୬ ଦାଦନ ପ୍ରବଣ ବ୍ଳକରେ ଫୋକସ୍‌

ବଲାଙ୍ଗୀର ଅଫିସ, ୩ା୧୧
ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଶନିବାର ବଲାଙ୍ଗୀର ଟାଉନ୍‌ ହଲଠାରେ ଦାଦନ ସମସ୍ୟା ରୋକିବା ନେଇ ଏକ ଏମ୍‌ଜିଏନ୍‌ଆଇଜିଏ କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଜିଲାପାଳ ଅରିନ୍ଦମ ଡାକୁଆ ଉଦ୍‌ଘାଟନ କରିଥିଲେ ା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ ମହେଶ୍ୱର ସ୍ବାଇଁ ସ୍ବାଗତ ବକ୍ତବ୍ୟ ଦେଇ ଏମଜିଏନ୍‌ଆଇଜିଏ ଯୋଜନା ମାଧ୍ୟମରେ କିଭଳି ଦାଦନ ସମସ୍ୟାକୁ ରୋକାଯାଇପାରିବ ସେ ଉପରେ କହିବା ସହ କର୍ମଶାଳା ଆୟୋଜନ ସମ୍ପର୍କରେ କହିଥିଲେ ା ଏହି କର୍ମଶାଳାରେ ବଲାଙ୍ଗୀର ଜିଲାର ୬ଟି ଦାଦନ ପ୍ରବଣ ବ୍ଳକ୍‌ ଖପ୍ରାଖୋଲ, ବେଲପଡା, ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ଓ ଟିଟିଲାଗଡ ବ୍ଳକ୍‌ରେ କିଭଳି ଦାଦନ ସମସ୍ୟାକୁ ରୋକାଯାଇପାରିବ ସେ ଉପରେ ଅଧିକ ଆଲୋଚନା କରାଯାଇଥିଲା ା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍‌ (ଏମଜିଏନ୍‌ଆରଇଜିଏ) ଓ ଓଡିଶା ଜୀବିକା ମିଶନ୍‌ ମାଧ୍ୟମରେ ବ୍ୟାପକ ରୋଜଗାର ସୃଷ୍ଟି କରି ଦାଦନ ଶ୍ରମିକ ସମସ୍ୟାର ସମାଧାନ ବିଶେଷ ଆଲୋଚନା ହୋଇଥିଲା ା ଜିଲାପାଳ ଡାକୁଆ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି ା ପୂର୍ବରୁ ଲାଗୁ ହୋଇଥିତ୍ବା ଯୋଜନାରୁ କିଛି ସୁଫଳ ମିଳିଛି ା ତେବେ ଏହି ସମସ୍ୟାର ସମାଧାନ ପାଇଁ ସମନ୍ବିତ ଯୋଜନାର ଆବଶ୍ୟକତା ରହିଛି ା ଏମଜିଏନ୍‌ଆରଇଜିଏ ଯୋଜନାରେ କର୍ମ ନିଯୁକ୍ତି ଗ୍ୟାରେଣ୍ଟି ରହିଛି ା ଏଥିରେ ଦାଦନ ଶ୍ରମିକ ସମସ୍ୟାର ସମାଧାନ କରାଯାଇପାରିବ ା ଏ ଦିଗରେ ଏବେ ଜିଲାର ୬ଟି ଦାଦନ ପ୍ରବଣ ବ୍ଳକ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ ା ଏ ନେଇ ଆଜି ଏକ ଗରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଛି ା ଜିଲା, ବ୍ଳକ୍‌ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀମାନେ ଏହି କର୍ମଶାଳାରେ ସାମିଲ ହୋଇଛନ୍ତି ଓ ଏହା ନିଶ୍ଚିତ ରୂପେ ଦାଦନ ସମସ୍ୟା ରୋକିବାରେ ସହାୟକ ହେବ ବୋଲି ସେ ଆଶାପୋଷଣ କରିଥିଲେ ା ଏହି କର୍ମଶାଳାରେ କରଞ୍ଜିଆ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଧର୍ମେନ୍ଦ୍ର ମଲ୍ଲିକ ରିସୋର୍ସ ପରସନ୍‌ ଭାବେ ଯୋଗଦାନ କରି ଏମଜିଏନ୍‌ଆରଇଜିଏ ଯୋଜନାର ଆଇନଗତ ବ୍ୟବସ୍ଥା, ଶ୍ରମିକଙ୍କୁ ରୋଜଗାର ଯୋଗାଇବା ବିଧି, କାର୍ଯ୍ୟସ୍ଥଳୀରେ ଆନୁସଙ୍ଗିକ ବ୍ୟବସ୍ଥା, ସାମାଜିକ ସମୀକ୍ଷା, ଓଡିଶା ଜୀବିକା ମିଶନ୍‌ ଜରିଆରେ ବ୍ୟାପକ ରୋଜଗାର ସୃଷ୍ଟି ଉପରେ ବୁଝାଇଥିଲେ ା ଦାଦନ ଶ୍ରମିକଙ୍କୁ ଏହି ଯୋଜନା ମାଧ୍ୟମରେ ସହଜରେ କିଭଳି ରୋଜଗାର ଯୋଗାଇ ଦେଇହେବ ଓ ସେମାନେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ଆଉ ଯିବେନାହିଁ ସେ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ସେ କହିଥିଲେ ା ଅନ୍ୟତମ ରିସୋର୍ସ ପରସନ୍‌ ଭାବେ ବୋଲଗଡ ବିଡିଓ ମଧୂସୂଦନ ବେହେରା ଯୋଗଦେଇ ଏମଜିଏନ୍‌ଆରଇଜିଏ ଯୋଜନା ଓ ଓଡିଶା ଜୀବିକା ମିଶନ୍‌ ଜରିଆରେ ରୋଜଗାର ସୃଷ୍ଟି ଓ ଦାଦନ ଶ୍ରମିକ ସମସ୍ୟାର ସମାଧାନ ବାଟ ଉପରେ କହିଥିଲେ ା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ଏମ୍‌ଜିଏନ୍‌ଆରଇଜିଏ ପ୍ରକଳ୍ପ ମ୍ୟାନେଜର ସୋହନ୍‌ ଧଳ ଉଭୟ ଯୋଜନା ଓ ଦାଦନ ଶ୍ରମିକ ସମସ୍ୟା ଉପରେ କହିଥିଲେ ା ଏହି କର୍ମଶାଳାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଇଟି ସ୍ପେଶାଲିଷ୍ଟ ଶ୍ରୀମନ୍ତ ସାମଲ, ଖପ୍ରାଖୋଲ, ବେଲପଡା, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଳକ୍‌ର ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଜିପିଟିଏ, ଏପିଓ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଜିଆରଏସ୍‌ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri