୭ ମାସ ହେଲା ଅଙ୍ଗନୱାଡି କେନ୍ଦ୍ରରେ ମିଳିନି ରନ୍ଧାଖାଦ୍ୟ

ଜଗନ୍ନାଥପ୍ରସାଦ,୧୮ା୭(ଡି.ଏନ.ଏ.)-ଶିଶୁ ଓ ପ୍ରସୂତିଙ୍କ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି।ଏଥିପାଇଁ ବ୍ଲକରେ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ସେଠାରେ ଜଣେ ଅଧିକାରୀ ସମେତ ସେକ୍ଟର ୱାରି ସୁପରଭାଇଜର, ଶତାଧିକ ଅଙ୍ଗନୱାଡି ଦିଦି ନିୟୋଜିତ ଅଛନ୍ତି। କିନ୍ତୁ କେଉଁଠି ଅଙ୍ଗନୱାଡି ଗୃହ ନାହିଁ ତ କେଉଁଠି ଗୃହ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଅଞ୍ଚଳର ଚୋପ୍ରା ଗ୍ରାମର ଅଙ୍ଗନଓ୍ବାଡି (ଏ) କେନ୍ଦ୍ରରେ। ୬ରୁ ଊର୍ଦ୍ଧ୍ୱ ବର୍ଷ ଧରି ଏହି କେନ୍ଦ୍ର ବହୁ ସମସ୍ୟା ଦେଇ ଗତି କରୁଛି। ଯାହା ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛିି। କେନ୍ଦ୍ରରେ ଜଣେ ସେବିକା ସୁମିତ୍ରା ରହିଛନ୍ତି। ୧୪ ଜଣଙ୍କ ମଧ୍ୟରୁ ୩ ରୁ ୬ ବର୍ଷର ଛୁଆ, ଗର୍ଭବତୀ ଓ ପ୍ରସୂତି ମୋଟ ୨୦ଜଣ ଏବଂ ୬ ମାସରୁ ୩ ବର୍ଷ ମଧ୍ୟରେ ଛୁଆ ଅଛନ୍ତିି। ଚୋପ୍ରା କେନ୍ଦ୍ର (ବି)ର କାର୍ଯ୍ୟରତ ଅଙ୍ଗନୱାଡି ଦିଦି ସୁନୀତା କୁମାରୀ ନାଇକଙ୍କୁ କେନ୍ଦ୍ର (ଏ )ର କାର୍ଯ୍ୟଭାର ସମ୍ଭାଳିବାକୁ ନିର୍ଦ୍ଦେଶ ଥିବା କୁହାଯାଇଛି। ପୂର୍ବରୁ ଦୁଇବର୍ଷ କେନ୍ଦ୍ର ବନ୍ଦ ଥିବା ବେଳେ ବର୍ତ୍ତମାନ ୭ ମାସ ଧରି ଏଠାରେ ରୋଷେଇ ହେଉନାହିଁ। ଫଳରେ ରନ୍ଧାଖାଦ୍ୟରୁ ଶିଶୁମାନେ ବଞ୍ଚତ୍ତ ହେଉଛନ୍ତି। ଏଠାରେ ଜଣେ କର୍ମୀ ଠିକ୍‌ ଭାବେ କାମ ନ କରିବାରୁ ତାଙ୍କୁ ବାହାର କରିଦେବା ପରେ ଆଉଜଣଙ୍କୁ ଉକ୍ତ ପଦବୀରେ ନିଯୁକ୍ତି ଦିଆଯାଇଥିଲା। କିଛି ଦିନ ପରେ ସେ ମଧ୍ୟ ଚାକିରି ଛାଡି ଦେଇଥିଲେ। (ବି) କେନ୍ଦ୍ରର ସୁନୀତାଙ୍କ କହିବା ପ୍ରକାରେ (ଏ) କେନ୍ଦ୍ରରେ ପଦବୀ ଖାଲି ପଡିଲେ ଅଫିସରୁ ମୋତେ ଦାୟିତ୍ୱ ପଡ଼ିଥାଏ। ଯାହା ମୋ ପାଇଁ ମଧ୍ୟ ସମସ୍ୟା ହେଉଛି। ଏ ନେଇ ସୁପରଭାଇଜର କେ.ବାସନ୍ତୀଙ୍କୁ ପଚାରିବାରୁ ଅଭିଭାବକଙ୍କ ଦ୍ୱାରା ହୋଇଥିବା ତ୍ରୁଟି ଯୋଗୁ ଏହି ସମସ୍ୟା ହୋଇଛି। କାରଣ କେନ୍ଦ୍ରରେ ଇଚ୍ଛୁକ ପାର୍ଥୀଙ୍କୁ ଚୟନ କରି ଦେବା ସମ୍ପୂର୍ଣ ଅଧିକାର ଥିଲେ ମଧ୍ୟ ବାଛିଥିବା ପାର୍ଥୀ ଅଧା ମାସରୁ ଚାକିରି ଛାଡୁଛନ୍ତି ଏବଂ ଦ୍ୱିତୀୟରେ ଅଞ୍ଚଳରେ ଥିବା ଇଣ୍ଡିିଆନ ବ୍ୟାଙ୍କର ଏହି ଦାୟିତ୍ୱରେ ଥିବା କର୍ମଚାରୀ ଆବଶ୍ୟକ ସ୍ଥଳେ ଆକାଉଣ୍ଟଧାରୀ ନାମ ବାରମ୍ବାର ପରିବର୍ତ୍ତନ ହେଉଥିବାରୁ ଆମ ଅନୁରୋଧ ସତ୍ତ୍ବେ ସେମାନେ ନାମ ପରିବର୍ତ୍ତନ କରୁନାହାନ୍ତି। ଫଳରେ କେନ୍ଦ୍ରରେ ଖର୍ଚ୍ଚ ହେବାକୁ ଆସୁଥିବା ଟଙ୍କା ଉଠାଣ ହୋଇପାରୁନି। ଯାହା ଫଳରେ ରନ୍ଧା ଖାଦ୍ୟ ତିଆରି ହୋଇପାରିନି। ବର୍ତ୍ତମାନ ପୁଣି ଆବେଦନ ପ୍ରକ୍ରିୟା ହୋଇ ସାରିଲାଣି। ଚଳିତ ମାସ ଭିତରେ ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri