୬ ମାସ ହେଲା ଚାଲୁନି ଜଳଯୋଗାଣ ପ୍ରକଳ୍ପ

ଅମରପାଲି, ୧୯।୫(ଡି.ଏନ.ଏ.):ଦୀର୍ଘ ୬ମାସରୁ ଅଧିକ ସମୟ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇଥିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଦେଖାଦେଇଛି ଜଳ ସଂକଟ। ତେଣୁ ପାନୀୟ ଜଳ ପାଇଁ ଲୋକେ ସାଧାରଣରେ ନାହିଁ ନ ଥିବା ହଇରାଣ ହେଉଥିବା ବେଳେ ଗୃହପଳିତ ପଶୁ ଛଟପଟ ହେଉଛନ୍ତି। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜଳ ଯୋଗାଣ ପାଇଁ ନିଜ ନିଜର ଡିମଣ୍ଡି ପିଟୁ ଥିବା ବେଳେ ତୃଣମୂଳସ୍ତରରେ ଏହା କିଭଳି ଭାବରେ ଚାଲିଛି ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ବହଲପଦର ଗ୍ରାମ ପଞ୍ଚାୟତର ଅମରପାଲି ଗ୍ରାମର ଲୋକସଂଖ୍ୟା ୨ହଜାରରୁ ଅଧିକ। ଉକ୍ତ ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ତିଆରି ହୋଇଛି ଏକ ଜଳଯୋଗାଣ ପ୍ରକଳ୍ପ। ଓଭରହେଡ ପାଣି ଟାଙ୍କି ହୋଇଛି। ପାଇପ ଲାଇନ ବିଛା ହୋଇଛି। ଷ୍ଟାଣ୍ଡପୋଷ୍ଟ ଲାଗିଛି, ମୋଟର ବି ଲାଗିଛି। ଏପରିକି ଟାଙ୍କି ପାଖରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଟ୍ରାନ୍ସଫର୍ମର ମଧ୍ୟ ଲାଗିଛି। ସବୁ ଥାଇବି ଜଳଯୋଗାଣ ହେଉ ନ ଥିବା ଲୋକଙ୍କୁ ଅତିଷ୍ଟ କରି ପକାଇଛି। ଖବର ନେବାରୁ ଜଣାପଡିଛି ଯେ, ଏଠାରେ ଲାଗିଥିବା ମୋଟରଟି ୩ ଫେଜ ବିଦ୍ୟୁତ୍‌ ଆସୁ ନ ଥିବାରୁ ଜଳଯୋଗାଣ ହୋଇପାରୁନାହିଁ। ଗ୍ରାମ ପଞ୍ଚାୟତ ପକ୍ଷରୁ ପ୍ରତିବର୍ଷ ଏହି ପ୍ରକଳ୍ପର ବିଦ୍ୟୁତ୍‌ ବିଲ ବିଦ୍ୟୁତ ବିଭାଗକୁ ପୈଠ କରାଯାଉଛି। ମାତ୍ର ବିଭାଗ ଏଠାକୁ ବିଦ୍ୟୁତ ସେବା ଯୋଗାଉ ନାହାନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି।
ଗ୍ରାମରେ ଥିବା ଜଳାଶୟଗୁଡିକ ଏବେ ଶୁଖିଗଲାଣି। ଲୋକେ ବାଧ୍ୟ ହୋଇ ନଳକୂପ ଉପରେ ନିର୍ଭର କରୁଛନ୍ତି। ଗ୍ରାମରେ ଥିବା ନଳକୂପଗୁଡିକ ମଧ୍ୟରୁ ଅନେକ ଅଚଳ ହୋଇପଡିଥିବା ବେଳେ ଅଧିକ ନଳକୂପରୁ ଫ୍ଲୋରାଇଡ ପାଣି ବାହାରୁଛି। ବାଧ୍ୟ ହୋଇ ଫ୍ଲୋରାଇଡ ମିଶା ପାଣି ପିଇ ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ୧୫ ଜଣ ଏଯାଏ କିଡିନୀ ରୋଗରେ ମୃତ୍ୟୁବରଣ କରି ସାରିଥିବା ବେଳେ ୨୫ରୁ ୩୦ଜଣ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଏବେ ତାପମାତ୍ରା ବଢ଼ିବା ସହିତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି। ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧିଠାରୁ ଆରମ୍ଭ କରି ବିଧାୟକ, ବିଡିଓ, ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀଙ୍କୁ ଏକାଧିକ ଥର ଅଭିଯୋଗ କଲେଣି, ମାତ୍ର କେହି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଗୃହପାଳିତ ପଶୁଙ୍କ ଅବସ୍ଥା ଆହୁରି ସଙ୍ଗୀନ। ତେଣୁ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇ ଯଥାଶୀଘ୍ର ଉକ୍ତ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ କରିବା ସହିତ ଜଳଯୋଗାଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri