୬ଷ୍ଠ ଦିନରେ ଭଦ୍ରକ କାଳୀପୂଜା: ସହର ଲୋକାରଣ୍ୟ

ଭଦ୍ରକ ଅଫିସ,୨।୧୧-ଐତିହାସିକ ଭଦ୍ରକ କାଳୀପୂଜା ଲାଗି ସାରା ସହର ଲୋକାରଣ୍ୟ ହୋଇପଡ଼ିଛି। ଶୁକ୍ରବାର କାଳୀପୂଜାର ୬ଷ୍ଠ ଦିନରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଭିଡ଼ ଜମିଥିଲା। ଚରମ୍ପା ଷ୍ଟେଶନ ରୋଡ୍‌, ଡାହାଣୀଗଡ଼ିଆ ଛକଠାରୁ ଆର୍‌ଟିଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଜନସମୁଦ୍ର ଭଳି ପ୍ରତୀତ ହୋଇଥିଲା। ଓଏସ୍‌ଆର୍‌ଟିସି ପୁରୁଣା ବସ୍‌ଷ୍ଟାଣ୍ଡ, ପଥର କାଳୀପଡ଼ିଆ,ଚରମ୍ପା ପେଟ୍ରୋଲ ପମ୍ପ ନିକଟସ୍ଥ ପଡ଼ିଆରେ ଦିନରୁ ମିନାବଜାର ନିକଟରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା। ଚରମ୍ପା ହିରୋ ଶୋ’ରୁମ ସମ୍ମୁଖ ପଡ଼ିଆରେ ୨ଟି ଓ ପଥରକାଳୀ ପଡ଼ିଆରେ ଗୋଟିଏ ଯାତ୍ରା ପାର୍ଟି ପଡ଼ିଥିବାରୁ ଟିକେଟ କାଉଣ୍ଟର ନିକଟରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଦିନରେ ଏତେ ଭିଡ଼ ହେବ ବୋଲି ପୋଲିସ ଆଶା କରି ନ ଥିବାରୁ ଚରମ୍ପା ବଜାର ଭିତରକୁ ମୋଟରସାଇକେଲ, ଅଟୋ, ପିକଅପ୍‌ ଛାଡ଼ି ଦିଆଯାଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍‌ ହୋଇଥିଲା। ସନ୍ଧ୍ୟା ସମୟରୁ ବିଳମ୍ବିତ ରାତି ଯାଏ ସବୁ ପୂଜା ମଣ୍ଡପ, ରାସ୍ତାଘାଟ ଲୋକମୟ ହୋଇ ରହିଥିଲା। ରଙ୍ଗିନ ଆଲୋକମାଳାରେ ଝଲସୁଥିବା ସହର ଯେମିତି ଚିତ୍ରନଗରୀରେ ପରିଣତ ହୋଇଛି ମନେ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବିଭିନ୍ନ ସ୍ଥାନରେ ନାକେଦମ ହେବାକୁ ପଡ଼ିଥିଲା।
କାଳୀପୂଜାରେ ନିଆରା ଆକର୍ଷଣ ସାଜିଥିବା ବାରୁଆଳି ମଣ୍ଡପରେ କେଉଁଠି ଭଣ୍ଡବାବା ତ ଅନ୍ୟ କେଉଁଠି ହେଲମେଟ୍‌ ପିନ୍ଧିବା ନେଇ ସଚେତନତା ସୃଷ୍ଟି କରାଯାଉଛି। ରାଜଘାଟ ଛକ କାଳୀମଣ୍ଡପରେ ଅନ୍ଧବିଶ୍ୱାସ ଓ ଭଣ୍ଡ ତାନ୍ତ୍ରିକ ବାବାଙ୍କ ଫାଶରୁ ଦୂରେଇ ରହିବା ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି। ସେହିଭଳି ଲକ୍ଷ୍ମଣ ଶକ୍ତିଭେଦ ବେଳେ ହନୁମାନ ଗନ୍ଧମାର୍ଦନ ପର୍ବତକୁ ଯାଇଥିବା ସମୟରେ ସୀତା ଠାକୁରାଣୀ ରାମ ନାମ ଚିତ୍କାର କରୁଥିବା, ଗଛ ଲଗାଇ ପରିବେଶ ବଞ୍ଚାଇବା ପାଇଁ ଆଜି ହିଁ ଶପଥପାଠ କରନ୍ତୁ ବୋଲି ଏକ ପ୍ରତୀକାତ୍କକ ଚିତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍କୁଲ ରୋଡ୍‌ ପୂଜା କମିଟି ମଣ୍ଡପରେ ଲବଣି ଚୋରି ଓ ଏମ୍‌ଭିଆଇଙ୍କ ହେଲ୍‌ମେଟ୍‌ ଚେକିଂ ବାରୁଆଳି ଚିତ୍ତାକର୍ଷକ ହୋଇଛି। ବିଶାଣିଖରିଦା ପୂଜା ମଣ୍ଡପରେ ସ୍ବଚ୍ଛ ଭାରତ ବାର୍ତ୍ତା ଓ ବନ୍ୟଜନ୍ତୁ ସଂରକ୍ଷଣ, ତେଲେଙ୍ଗା ସାହିରେ ସେଲ୍‌ଫି କର୍ନର ଓ ଜ୍ୟୋତିର୍ଲିଙ୍ଗ ବାରୁଆଳି ଦର୍ଶକଙ୍କୁ ବାନ୍ଧି ରଖୁଛି। ଏସବୁ ବାରୁଆଳି ନିକଟରେ ଶୁକ୍ରବାର ଦର୍ଶକଙ୍କ ବେଶ୍‌ ଭିଡ଼ ଜମି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri