୭ରୁ ଜେଡିସିଏ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ: ପ୍ରଦର୍ଶିତ ହେବ ଦେଶ ବିଦେଶର ୪୮ ଫିଲ୍ମ

ଭୁବନେଶ୍ୱର,୨।୨(ବ୍ୟୁରୋ)-  ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ(ଜେଡିସିଏ)ର ଫିଲ୍ମ ଫୋରମ୍‌ ଆନୁକୂଲ୍ୟରେ କଳା ଓ କଳାକାର ଆଧାରିତ ତ୍ରୟୋଦଶ ଅନ୍ତର୍ଜାତୀୟ ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆସନ୍ତା ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ୩ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ଚଳିତବର୍ଷ କଳା ଓ ହସ୍ତକଳାକୁ ପ୍ରାଧାନ୍ୟ ଦିଆଯିବ। ଦେଶ ବିଦେଶରୁ ଆସିଥିବା ଶତାଧିକ ପ୍ରାମାଣିକ ଚଳଚ୍ଚିତ୍ରରୁ ୪୮ ବଛା ବଛା ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ। ଫେବୃୟାରୀ ୭ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣ୍ଡଗିରି ଛକସ୍ଥିତ ଜେଡିସିଏ ସାଇଟ୍‌ଠାରେ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଫେବୃୟାରୀ ୮ ଓ ୯ ଇଡ୍‌କଲ ଅଡିଟୋରିୟମ୍‌ରେ ସକାଳ ୧୦ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ବିଭିନ୍ନ କର୍ମଶାଳାର ଆୟୋଜନ କରାଯିବ।

ତ୍ରୟୋଦଶ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଶାର ଲୋକକଳା ଓ ହସ୍ତଶିଳ୍ପ ବିଶେଷକରି ଲୁପ୍ତପ୍ରାୟ କଳାକୁ ସିନେମା ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଅଣାଯିବ। ଫିଲ୍ମ ନିର୍ମାତା ଅଭିଷେକ ସ୍ବାଇଁଙ୍କ ‘ଥ୍ରୋ ଦ ଆଇଜ୍‌ ଅଫ୍‌ ଆନ୍‌ ଆର୍ଟିଷ୍ଟ’, ଆଶୁତୋଷ ପଟ୍ଟନାୟକଙ୍କ ‘ଶ୍ରୀକ୍ଷେତ୍ରରୁ ସାହିଯାତ’, ପଙ୍କଜ ସେଠୀଙ୍କ ‘କବୀର କେ ଜୁଲାହେ’ ଭଳି ଚଳଚ୍ଚିତ୍ରରେ ଓଡ଼ିଶାର କଳା ଓ କଳାକାରଙ୍କୁ ଦେଖିବାକୁ ମିଳିବ। ଏଥର ଦେଶ ବିଦେଶରେ ପ୍ରଶଂସିତ ହୋଇଥିବା ଡାମିଏନ୍‌ ୱଲିଅମ୍‌ସ୍‌ଙ୍କ ‘ଗୁରୁମୂଲ’ ଫେଷ୍ଟିଭାଲ୍‌ରେ ସର୍ବପ୍ରଥମେ ପ୍ରଦର୍ଶିତ ହେବ। ସେହିଭଳି ଅବନୀ ରାଏଙ୍କ ଦ୍ୱାରା ନିର୍ମିତ ‘ରଘୁ ରାଏ: ଆନ୍‌ ଅନ୍‌ଫ୍ରାଏଡ୍‌ ପୋର୍ଟ୍ରେଡ୍‌’ ସର୍ବଶେଷରେ ପ୍ରଦର୍ଶିତ ହେବ। ଏହାସହ ଫ୍ରାନ୍ସର ୟାନ୍‌ ଆର୍ଥସ୍‌-ବରଟ୍ରାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ହ୍ୟୁମାନ୍‌ ମ୍ୟୁଜିକ୍‌’, ମେକ୍ସିକୋର ମାରିନୋ ରେର୍ଟେରିଆଙ୍କ ‘କାରା ଡେ ଡିଆବ୍ଲୋ’, କାନାଡ଼ାର ମାନନ୍‌ ଚାମ୍ବରଲାଣ୍ଟ ଓ ଇଭା କାଉକାଇଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘କାଟାଟ୍‌ଜାଟୁକ୍‌ କାଙ୍ଗିରସୁମି’, ଇଂଲଣ୍ଡର ନୋନୋଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦ ହାର୍ଟବିଟ୍‌ସ୍‌ ଅଫ୍‌ ମେମୋରି’, ଜର୍ମାନୀରୁ ଆସିଥିବା ଚଳଚ୍ଚିତ୍ର ‘ଓଲାଫୁର୍‌ ଏଲିସନ୍‌: ବିକମ୍‌ ଇୟୋର ଓନ୍‌ ନାଭିଗେଟର’, ଚାଇନାର ସନ ଜୁନ୍‌ଙ୍କ ‘ମାଇଥୋଲୋଜିକାଲ ଟାଇମ୍‌’, ଆମେରିକାର ଆଲେକ୍‌ଜାଣ୍ଡର ଲିଭାରିସ୍‌ଙ୍କ ‘ଆର୍କିଟେକ୍ଟ ସାଣ୍ଟିିଆଗୋ କାଲାଟ୍ରାଭା’ ଭଳି ଏକାଧିକ ଉତ୍କୃଷ୍ଟ ଚଳଚ୍ଚିତ୍ର ଏଥର ପ୍ରଦର୍ଶିତ ହେବ। ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଦୀପ୍ତି ସିଭାନ୍‌ଙ୍କ ‘ଡିକୋଡିଙ୍ଗ୍‌ ଶଙ୍କର’, ନୂତନ ମନମୋହନଙ୍କ ‘ଲିଗାସି ଅଫ୍‌ ଏ ପେଣ୍ଟର’, ଅନୁଙ୍ଗ୍‌ଲା ଜୋ ଲଙ୍ଗ୍‌କୁମେରଙ୍କ ‘ଶର୍ଟ ଏୱେକ୍‌: ଦ ମେକିଙ୍ଗ୍‌ ଅଫ୍‌ ଜଙ୍ଗ୍‌ଲାଙ୍ଗୁସୁଙ୍କ ନିଉ ଲଙ୍ଗ୍‌ ଡ୍ରମ୍‌’, ଅରଣ୍ୟ ସହାୟଙ୍କ ‘ସଙ୍ଗ୍‌ ଅଫ୍‌ ବାବାସାହେବ’ ଇତ୍ୟାଦି ଚଳଚ୍ଚିତ୍ର ରହିଛି। ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ନ ଥିବା ଜେଡିସିଏ ପକ୍ଷରୁ କୁହାଯାଇଛି।

ଫିଲ୍ମ ମେକିଂ ଉପରେ ସ୍ବତନ୍ତ୍ର କର୍ମଶାଳା
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଫିଲ୍ମ ମେକିଂ ଉପରେ ସ୍ବତନ୍ତ୍ର କର୍ମଶାଳା ଆୟୋଜନ କରିବ ଜେଡିସିଏ। ଚାଇନିଜ୍‌ ଆର୍ଟିଷ୍ଟ ୱେପୁ ଚେଙ୍ଗ୍‌, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ନନ୍ଦନ ସାକ୍ସେନା ଓ କବିତା ବେହେଲ ଡିଜିଟାଲ ଚଳଚ୍ଚିତ୍ର ନିର୍ମାଣ ଉପରେ ଆୟୋଜିତ କର୍ମଶାଳାରେ ଭାଗନେବେ। ସେହିଭଳି ବୋସ୍‌ କ୍ରିଷ୍ଟାମାଚାରୀ, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ଏବଂ ନ୍ୟାଶନାଲ ଗ୍ୟାଲେରି ଅଫ୍‌ ମଡନର୍ର୍ ଆର୍ଟ ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ ଉତ୍ସବରେ ଅଭିଭାଷଣ ପ୍ରଦାନ କରିବେ। ଏହି ଉତ୍ସବରେ ଓଡ଼ିଆ ବ୍ୟଞ୍ଜନର ଲୋକପ୍ରିୟତାର ଯାତ୍ରା ଦେଖିବାକୁ ମିଳିବ।

ଜେଡିସିଏ ପକ୍ଷରୁ ନିର୍ମାଣ ଚାଲିଥିବା ଆର୍ଟ ସେଣ୍ଟରର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିବର୍ଷ ପୂର୍ବେ କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ଏବେ ସନ୍ତୋଷଜନକ ଭାବେ ଚାଲିଛି। ଏହି ବିଶ୍ୱସ୍ତରୀୟ ଆର୍ଟ ସେଣ୍ଟରକୁ ନିର୍ମାଣ କରିବାରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ସହଯୋଗ ଏବଂ ସମର୍ଥନ ଯୋଗାଇ ଦେଇଛନ୍ତି। ଜେଡିସିଏ ପକ୍ଷରୁ ଆୟୋଜିତ ଏହି ଉତ୍ସବ କଳା ଏବଂ କଳାକାରଙ୍କ ଉପରେ ଆଧାରିତ ଦେଶରେ ଏକମାତ୍ର ଚଳଚ୍ଚିତ୍ର ଉତ୍ସବ।
– ଯତୀନ ଦାସ, ଅଧ୍ୟକ୍ଷ, ଜେଡିସିଏ

ଏଭଳି ଚଳଚ୍ଚିତ୍ର ଉତ୍ସବ ଦେଶରେ ମୁମ୍ବାଇ ଓ ଦିଲ୍ଲୀ ଭଳି ମେଟ୍ରୋରେ ଦେଖିବାକୁ ମିଳେ ନାହିଁ। ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ବାହାରୁ ଆସିଥିବା ପ୍ରତିନିଧିଙ୍କ ସହ ଭାବର ଆଦାନପ୍ରଦାନ କରିବାକୁ ଏହା ଏକ ଉତ୍କୃଷ୍ଠ ପ୍ଲାଟଫର୍ମ ଯୋଗାଇ ଦେଇଥାଏ। ଜେଡିସିଏ ଦ୍ୱାରା ପ୍ରତି ମାସରେ କରାଯାଉଥିବା ‘ମିଟ୍‌ ଦ ଆର୍ଟିଷ୍ଟ’ କାର୍ଯ୍ୟକ୍ରମ ୨୩୭ ମାସ ଧରି ନିରବଚ୍ଛିନ୍ନ ଭାବେ ହେବା ଏକ ବିରଳ ଘଟଣା।
– ନନ୍ଦିତା ଦାସ, ଟ୍ରଷ୍ଟି, ଜେଡିସିଏ


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri