୫୯ ପଞ୍ଚାୟତ ପୋଖରୀରେ ଏସ୍‌ଏଚ୍‌ଜି କରିବେ ମାଛଚାଷ

ଫୁଲବାଣୀ ଅଫିସ, ୨୩ା୮-ରାଜ୍ୟ ସରକାର ମହିଳା ସଶକ୍ତୀକରଣ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ପଞ୍ଚାୟତ ପୋଖରୀରେ ମାଛଚାଷ କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ଏସବୁ ପୋଖରୀ ସେମାନଙ୍କୁ ଲିଜ୍‌ ଆକାରରେ ଦିଆଯିବ। ୧ ବର୍ଷରୁ ୩ ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସମୟ ସୀମା ରହିବ। ପୋଖରୀରେ ବୈଷୟିକ ପ୍ରଣାଳୀରେ ମାଛ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କନ୍ଧମାଳ ଜିଲାରେ ମୋଟ ୧୭୧ ପଞ୍ଚାୟତରୁ ୫୯ ପୋଖରୀ ଚିହ୍ନଟ ହୋଇଛି। ସେଥିରୁ ୪୨ପୋଖରୀ ଲିଜ୍‌ ସୂତ୍ରରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆ ସରିଲାଣି। ଆସନ୍ତା ୩୧ ତାରିଖ ସୁଦ୍ଧା ଅନ୍ୟ ସବୁର ଲିଜ୍‌ କାର୍ଯ୍ୟ ଶେଷ ହୋଇ ସେପ୍ଟେମ୍ବର ୩୦ ଭିତରେ ଯାଅଁାଳ ଛଡା ଯିବାକୁ ମତ୍ସ୍ୟ ବିଭାଗ ଏବଂ ମିଶନଶକ୍ତି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।ମିଳିଥିବା ସୂଚନା ଅନୁସାରେ, ଫୁଲବାଣୀ ବ୍ଲକରେ ୧୨ ପୋଖରୀ ଚିହ୍ନଟ ହୋଇଛି। ଯାହାର ଆୟତନ ୮ ହେକ୍ଟର। ସେହିପରି ଖଜୁରିପଡାରେ ୩ ପୋଖରୀର ୨.୫ ହେକ୍ଟର, ଫିରିଙ୍ଗିଆର ୯ ପୋଖରୀର ୪ ହେକ୍ଟର, ଟିକାବାଲିର ୨ ପୋଖରୀର ୪ ହେକ୍ଟର, ଚକାପାଦ ୯ ପୋଖରୀର ୩ ହେକ୍ଟର, ଜି.ଉଦୟଗିରିର ୫ ପୋଖରୀର ୪ ହେକ୍ଟର, ରାଇକିଆ ୫ ପୋଖରୀର ୧ ହେକ୍ଟର, ଦାରିଙ୍ଗବାଡିରେ ୩ ପୋଖରୀର ୦.୬ ହେକ୍ଟର, ବାଲିଗୁଡା ୫ ପୋଖରୀ ୧.୬ ହେକ୍ଟର, ତୁମୁଡିବନ୍ଧ ୪ ପୋଖରୀରେ ୦.୮ ହେକ୍ଟର ଏବଂ କୋଟଗଡରେ ୨ ପୋଖରୀର ୦.୬ ହେକ୍ଟରରେ ମାଛ ଚାଷ ହେବ। କ.ନୂଆଗଁା ବ୍ଲକରେ ୩ ବର୍ଷ ପର୍ଯ୍ୟନ୍ତ ପଞ୍ଚାୟତ ଲିଜ୍‌ ଦେଇ ସାରିଥିବାରୁ ସେଠାରେ ଏସ୍‌ଏଚ୍‌ଜିମାନେ ଉପକୃତ ହେବେ ନାହିଁ।ସେହିପରି ପଞ୍ଚାୟତ ପୋଖରୀ ଚିହ୍ନଟରେ ମଧ୍ୟ କିଛି ସମସ୍ୟା ରହିଛି। ପଞ୍ଚାୟତ ନିଜେ ପୋଖରୀକୁ ଲିଜ୍‌ ଦେଲେ ଭଲ ରାଜସ୍ବ ପାଇଥାଏ। ମାତ୍ର ଏସ୍‌ଏଚ୍‌ଜିଙ୍କୁ ଦେଲେ ରାଜସ୍ବ ବହୁତ କମିବ।
କାରଣ ଗୋଟିଏ ଏକର ପୋଖରୀ ବାବଦରେ ବର୍ଷକୁ ଏସ୍‌ଏଚ୍‌ଜିମାନେ ମାତ୍ର ୨୦୦୦ ଟଙ୍କା ପଞ୍ଚାୟତକୁ ଦେବେ।
ଯଦି ପରବର୍ତ୍ତୀ ବର୍ଷକୁ ଲିଜ୍‌ ରଖିବେ ତାହାଲେ ଆଉ ଅଧିକ ୧୦ ପ୍ରତିଶତ ଦେବେ। ଯହାକୁ ନେଇ ପଞ୍ଚାୟତରେ ଟଣା ଓଟରା ଲାଗି ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିବାରୁ ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀମାନେ ଚୁପ୍‌ ରହି ଲିଜ୍‌ ଦେବାବୁ ବାଧ୍ୟ ହେଉଛନ୍ତି। ସେହିପରି ପଞ୍ଚାୟତ ପୋଖରୀ ଲିଜ୍‌ ନେବାକୁ ଏସ୍‌ଏଚ୍‌ଜିଙ୍କ ମଧ୍ୟରେ ପ୍ରବଳ ହଟଗୋଳ ହେଉଛି। ସେମାନଙ୍କୁ ମିଶନଶକ୍ତି ଏବଂ ସହକାରୀ ମତ୍ସ୍ୟ ଅଧିକାରୀ ଚିହ୍ନଟ କରୁଛନ୍ତିି। ଜିଲାରେ କିଛି ସ୍ଥାନରେ ପୋଖରୀ ପାଇ ନ ଥିବା ଏସ୍‌ଏଚ୍‌ଜିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।ପୋଖରୀରେ ମଧୁର ମାଛ ଭାକୁର, ରୋହି ଓ ମିରିକାଳି ଚାଷ କରାଯିବ। ଗୋଟିଏ ଏକର ପିଛା ଯେତିକି ଖର୍ଚ୍ଚ ହେବ ସେଥିରୁ ସବ୍‌ସିଡି ମାଧ୍ୟମରେ କିିମ୍ବା ରିହାତି ୬୦ ପ୍ରତିଶତ ସରକାର ଦେବେ। ଯଦି ଏସ୍‌ଏଚ୍‌ଜିଙ୍କ ପାଖରେ ଅର୍ଥ ଅଭାବ ଥିବ ତା’ ହେଲେ ବ୍ୟାଙ୍କ ଜରିଆରେ ସେମାନଙ୍କୁ ଋଣ ଯୋଗାଇ ଦିଆଯିବ। ଯାହା ଆମେ ଅନୁମାନ କରୁଛୁ। ଗୋଟିଏ ଏକର ପୋଖରୀରୁ ବର୍ଷକୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଭ ମିଳିବ ବୋଲି ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri