Posted inଖେଳ

୬୦ବର୍ଷ ହେଲେ ଖେଳ ଛାଡ଼ିବେ ମିଉରା

ଟୋକିଓ, ୧୪ା୧ (ଏଏଫ୍‌ପି)- ଜାପାନର ପୂର୍ବତନ ଷ୍ଟ୍ରାଇକର କାଜୁୟୋଶି ମିଉରା ଆସନ୍ତା ମାସରେ ୫୩ ବର୍ଷରେ ପଦାର୍ପଣ କରିବେ। ବିଶ୍ୱର ଏହି ସବୁଠାରୁ ବୟସ୍କ ପ୍ରଫେସନାଲ ଖେଳାଳି ଏବେ ମଧ୍ୟ ତାଙ୍କ ଖେଳ ଜାରି ରଖିଛନ୍ତି। ୟୋକୋହାମା ଏଫ୍‌ସି ଟିମ୍‌ ସହିତ ତାଙ୍କ ଚିକ୍ତି ମିଆଦ ସେ ବୃଦ୍ଧି କରିଛନ୍ତି। ମିଉରା ୨୦୦୫ରୁ ୟୋକୋହାମା ଏଫ୍‌ସି ତରଫରୁ ଖେଳି ଆସୁଛନ୍ତି। ୬୦ବର୍ଷ ନ ହେଲା ପର୍ଯ୍ୟନ୍ତ ଖେଳ ଛାଡ଼ିବେ ନାହିଁ ବୋଲି ସେ କହିଛନ୍ତି। ଗତ ସଜିନରେ ସେ କ୍ଲବ ତରଫରୁ ୩ ଥର ଖେଳିଥିଲେ। ମାତ୍ର ଗୋଟିଏ ହେଲେ ଗୋଲ ଦେଇ ପାରି ନ ଥିଲେ। ସେ କହିଛନ୍ତି, ଫୁଟ୍‌ବଲକୁ ମୁଁ ଉପଭୋଗ କରୁଛି। କ୍ଲବକୁ ଲିଗ୍‌ର ଶୀର୍ଷରେ ପହଞ୍ଚାଇବା ମୋର ସବୁବେଳେ ଲକ୍ଷ୍ୟ ରହିଥାଏ। କ୍ଲବ ପାଇଁ ଯଥା ସମ୍ଭବ ମୁଁ ଭଲ ଖେଲିବା ଲାଗି ପ୍ରୟାସ କରିଥାଏ। ୨୦୧୭ରେ ସେ ଦୀର୍ଘ ଦିନ ଧରି ପ୍ରଫେସନାଲ ଫୁଟବଲ୍‌ରେ ରହିବା ଏବଂ ଏକ ପ୍ରଫେସନାଲ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହିସାବରେ ଗୋଲ ସ୍କୋର କରିବା ରେକର୍ଡର ଅଧିକାରୀ ହୋଇଥିଲେ। ତାଙ୍କ ପୂର୍ବରୁ ଉଭୟ ରେକର୍ଡର ଅଧିକାରୀ ଥିଲେ ଇଂଲିଶ କିମ୍ବଦନ୍ତୀ ଷ୍ଟାନ୍‌ଲୀ ମାଥ୍ୟୁସ। ମିଉରା ୧୯୮୨ରେ ଜାପାନରୁ ବ୍ରାଜିଲ ପଳାଇଥିଲେ। ସେଠାରେ ୧୯୮୬ରେ ସାଣ୍ଟୋସ ଏଫ୍‌ସି ସହିତ ଏକ ଚୁକ୍ତି କରିଥିଲେ ଏବଂ ତାଙ୍କ ପ୍ରଫେସନାଲ ପଦାର୍ପଣ କରିଥିଲେ। ସେ ୧୯୯୦ରେ ଜାପାନ ତରଫରୁ ପ୍ରଥମ ଥର ପାଇଁ ପ୍ରତିନିଧିତ୍ୱ କରିଥିଲେ। ୧୯୯୮ରେ ଜାପାନ ପ୍ରଥମ ଥର ବିଶ୍ୱକପ୍‌ ଖେଳିଥିଲା। ମଉରା ଜାତୀୟ ଦଳ ତରଫରୁ ୮୯ ମ୍ୟାଚ ଖେଳି ୫୫ ଗୋଲ ସ୍କୋର କରିଥିଲେ ହେଁ ଫ୍ରାନ୍ସ ବିପକ୍ଷ ମ୍ୟାଚ ପାଇଁ ଚୂଡ଼ାନ୍ତ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଇଟାଲୀର ଜେନୋଆ କ୍ଲବ ସହିତ ଯୋଗ ଦାନର ବର୍ଷକ ପୂର୍ବରୁ ୧୯୯୩ ପ୍ରଫେସନାଲ ଜେ-ଲିଗ୍‌ରେ ଅନ୍ୟତମ ଷ୍ଟାର ଖେmଳାଳି ବିବେଚିତ ହୋଇ ଆସୁଥିଲେ। ଗତ ସିଜନନରେ ୟୋକୋହାମା ଜେ-୨ ଲିଗ୍‌ରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏଥିସହିତ ଦଳ ଟପ୍‌ ଟିଅରକୁ ଉନ୍ନୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri