୭୦ ବର୍ଷରେ ମତୋ ଗଜଲକ୍ଷ୍ମୀ ପୂଜା

ଚାନ୍ଦବାଲି, ୧୫।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି। ପୂଜା ପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ରଙ୍ଗିନ ଆଲୋକମାଳାରେ ପରିବେଶ ଝଲସୁଛି। ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଲାଇଟ୍‌ ଓ ତୋରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସେହିପରି ପାର୍ଶ୍ୱମୂର୍ତ୍ତି, ‘ହେଲ୍‌ମେଟ ବିନା ଗାଡ଼ି ଚଲାଇବା ବିପଦ’, ‘କାଳନେମି ବଧ’, ‘ସତୀ ସାବିତ୍ରୀ’, ‘ସୀତା ହରଣ’ ଆଦି ସାମାଜିକ ସମସ୍ୟା ଓ ପୌରାଣିକ କଥା ସମ୍ମିଳିତ ବାରୁଆଳି ଦର୍ଶକଙ୍କୁ ବାନ୍ଧି ରଖୁଛି। ବାଗୁଡ଼ି ଖେଳରୁ ଏଠାରେ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୭୦ ବର୍ଷରେ ପଦାର୍ପଣ କରିଛି।
ସପ୍ତାହ ବ୍ୟାପୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଗଜଲକ୍ଷ୍ମୀଙ୍କ ପୂଜା ଚାଲିବ। ୨୦ ତାରିଖରେ ଭସାଣି ଶୋଭାଯାତ୍ରା। ସ୍ଥାନୀୟ ଲୋକଙ୍କର ଧାନ ଚାଷ ମୁଖ୍ୟ ବେଉସା। ଧାନ ଅମଳର ପ୍ରାକ୍‌ ସମୟରେ ଏହି ପୂଜା ପାଳିତ ହେଉଥିବାରୁ ଅଧିକ ଅମଳ ପାଇଁ ସମସ୍ତେ ମା’ଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି। ମା’ଙ୍କର ଦୈନିକ ଷୋଡ଼ଶ ଉପଚାର ପୂଜା ସହିତ ନିତି, ନୈବେଦ୍ୟ, ଆଳତି ଆଦି ପାରମ୍ପରିକ ରୀତିରେ ହେଉଛି ବୋଲି ପୂଜକ ଗୟାଧର ମିଶ୍ର କହିଛନ୍ତି। ସ୍ଥାନୀୟ ଲୋକ ଓ ବ୍ୟବସାୟୀଙ୍କ ଆର୍ଥତ୍କ ସହଯୋଗରେ ପ୍ରତିବର୍ଷ ପୂଜା ପାଳିତ ହୋଇଆସୁଛି। ସମୟକ୍ରମେ ପୂଜା ବ୍ୟୟବହୁଳ ହୋଇଛି। ବନ୍ୟା, ବାତ୍ୟା, ମରୁଡ଼ି ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଅଞ୍ଚଳବାସୀ ପରମ୍ପରାକୁ ବଜାୟ ରଖିଥିବା କହନ୍ତି ଗଜଲକ୍ଷ୍ମୀ ପୂଜାର ପ୍ରତିଷ୍ଠାତା ସଭ୍ୟ ଗୟାଧର ସାହୁ। ଲୋକସଂଖ୍ୟା ବୃଦ୍ଧି କାରଣରୁ ପୂର୍ବରୁ ମା’ ପୂଜା ପାଉଥିବା ସ୍ଥାନ ଏବେ ସଂକୀର୍ଣ୍ଣ ହୋଇଯାଇଛି। ଫଳରେ ମୀନାବଜାର, ଦୋଳି ଓ ଅସ୍ଥାୟୀ ଦୋକାନଗୁଡ଼ିକ ଏବେ ମତୋ କଚେରୀ ପଡ଼ିଆରେ ପଡୁଥିବା ପୂଜା କମିଟି ସଭ୍ୟ ଗୋଲକ ସାହୁ କହିଛନ୍ତି।
ଉଲ୍ଲେଖନୀୟ ଯେ, ୧୯୪୮-୪୯ ମସିହାରେ ‘ଲୌହମାନବ’ ନାଟକର ରଚୟିତା ପ୍ରସିଦ୍ଧ ନାଟ୍ୟକାର ନବ କୁମାର ସାହୁ ଓ ତାଙ୍କ ସ୍କୁଲ ସହପାଠୀଙ୍କର ମତୋ କଚେରି ପଡ଼ିଆରେ ବାଗୁଡ଼ି ଖେଳରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା। ନାମକୁ ମାତ୍ର କେଇ ଟଙ୍କାରେ ପିଲାମାନଙ୍କ ହାତଖର୍ଚ୍ଚରୁ ଆରମ୍ଭ ଗଜଲକ୍ଷ୍ମୀ ପୂଜା ପରେ ସାର୍ବଜନୀନ ହେବା ସହ ଦୋଳ ମେଳଣ ପରି ଅଞ୍ଚଳର ଏକ ପ୍ରସିଦ୍ଧ ପୂଜାର ମାନ୍ୟତା ପାଇଛି। ସ୍ଥାନୀୟ ଲୋକ, ବ୍ୟବସାୟୀଙ୍କ ଆର୍ଥିକ ସହଯୋଗ ସହିତ ମତୋ ପଞ୍ଚାୟତର ବିଭିନ୍ନ ପୋଖରୀ ଓ ସଇରାତ ନିଲାମରୁ ମଧ୍ୟ କିଛି ଅର୍ଥ ପୂଜା କମିଟିକୁ ଯାଇଥାଏ। ଚାନ୍ଦବାଲି ବ୍ଲକ ସମେତ ପଡ଼ୋଶୀ ତିହିଡ଼ି, ବାସୁଦେବପୁର ଓ ରାଜକନିକା ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଓ ବ୍ୟବସାୟୀଙ୍କ ସମାଗମ ହେଉଥିବା ପୂଜା କମିଟି ସଭାପତି ଉମାକାନ୍ତ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri