ଏମାର ମଠ ଟ୍ରଷ୍ଟ ବୋର୍ଡକୁ ଅନୁମୋଦନ

ପୁରୀ ଅଫିସ, ୧୧।୧୧ : ବହୁଚର୍ଚ୍ଚିତ ଏମାର ମଠ ପାଇଁ ଗଠନ ହୋଇଛି ଟ୍ରଷ୍ଟ ବୋର୍ଡ। ୫ ଜଣ ସଦସ୍ୟ ଥିବା ଏହି ବୋର୍ଡର ଟ୍ରଷ୍ଟି ରହିଛନ୍ତି ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ। ଦେବୋତ୍ତର କମିଶନଙ୍କଠାରୁ ମଧ୍ୟ ଟ୍ରଷ୍ଟ ବୋର୍ଡକୁ ଅନୁମତି ମିଳିଥିବା ଜଣାପଡିଛି। ଫଳରେ ଏହି ବୋର୍ଡକୁ ମଠ ପରିଚାଳନା ଦାୟିତ୍ୱ ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ବୋର୍ଡକୁ ଯଦି ପରିଚାଳନା କମିଟି ଦାୟିତ୍ୱ ମିଳେ ତେବେ ଏମାର ମଠ ମହନ୍ତଙ୍କ ଭୂମିକା କଣ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏମାର ମଠରୁ ରୁପା ଇଟା ଚୋରି ହେବା ପରେ ମହନ୍ତଙ୍କୁ ଦେବୋତ୍ତର ବିଭାଗ ନିଲମ୍ବିତ କରିଥିଲା। ଏହି ନିଲମ୍ବନ ପରେ ଏକ କମିଟି ଦାୟିତ୍ୱ ନେଇଥିଲା। ମାତ୍ର ମହନ୍ତ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ମଧ୍ୟ ମହନ୍ତଙ୍କ ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ମଠ ପରିଚାଳନା ପାଇଁ ଦୋବୋତ୍ତର ବିଭାଗ ଟ୍ରଷ୍ଟ ବୋର୍ଡ ଗଠନ ଲାଗି ପଦକ୍ଷେପ ନେଇଥିଲା। ତଦନୁଯାୟୀ କିଛିଦିନ ତଳେ ଏମାର ମଠ ପରିସରରେ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ ସମେତ ୫ ଜଣ ସଦସ୍ୟଙ୍କୁ ନେଇ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଥିଲା। ଏହି ବୋର୍ଡକୁ ଦେବୋତ୍ତର ବିଭାଗ ଅନୁମୋଦନ କରିଛି। ଫଳରେ ଟ୍ରଷ୍ଟ ବୋର୍ଡକୁ ମଠ ପରିଚାଳନା ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଟ୍ରଷ୍ଟି ବାବା ସଚ୍ଚିଦାନନ୍ଦ କହିଛନ୍ତି, ଦେବୋତ୍ତର କମିଶନ ବୋର୍ଡକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କୀତ ଚିଠି ମୋର ହସ୍ତଗତ ହୋଇଛି। ତେବେ ବୋର୍ଡକୁ ପରିଚାଳନା ଦାୟିତ୍ୱ କିମ୍ବା ଅନ୍ୟ କଣ ଦାୟିତ୍ୱ ଦେବେ ତାହା କିଛି ସ୍ପଷ୍ଟ ହୋଇନାହିଁ। ଯାହା ଦାୟିତ୍ୱ ଦେବେ ତାହାକୁ ସୁଚାରୁରୂପେ ସମ୍ପାଦନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ ଉପରେ CBSEର ୟୁଟର୍ନ, ପ୍ରଥମେ ଖାରଜ ପରେ ଏବେ ତ୍ରୁଟି ସ୍ବୀକାର କଲା

ନୂଆଦିଲ୍ଲୀ,୩୧।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମକୁ ନେଇ ବିବାଦ ସମ୍ପର୍କରେ ଏକ ବଡ଼ ୟୁ-ଟର୍ଣ୍ଣ ନେଇଛି । ଉତ୍ତର…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

କେସିଙ୍ଗାରେ ଦଶମ-ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା,୩୧ା୫(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପ ଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri