦିନ ମଧ୍ୟରେ କମିଯିବ। ସେହିପରି ଜୁନ୍‌ ୧୦ରୁ ମୌସୁମୀ ବର୍ଷା ଆରମ୍ଭ ହେବ। ଥଣ୍ଡା, ଶର୍ଦ୍ଦି ବଢ଼ିବାର ସମ୍ଭାବନା ରହିଛି। ଏହି ଦୁଇଟି କାରଣ ଯୋଗୁ ଆସନ୍ତା ୨୫ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟକୁ ଆମେ ଯେପରି ପରିଚାଳନା କରିବା ତାହା ଉପରେ କରୋନା ଲଢ଼େଇ ସଫଳତା ନିର୍ଭର କରୁଛି। ଜୁନ୍‌ ମାସ ନିର୍ଣ୍ଣାୟକ ହେବ। କରୋନା ସଂକ୍ରମଣ ଶୀର୍ଷରେ ରହିଛି। ୧୫ ଦିନ ତଳେ ଆମ ଦେଶରେ ଦିନକୁ ୩ ହଜାର ଲୋକ ସଂକ୍ରମିତ ହେଉଥିଲେ। ଏବେ ଏହି ସଂଖ୍ୟା ୧୦ ହଜାରରେ ପହଞ୍ଚିଲାଣି। ଏହା ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ। ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଛନ୍ତି। ସାଢ଼େ ୪କୋଟି ଲୋକଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବାହାରକୁ ଯିବାଆସିବା କମାଇବା ପାଇଁ ଶଟ୍‌ଡାଉନ ଓ ଲକ୍‌ଡାଉନ କରାଯାଉଛି। ୧୧ଟି ଜିଲାରେ ସପ୍ତାହରେ ଦୁଇଦିନ ଶଟ୍‌ଡାଉନ ହେବ। ଜୁନ ମାସରେ ସପ୍ତାହକୁ ୨ ଦିନ ଓ ମାସକୁ ୮ ଦିନ ଶଟ୍‌ଡାଉନ ହେବ। ଏହି ୮ ଦିନ ପୂରା ଘରେ ରହିବାକୁ ପଡ଼ିବ। ଏହାଦ୍ୱାରା କରୋନା ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିହେବ। ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ଦିନକୁ ୧୦ ଘଣ୍ଟା ହିସାବରେ ସାସକୁ ୩୦୦ ଘଣ୍ଟା। ଶଟ୍‌ଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ମିଶି ଜୁନ୍‌ ମାସରେ ପୂରା ୧୭ ଦିନ ଘରେ ରହିବାକୁ ପଡ଼ିବ। ଏହାଦ୍ୱାର ସଂକ୍ରମଣ କମିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜନସାଧାରଣ ବାହାରକୁ ଗଲେ ସବୁ ବେଳେ ମାସ୍କ ପିନ୍ଧନ୍ତୁ। ଠିକ୍‌ ଭାବେ ମାସ୍କ ପିନ୍ଧିଲେ ୯୦ ପ୍ରତିଶତ ସଂକ୍ରମଣ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହାଟବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ। କିଏ କରୋନା ପଜିଟିଭ୍‌ ତାହା ଜାଣିବା କଷ୍ଟକର। ନିଜ ଲୋକ କରୋନା ହସ୍ପିଟାଲକୁ ଯାଆନ୍ତୁ ବୋଲି କେହି ଚାହିଁବେ ନାହିଁ। ବାହାରୁ ଘରକୁ ଫେରିଲେ ୨୦ ସେକେଣ୍ଡ ପାଇଁ ସାବୁନରେ ହାତ ଧୁଅନ୍ତୁ। ୬୫ ବର୍ଷରୁ ଅଧିକ ବୟସର ଲୋକ, ଗୁରୁତର ରୋଗରେ ପୀଡିତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ବୟସ ପିଲାଙ୍କୁ ବାହାରକୁ ନ ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?