୬ ମୌଜାର ଚାଷୀ ଖୁସି

ବାଲିଚନ୍ଦ୍ରପୁର,୯ା୮(ସ୍ବ.ପ୍ର.):ସ୍ବାଧୀନତାର ୭୫ ବର୍ଷ ପରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅନ୍ତର୍ଗତ ୬ ରାଜସ୍ବ ମୌଜାର ଜମିଜମା ବନ୍ଦୋବସ୍ତ ସଂକ୍ରାନ୍ତିୟ ସଂଶୋଧନ ନିମନ୍ତେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମସ୍ୟା ଯୋଗୁ କଳାଶ୍ରୀ, ଚାରିନଙ୍ଗଳ, ପଲେଇ, ପତରାଜପୁର, ପଣସୁଧା ଓ ବରଦା ଆଦି ୬ ମୌଜାର ଅଧିବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ ା ଏବେ ସେଥିରୁ ମୁକ୍ତି ମିଳିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ଏହି ସମାନ ସମସ୍ୟା ଭୋଗୁଥିବା ବଡ଼ଚଣାର ଆହୁରି ୩ ଗ୍ରାମ ସୁଙ୍ଗୁଡ଼ା, ମାତକତପୁର ଓ ଦର୍ପଣଗଡ଼ ମୌଜାର ଜମିଜମା ସଂଶୋଧନ ପାଇଁ ପ୍ରକ୍ରିୟା ଜାରି ରହିଛି।
ସୂଚନା ଅନୁଯାୟୀ, ୧୯୨୯ ବନ୍ଦୋବସ୍ତ ପରେ ରାଜ୍ୟ ସରକାର ସମ୍ପୃକ୍ତ ମୌଜାର ବନ୍ଦୋବସ୍ତ ବା ରେକର୍ଡ଼ ସଂଶୋଧନ ନିମନ୍ତେ ୧୯୭୮ରେ ନୋଟିଫିକେଶନ କରିଥିଲେ। ସେତେବେଳେ ୧୦ ବର୍ଷ ପର୍ଯ୍ୟନ୍ତ ଏହି ସଂଶୋଧନ କାମ ଚାଲିଥିଲା। ହେଲେ ବିଭିନ୍ନ କାରଣରୁ ଏହି ସଂଶୋଧନ କାମ ବନ୍ଦ ହୋଇଯାଇଥିଲା। ଫଳରେ ସେଦିନଠାରୁ ବଡ଼ଚଣାର ଉପରୋକ୍ତ ୯ ମୌଜାର ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ଜମି ଖର୍ଦ୍ଦି ବିକ୍ରି ହୋଇପାରୁ ନ ଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଫସଲ ବୀମା ଅର୍ଥ ଲୋକେ ପାଇପାରୁ ନ ଥିଲେ। ନାମଲେଖା ସମୟରେ ପିଲାମାନେ ଆବଶ୍ୟକ ପ୍ରମାଣପତ୍ର ପାଇବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା। ଏନେଇ ବାରମ୍ବାର ମୌଜାର ଅଧିବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିଲେ। ଶେଷରେ ୨୦୧୨ର ପୁରୁଣା ପ୍ରକ୍ରିୟା ରଦ୍ଦ କରି ନୂତନ ତଥା ଉନ୍ନତ ଟେକ୍ନୋଲୋଜି ମାଧ୍ୟମରେ ଏହି ସଂଶୋଧନ କାମ କରିବା ପାଇଁ ସରକାର ଆଇନ କରିଥିଲେ। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ୨୦୧୩ରେ ଆଞ୍ଚଳିକ କୃଷକ ସଂଗ୍ରାମ ସମିତିର ସଂଯୋଜକ ତଥା କଂଗ୍ରେସ ନେତା ଅଜୟ କୁମାର ସାମଲଙ୍କ ନେତୃତ୍ୱରେ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ସ୍ବାଧୀନତା ଦିବସ ଅବସରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିଲା ା କରୋନା କଟକଣା ଯୋଗୁ ତତ୍କାଳନୀ ଜିଲାପାଳ ଅନିଲ କୁମାର ସାମଲ ସଂଗ୍ରାମୀଙ୍କ ଘରକୁ ପୁରସ୍କାର ପ୍ରଦାନ କରିବା ନିମନ୍ତେ ଯାଇଥିଲେ। ଏହି ଅବସରରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ଉପସ୍ଥିତିରେ ଜିଲାପାଳଙ୍କୁ ନୀଳମଣି ବନ୍ଦୋବସ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ା ମୁଁ ଜୀବିତ ଥିବା ଅବସ୍ଥାରେ ଯଦି ସରକାର ବନ୍ଦୋବସ୍ତ ପ୍ରକ୍ରିୟା କରନ୍ତି ତେବେ ଏହା ମୋର ଶେଷ ଇଛା ହେବ ବୋଲି ବିଧାୟକ ଶତପଥୀ ଓ ଜିଲାପାଳ ସାମଲଙ୍କୁ ନୀଳମଣି କହିଥିଲେ। ଏହାପରେ ୨୦୧୪ରେ ସମ୍ପୃକ୍ତ ମୌଜାର ଡ଼ି-ନୋଟିଫିକେଶନ କରାଯାଇ ବିଭାଗରେ ଥିବା କର୍ମଚାରୀମାନଙ୍କୁ ନେଇ ଏ ସଂକ୍ରାନ୍ତରେ କାମ କରିବାକୁ ସରକାରଙ୍କ ରାଜସ୍ବ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ବିଭାଗୀୟ ଅତିରିକ୍ତ ସଚିବ ଏହି ସମସ୍ୟାର ସମାଧାନ ନିମନ୍ତେ ତଦନ୍ତ କରି ଅନୁକୂଳ ରିପୋର୍ଟ ଦେଇଥିଲେ ମଧ୍ୟ ସେହି କାମ ଅଗ୍ରଗତି ହୋଇ ନ ଥିଲା। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ୨୦୨୨ ମେ ୨୪ରେ ଯାଜପୁର ଜିଲା ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲାର ବନ୍ଦୋବସ୍ତ କାମ କରାଯିବା ପାଇଁ ଚିଠି ନମ୍ବର ୧୬୮୧୨/୨୨ରେ ସମସ୍ତ ମୌଜାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଦର୍ପଣ ତହସିଲର କୌଣସି ମୌଜା ଏହି ପ୍ରକ୍ରିୟାରେ ସ୍ଥାନ ପାଇ ନ ଥିଲା। ଏହା ପରେ ଆଞ୍ଚଳିକ କୃଷକ ସଂଗ୍ରାମ ସମିତିର ସଂଯୋଜକ ସାମଲ ବିଭାଗୀୟ ଅଧିକାରୀଙ୍କ ନିକଟରେ ପୁନର୍ବିଚାର ପାଇଁ ଦାବି କରିଥିଲେ। ଶେଷରେ ଉପରୋକ୍ତ ମୌଜାର ବନ୍ଦୋବସ୍ତ କାଯର୍‌ୟ ପାଇଁ ଚଳିତ ମାସ ୧ରେ ଚିଠି ନମ୍ବର ୨୫୬୫୪/୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂଗ୍ରାମୀ ନୀଳମଣି ସାମଲ ଖୁସିବ୍ୟକ୍ତ କରିବା ସହ ମୋର ଶେଷ ଇଚ୍ଛା ରାଜ୍ୟ ସରକାର ପୂରଣ କରିଛନ୍ତି ବୋଲି ସେ କହିଛନ୍ତି ା ତେବେ ଏହି ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିବା ମୌଜା ଦର୍ପଣଗଡ଼, ସୁଙ୍ଗୁଡ଼ା ଓ ମାତାକାତପୁରର ସଂଶୋଧନ କାଯର୍‌ୟ କରିବା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri