୬ଟି ଗାଁକୁ ନିର୍ମାଣ ହେବ ରାସ୍ତା

ଦଶମନ୍ତପୁର, ୬ା୮(ଡି.ଏନ.ଏ.)
କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ । ବଣ, ପାହାଡ, ପର୍ବତଘେରରେ ରହିଥିବା ବ୍ଲକର ଅନେକଗୁଡିଏ ଦୁର୍ଗମ ଅଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ ା ଅଞ୍ଚଳବାସୀ ବାରମ୍ବାର ରାସ୍ତା ପାଇଁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ବର୍ତ୍ତମାନ ଲୋକଙ୍କ ଗୁହାରିକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ୬ଟି ଗାଁକୁ ଯୋଗଯୋଗ ନେଇ ରାସ୍ତା ନିର୍ମାଣ କରିବାକୁ ପଦକ୍ଷେପ ନେଇଛି ା ବ୍ଲକ ଉପାଧ୍ୟକ୍ଷ ନାରାୟଣ ବିଶୋଇଙ୍କ ନେତୃତ୍ୱରେ ରାସ୍ତା ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ କରାଯାଇଛି ା ୨ଟି ପଞ୍ଚାୟତର ପ୍ରାୟ ୬ଟି ଗାଁକୁ ସଂଯୋଗ ହେବା ନେଇ ଡୁମ୍ବାଗୁଡା ପଞ୍ଚାୟତର ହାତୀମୁଣ୍ଡା ଗ୍ରାମଠାରୁ ଗିର୍ଲିଗୁମ୍ମା ପଞ୍ଚାୟତର ଉଣ୍ଡିସିଲ, ଫୁଣ୍ଡାଗୁଡା, ଡେଙ୍ଗାଗୁଡା, ଡକ୍ରିବେଡା ଏବଂ ତଳରତାବନ୍ଧ ଗାଁକୁ ରାସ୍ତା ସଂଯୋଗ କରାଯିବା ନେଇ ସ୍ଥାନ ଚିହ୍ନଟ କରାଯାଇଛି । ଏହି ଚିହ୍ନଟ ପ୍ରକ୍ରିୟାରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ, କନିଷ୍ଠଯନ୍ତ୍ରୀ ପ୍ରୀତମ ଶିଆଳ, ବରିଷ୍ଠ ନେତା ବେଣୁଧର ପାତ୍ର, ଅନନ୍ତ ଖରାଙ୍କ ସମେତ ସ୍ଥାନୀୟ ସରପଞ୍ଚ, ଆରଆଇ, ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ୬ଟି ଗାଁକୁ ସଂଯୋଗ କରିବାକୁ ହେଲେ ମୁଖ୍ୟରାସ୍ତାଠାରୁ ପ୍ରାୟ ୪କିମି ଦୂରତା ଯାଏଁ ନୂତନ ଭାବେ ରାସ୍ତା ନିର୍ମାଣ କରାଯିବ ବୋଲି ଆକଳନ କରାଯାଇଛି । ଉକ୍ତ ରାସ୍ତାରେ ହାତିମୁଣ୍ଡା ଗ୍ରାମର ହେମ ବିଶୋଇଙ୍କ ଏକ ଜାଗା ରହିଛି ା ସେ ନିଜ ଜମି ଦେବା ପାଇଁ ମନା କରିଥିବାରୁ ତାଙ୍କୁ ସରକାରୀ ପତିତୋ ଜମିର ମୋଟ ୩୫ ଡ଼ିସିମିଲ ମଶାଣି ପାଖ ଜମିକୁ ବିଲ କରି ଦିଆଯାଉ ବୋଲି ଆରଆଇଙ୍କୁ ବ୍ଲକ ଉପାଧ୍ୟକ୍ଷ ବିଶୋଇ ନିର୍ଦ୍ଦେଶ ଦେଇଥିଲେ । ପରେ ହେମ ବିଶୋଇ ଜମି ଦେବା ପାଇଁ ରାଜି ହୋଇଥିଲେ । ହାତିମୁଣ୍ଡାଠାରୁ ଉଣ୍ଡସିଲ ରାସ୍ତା ପ୍ରଥମେ ଏନଆରଇଜିଏସ ପକ୍ଷରୁ ଆରମ୍ଭ କରାଯିବ ବୋଲି ବିଶୋଇ ସୂଚନା ଦେଇଛନ୍ତି । ତେବେ ଦୀର୍ଘବର୍ଷ ପରେ ପ୍ରଥମ କରି ଏହି ୬ଟି ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ବାଗତ କରିଛନ୍ତିି । ଉକ୍ତ ରାସ୍ତା ନିର୍ମାଣ ନେଇ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ୬ଖଣ୍ଡ ଗ୍ରାମର ଲୋକେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

୧୫ ବର୍ଷରେ ଡେବ୍ୟୁ କରି ଇତିହାସ ରଚିଲେ Vaibhav Suryavanshi, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମ୍ୟାଞ୍ଚେଷ୍ଟର,୪।୭: ଭାରତୀୟ କ୍ରିକେଟର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଶେଷରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ…

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri