Posted inଖେଳ

୬ ଉଇକେଟ ନେବା ପରେ ଧୋନୀଙ୍କୁ ମନେ ପକାଇଲେ ଦୀପକ ଚହର

ନାଗପୁର, ୧୧।୧୧:ଦୀପକ ଚହରଙ୍କ ମ୍ୟାଜିକ ସ୍ପେଲ ଏବଂ ହ୍ୟାଟ୍ରିକ ସଫଳତା ବଳରେ ଭାରତ ରବିବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୩୦ ରନରେ ହରାଇ ଦେଇଛି। ଏହି ମ୍ୟାଚରେ ଦୀପକ ମାତ୍ର ୭ ରନ ଦେଇ ୬ ଉଇକେଟ ନେଇଥିଲେ। ଦୀପକଙ୍କ ଏହି ସଫଳତା ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ୍‌ ପରେ ଦୀପକ ୟୁଜବେନ୍ଦ୍ର ଚହଲଙ୍କ ‘ଚହଲ ଟିଭି’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ମହେନ୍ଦ୍ର ସିଂ ଧୋନୀଙ୍କ ଯୋଗୁ ମୁଁ ଆଜି ଏହି ସଫଳତା ପାଇଛି। ଜୀବନରେ ୫ ଉଇକେଟ୍‌ ସ୍ବପ୍ନ ଦେଖିଥିଲି, କିନ୍ତୁ ଏତେ କମ୍‌ ରନ୍‌ ଦେଇ ୬ ଉଇକେଟ୍‌ ନେବା କଥା ଚିନ୍ତା କରି ନ ଥିଲି ବୋଲି ସ କହିଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିବା ମୋ ପାଇଁ ବେଶ୍‌ ଲାଭଦାୟକ ଥିଲା। ଧୋନୀ ଭାଇଙ୍କ ଟିପ୍ସ ଆଜି କାମରେ ଆସିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦୀପକ ୭ ରନ ଦେଇ ୬ ଉଇକେଟ ନେବା ଅନ୍ତର୍ଜାତୀୟ ଟି୨୦ରେ ସର୍ବଶ୍ରେଷ୍ଠ ବୋଲିଂ ସଫଳତା। ପୂର୍ବରୁ ଶ୍ରୀଲଙ୍କାର ଅଜନ୍ଥା ମେଣ୍ଡିସ ୨୦୧୨ରେ ହାମ୍ବନତୋଟାଠାରେ ଜିମ୍ବାଓ୍ବେ ବିପକ୍ଷରେ ୮ ରନ ବିନିମୟରେ ୬ ଉଇକେଟ ନେଇ ରେକର୍ଡର ଅଧିକାରୀ ଥିଲେ। ଦୀପକ ଯେ କେବଳ ଶ୍ରେଷ୍ଠ ବୋଲିଂ କରିଥିଲେ ତା’ ନୁହେଁ ଭାରତର ପ୍ରଥମ ବୋଲର ଭାବେ ଟି୨୦ରେ ହ୍ୟାଟ୍ରିକ ମଧ୍ୟ ଅର୍ଜନ କରିଥିଲେ। ସେ ନିଜ ୩ୟ ଓଭରର ଶେଷ ବଲରେ ଶାଫିଉଲ ଇସଲାମଙ୍କୁ ଏବଂ ୪ର୍ଥ ଓଭରର ପ୍ରଥମ ବଲରେ ମୁସ୍ତାଫିଜୁର ରହମନ ଓ ଦ୍ୱିତୀୟ ବଲରେ ଅମିନୁଲ ଇସଲାମଙ୍କୁ ଆଉଟ କରି ହ୍ୟାଟ୍ରିକ ପୂରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri