Posted inଖେଳ

୭ ନମ୍ବରରେ ବ୍ୟାଟିଂ କରିବାକୁ କାହିଁକି ଆସିଲେ ରୋହିତ ଶର୍ମା: ନିଜେ କଲେ ଖୁଲାସା

ବ୍ରିଜ୍‌ଟାଉନ୍‌,୨୮।୭: ବାର୍ବାଡୋସର କେନସିଙ୍ଗଟନ୍‌ ଓଭାଲରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି ଭାରତ। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ମାତ୍ର ୧୧୪ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ମୋଟ ୧୫ ଉଇକେଟ ମଧ୍ୟରୁ ସ୍ପିନରମାନେ ୧୦ଟି ଉଇକେଟ୍‌ ନେଇ ମ୍ୟାଚ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏହି ସ୍ପିନ-ଫ୍ରେଣ୍ଡଲି ପିଚରେ ମଧ୍ୟ ଅନେକ ବାଉନ୍ସ ଦେଖିବାକୁ ମିଳିଥିଲା।
ମ୍ୟାଚ ପରେ ରୋହିତ ଶର୍ମା କହିଛନ୍ତି, ମୁଁ କେବେ ଭାବି ନ ଥିଲି ଯେ ପିଚ ଏହିପରି ଖେଳିବ। ପିଚ ଦ୍ରୁତ ବୋଲର ଏବଂ ସ୍ପିନର ଉଭୟଙ୍କ ପାଇଁ ଥିଲା କିନ୍ତୁ ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ବ୍ୟାଟିଂ କ୍ରମରେ ପରିବର୍ତ୍ତନ ସମ୍ପର୍କରେ ରୋହିତ କହିଛନ୍ତି ଯେ, ମୁଁ ଏହି ସ୍ଥାନରେ ବ୍ୟାଟିଂ କରିବାକୁ ଆସିବାବେଳେ ପୂର୍ବଦିନଗୁଡିକ ମନେ ପଡିଯାଇଥିଲା। ଭାରତ ପାଇଁ ଡେବ୍ୟୁବେଳେ ୭ ନମ୍ବରରେ ବ୍ୟାଟିଂ କରୁଥିଲି। ସୂର୍ଯ୍ୟକୁମାର ଯାଦବଙ୍କ ପରି ଖେଲାଳିଙ୍କୁ ଖେଳିବାର ସୁଯୋଗ ଦେବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା। ଦିନିକିଆ ପାଇଁ ଆସିଥିବା ଖେଳାଳିଙ୍କୁ ଖେଳିବା ସମୟ ଦେବାକୁ ଚାହୁଁଥିଲୁ, ଯେତେବେଳେ ସମ୍ଭବ ଆମେ ଏହି ଜିନିଷଗୁଡିକ ଚେଷ୍ଟା ଜାରି ରଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri