୭ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର,୧।୨(ବ୍ୟୁରୋ): କଳିଙ୍ଗ ବୀରମାନଙ୍କ ବୀରତ୍ୱର ଗାଥାକୁ ମନେପକାଇ ଶାନ୍ତିସ୍ତୂପ ଧଉଳି ପାହାଡ଼ର ପାଦ ଦେଶରେ ଅନୁଷ୍ଠିତ ହେବ ୧୬ତମ ଧଉଳି-କଳିଙ୍ଗ ମହୋତ୍ସବ। ଆସନ୍ତା ଫେବୃୟାରୀ ୭ରୁ ୯ ପର୍ଯ୍ୟନ୍ତ ଦୀର୍ଘ ୩ ଦିନବ୍ୟାପୀ ଚାଲିବାକୁ ଥିବା ଏହି ମହୋତ୍ସବରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦେଶ ବିଦେଶରୁ ଖ୍ୟାତିସମ୍ପନ୍ନ କଳାକାରମାନେ ଯୋଗଦେବେ। ନୃତ୍ୟ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ଶାନ୍ତିସ୍ତୂପକୁ ସାକ୍ଷୀ ରଖି କଳାକାରମାନେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବେ।
ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ମିଳିତ ଆୟୋଜନରେ ଆର୍ଟ ଭିଜନ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବରେ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଏବଂ ଲୋକନୃତ୍ୟ ସହ ଦେଶ ବିଦେଶର ସମର କଳା ପ୍ରଦର୍ଶନ କରିବେ। ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ସୃଜନର କଳାକାରମାନଙ୍କ ଦ୍ୱାରା ସ୍ବତନ୍ତ୍ର ପଲ୍ଲବୀ ପରିବେଷଣ କରାଯିବ। ଏହାବ୍ୟତୀତ ରାମା ବୈଦ୍ୟନାଥନ୍‌ ଓ ସାଥୀଙ୍କ ଦ୍ୱାରା ଭାରତନାଟ୍ୟମ୍‌ ଏବଂ ବିଭୁଦତ୍ତ ଦାସ ଏବଂ ଗ୍ରୁପ୍‌ ଦ୍ୱାରା ଲୋକପ୍ରିୟ ମୟୂରଭଞ୍ଜ ଛଉ ପରିବେଷଣ କରାଯିବ। ସେହିଭଳି ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଦ୍ୱାରା ମଞ୍ଚସ୍ଥ ହେବାକୁ ଥିବା ‘ଶାନ୍ତି ମନ୍ତ୍ର’ ଆକର୍ଷଣ ରହିବ। କୋଲକାତାର ଶର୍ମିଲା ବିଶ୍ୱାସ ଏବଂ ସାଥୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ମୁମ୍ବାଇର ଆସ୍ତାଦ୍‌ ଦେବୁ ଏବଂ ଗ୍ରୁପ୍‌ ଦ୍ୱାରା ଏହି ସନ୍ଧ୍ୟାରେ କଣ୍ଟେମ୍ପୋରାରି ନୃତ୍ୟ ପରିବେଷିତ ହେବ। ଉଦ୍‌ଯାପନୀ ସନ୍ଧ୍ୟାରେ ଭୁବନେଶ୍ୱରର ସଚ୍ଚିଦାନନ୍ଦ ଦାସ ଏବଂ ସାଥୀଙ୍କ ଦ୍ୱାରା ମର୍ଦ୍ଦଳ ବାଦନ, ମୁମ୍ବାଇର ରାଜଶ୍ରୀ ସିର୍‌କେ ଏବଂ ଗ୍ରୁପ୍‌ ଦ୍ୱାରା କଥକ ନୃତ୍ୟ ଓ ବାଙ୍ଗାଲୋରର ରଞ୍ଜନ ମୁଲାରାଟ୍‌ ଏବଂ ଗ୍ରୁପ୍‌ ଦ୍ୱାରା କଳାରିପୟାଟୁ ପରିବେଷଣ କରାଯିବ। ଏହି ଅବସରରେ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉତ୍କର୍ଷ ଲାଗି ଓଡ଼ିଶା ଡ୍ୟାନ୍ସ ଏକାଡେମୀ ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ ବୁଦ୍ଧ ସମ୍ମାନରେ ସମ୍ମାନିତ ହେବେ। ପୁରସ୍କାର ସ୍ବରୂପ ତାଙ୍କୁ ୧ଲକ୍ଷ ଟଙ୍କା ସହ ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ସେହିଭଳି ଓଡ଼ିଶୀ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା, ବିଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଆଲୋକ କାନୁନ୍‌ଗୋ, ଆମେରିକାରେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡ. ଦେବୀ ମିଶ୍ର, ଡ. ନିରଞ୍ଜନ ତ୍ରିପାଠୀ, ଡ. ସ୍ବାତୀ ତ୍ରିପାଠୀ ଏବଂ ଜଣାଶୁଣା ମଞ୍ଚ ଆଲୋକ ସମ୍ପାଦନାକାରୀ ଜୟଦେବ ଦାସଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଶୁକ୍ରବାର ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର୍‌. ଯାଦବ, ବିଭାଗୀୟ ବରିଷ୍ଠ ଅଧିକାରୀ ଡ. ରତିକାନ୍ତ ପଟ୍ଟନାୟକ, ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଡ. ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନର ଇଲିଆନା ଚିତାରିସ୍ତି ଏନେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri