ଏମାର ମଠ ଟ୍ରଷ୍ଟ ବୋର୍ଡକୁ ଅନୁମୋଦନ

ପୁରୀ ଅଫିସ, ୧୧।୧୧ : ବହୁଚର୍ଚ୍ଚିତ ଏମାର ମଠ ପାଇଁ ଗଠନ ହୋଇଛି ଟ୍ରଷ୍ଟ ବୋର୍ଡ। ୫ ଜଣ ସଦସ୍ୟ ଥିବା ଏହି ବୋର୍ଡର ଟ୍ରଷ୍ଟି ରହିଛନ୍ତି ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ। ଦେବୋତ୍ତର କମିଶନଙ୍କଠାରୁ ମଧ୍ୟ ଟ୍ରଷ୍ଟ ବୋର୍ଡକୁ ଅନୁମତି ମିଳିଥିବା ଜଣାପଡିଛି। ଫଳରେ ଏହି ବୋର୍ଡକୁ ମଠ ପରିଚାଳନା ଦାୟିତ୍ୱ ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ବୋର୍ଡକୁ ଯଦି ପରିଚାଳନା କମିଟି ଦାୟିତ୍ୱ ମିଳେ ତେବେ ଏମାର ମଠ ମହନ୍ତଙ୍କ ଭୂମିକା କଣ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏମାର ମଠରୁ ରୁପା ଇଟା ଚୋରି ହେବା ପରେ ମହନ୍ତଙ୍କୁ ଦେବୋତ୍ତର ବିଭାଗ ନିଲମ୍ବିତ କରିଥିଲା। ଏହି ନିଲମ୍ବନ ପରେ ଏକ କମିଟି ଦାୟିତ୍ୱ ନେଇଥିଲା। ମାତ୍ର ମହନ୍ତ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ମଧ୍ୟ ମହନ୍ତଙ୍କ ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ମଠ ପରିଚାଳନା ପାଇଁ ଦୋବୋତ୍ତର ବିଭାଗ ଟ୍ରଷ୍ଟ ବୋର୍ଡ ଗଠନ ଲାଗି ପଦକ୍ଷେପ ନେଇଥିଲା। ତଦନୁଯାୟୀ କିଛିଦିନ ତଳେ ଏମାର ମଠ ପରିସରରେ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ ସମେତ ୫ ଜଣ ସଦସ୍ୟଙ୍କୁ ନେଇ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଥିଲା। ଏହି ବୋର୍ଡକୁ ଦେବୋତ୍ତର ବିଭାଗ ଅନୁମୋଦନ କରିଛି। ଫଳରେ ଟ୍ରଷ୍ଟ ବୋର୍ଡକୁ ମଠ ପରିଚାଳନା ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଟ୍ରଷ୍ଟି ବାବା ସଚ୍ଚିଦାନନ୍ଦ କହିଛନ୍ତି, ଦେବୋତ୍ତର କମିଶନ ବୋର୍ଡକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କୀତ ଚିଠି ମୋର ହସ୍ତଗତ ହୋଇଛି। ତେବେ ବୋର୍ଡକୁ ପରିଚାଳନା ଦାୟିତ୍ୱ କିମ୍ବା ଅନ୍ୟ କଣ ଦାୟିତ୍ୱ ଦେବେ ତାହା କିଛି ସ୍ପଷ୍ଟ ହୋଇନାହିଁ। ଯାହା ଦାୟିତ୍ୱ ଦେବେ ତାହାକୁ ସୁଚାରୁରୂପେ ସମ୍ପାଦନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri