୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ

ଭୁବନେଶ୍ୱର,୧ା୫(ବୁ୍ୟୁରୋ): ରାଜ୍ୟର ୬ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଶନିବାର ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଆକ୍ରାନ୍ତ ନଂ ୧୨୩, ୧୨୪, ୧୨୫, ୧୨୬, ୧୨୭ ଏବଂ ୧୨୮ଙ୍କ ବିବରଣୀ ପ୍ରଦାନ କରାଯାଇଛି। ସେଥିରୁ ଯାଜପୁର ଜିଲାର ୩ଜଣ(୧୨୩,୧୨୭,୧୨୮) ଥିବାବେଳେ ବାଲେଶ୍ୱର ଜିଲାର ୩ଜଣ(୧୨୪, ୧୨୫, ୧୨୬) ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ କୋଲକାତା ଫେରନ୍ତା ଥିବାବେଳେ ୧୨୮ନଂ ଆକ୍ରାନ୍ତ ଜଣଙ୍କ ୯୭ ନଂ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ୧୨୮ନଂ ଆକ୍ରାନ୍ତ ଜଣକ କଟିକଟା ଅଞ୍ଚଳର ୧୮ ବର୍ଷର ଯୁବକ ଅଟନ୍ତି। ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ପରିବାର ସହ ଘରେ ଥିବାବେଳେ ବାରମ୍ବାର ଦୋକାନ ଓ ଅନ୍ୟ ଜାଗାକୁ ବୁଲିବାକୁ ଯାଇଥିଲେ। ଏପ୍ରିଲ ୨୯ରେ ପରୀକ୍ଷା କରାଯିବା ପରେ ପଜିଟିଭ ଥିବା ଜଣାପଡ଼ିବା ପରେ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା। ସେହିଭଳି ୧୨୩ ନଂ ଜଣଙ୍କ ଦେଓପଡ଼ା ଅଞ୍ଚଳର ୬୫ବର୍ଷର ବୃଦ୍ଧ ଥିବାବେଳେ ୧୨ ଏପ୍ରିଲରେ ନିଜ ପୁଅ ସହ ବାଇକରେ କୋଲକାତାରୁ ଫେରି ୧୩ ତାରିଖରେ ସେଲ୍ପ ରେଜିଷ୍ଟ୍ରେଶନ କରିଥିଲେ। ପରେ ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ହୋମ କ୍ୱାରାଣ୍ଟାଇନରେ ରହିଥିଲେ। ପରେ ୨୫ରୁ ୨୯ତାରିଖ ପର୍ଯ୍ୟନ୍ତ ସରକାରୀ କ୍ୱାରାଣ୍ଟାଇନ ସ୍ଥାନାନ୍ତର ହୋଇଥିଲେ। ୨୯ତାରିଖରେ ଟେଷ୍ଟରେ ପଜିଟିଭ ବାହାରିବା ପରେ ୩୦ତାରିଖରେ କୋଭିଡ ହସ୍ପିଟାଲରେ ରହିଥିଲେ। ସେହିଭଳି ୧୨୭ନଂ ଆକ୍ରାନ୍ତ କଟିକଟା ଅଞ୍ଚଳର ୫୬ ବର୍ଷ ହୋଇଥିବାବେଳେ ୨୦ମାର୍ଚ୍ଚରେ ତାଙ୍କ ବନ୍ଧୁ ସହ ଟ୍ରେନ ଯୋଗେ କୋଲକାତାରୁ ଭଦ୍ରକ ଆସିବା ପରେ ଗୋଟିଏ ଗାଡ଼ି ଭଡ଼ା କରି ଫେରିଥିଲେ। ସେ ମାର୍ଚ୍ଚ ୩୧ରୁ ଏପ୍ରିଲ ୨୯ତାରିଖ ପର୍ଯ୍ୟନ୍ତ ବାରମ୍ବାର ଗ୍ରାମ ଓ ବଜାର ବୁଲିଥିଲେ। ୨୯ତାରିଖରେ ତାଙ୍କ ପରୀକ୍ଷା ପରେ ପଜିଟିଭ ବାହାରିବା ପରେ ହସ୍ପିଟାଲ ପଠାଯାଇଥିଲା। ସେହିଭଳି ୧୨୪ନଂ ଜଣଙ୍କ ଶିମୁଳିଆ ଅଞ୍ଚଳର କନ୍ଦଡ଼ାର ୬୧ବର୍ଷୀୟ ବୃଦ୍ଧ ହୋଇଥିବାବେଳେ ମାର୍ଚ୍ଚ ୨୯ରୁ ୩୦ତାରିଖ ମଧ୍ୟରେ କୋଲକାତାରୁ ଗୋଟିଏ ଗାଡ଼ି ଭଡ଼ା କରି ଭଦ୍ରକ ହୋଇ ଘରକୁ ଫେରିଥିଲେ। ମାର୍ଚ୍ଚ ୩୧ରୁ ଏପ୍ରିଲ ୧୫ତାରିଖ ହୋମ କ୍ୱାରାଣ୍ଟାଇନରେ ରହିଥିଲେ। ପରେ ୧୬ରୁ ୨୯ତାରିଖ ମଧ୍ୟରେ ବାରମ୍ବାର ଦୋକାନ, ନିକଟସ୍ଥ ଗ୍ରାମକୁ ଯାଇଥିଲେ। ୨୯ରେ ପରୀକ୍ଷା ପଜିଟିଭ ବାହାରିବା ପରେ କଟକ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା। ସେହିଭଳି ୧୨୫ନଂ ସୋରର ସୁନାରି ଅଞ୍ଚଳର ୬୩ବର୍ଷୀୟ ବୃଦ୍ଧ ଥିବାବେଳେ ଏପ୍ରିଲ ୨୪ରୁ ୨୫ତାରିଖ ମଧ୍ୟରେ ଏକ ଟ୍ରକ ଯୋଗେ କୋଲକାତାରୁ ଫେରିଥିଲେ। ୨୫ରୁ ୨୯ତାରିଖ ପର୍ଯ୍ୟନ୍ତ ସରକାରୀ କ୍ୱାରାଣ୍ଟାଇନ ରହିଥିଲେ। ୨୯ତାରିଖରେ ରିପୋର୍ଟ ପଜିଟିଭ ବାହାରିବା ପରେ କଟକ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା। ସେହିଭଳି ୧୨୬ନଂ ଜଣଙ୍କ ସୋରର ବ୍ରାହ୍ମଣସବିରାର ୪୪ବର୍ଷୀୟ ହୋଇଥିବାବେଳେ ୨୭ରୁ ୨୮ମାର୍ଚ୍ଚରେ କୋଲକାତାରୁ ଗୋଟିଏ ଭଡ଼ା ଗାଡ଼ି (ସେଥିରେ ୮ଜଣ ଓଡ଼ିଶା ଯାତ୍ରୀ ଥିଲେ) ଯୋଗେ ଘରକୁ ଫେରିଥିଲେ। ୨୮ତାରିଖରେ ସେ ସେଲ୍ପ ରେଜିଷ୍ଟ୍ରେଶନ କରିଥିଲେ। ପରେ ୨୮ରୁ ୨୯ମାର୍ଚ୍ଚ ଘରେ ରହି ଛପର କାର୍ଯ୍ୟ କରିବାସହ ଗ୍ରାମର ଅନ୍ୟ ୩ଜଣଙ୍କୁ ସାହାଯ୍ୟ କରିଥିଲେ। ୨୯ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ପରେ କଟକ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri