୫ ଦଶନ୍ଧି ଧରି କମୁଛି ବର୍ଷା

ବେଜିଂ/ନୂଆଦିଲ୍ଲୀ, ୧୪ା୬: କୃଷି ପ୍ରଧାନ ଦେଶ ଭାରତରେ ଚାଷକାର୍ଯ୍ୟ ଲାଗି ବିଶେଷତଃ ବର୍ଷା ଉପରେ କୃଷକମାନେ ନିର୍ଭର କରିଥାନ୍ତି। କିନ୍ତୁ ବିଗତ ୫ ଦଶନ୍ଧି ଧରି ବର୍ଷାର ପରିମାଣ କମିବାରେ ଲାଗିଛି। ୫୦ ବର୍ଷ ମଧ୍ୟରେ ବର୍ଷାର ପରିମାଣ କମିବା ଓ ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେବା ଚିନ୍ତା ବଢ଼ାଇଛି। ଏଭଳି ପ୍ରାକୃତିକ ପରିବର୍ତ୍ତନର କାରଣ ଜାଣିବା ଲାଗି ଏକ ବୈଜ୍ଞାନିକ ଗୋଷ୍ଠୀ ଏବେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। ସେମାନେ ୨୦୦୦ ପୂର୍ବ ଓ ପରର ବିଭିନ୍ନ ପ୍ରାକୃତିକ ସ୍ଥିତିକୁ ବିଶ୍ଳେଷଣ କରିଛନ୍ତି। ୧୯୫୦ରୁ ଉତ୍ତର କେନ୍ଦ୍ରୀୟ ଭାରତରେ ମୌସୁମୀ ବର୍ଷାର ପରିମାଣ କମିବା ଓ ଏହା ଦୀର୍ଘବର୍ଷ ଧରି ଜାରି ରହିବାର କାରଣ ଜାଣିବାକୁ ସେମାନେ ପ୍ରୟାସ କରିଛନ୍ତି। ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଟ୍‌ମୋସ୍ଫେରିକ୍‌ ଫିଜିକ୍ସର ଡ. ଜିନ୍‌ ହୁଆଙ୍ଗ ଏବଂ ପ୍ରଫେସର ଟିଆନ୍‌ଜୁନ୍‌ ଝୋଉ ବ୍ରିଟେନ ପାଣିପାଗ କାର୍ଯ୍ୟାଳୟ ଓ ଜର୍ମାନୀର ମାକ୍ସ ଫ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଡାଟାକୁ ବ୍ୟବହାର କରି ପରୀକ୍ଷା ଜାରି ରଖିଛନ୍ତି। ସବୁଜ ଘର ବାଷ୍ପ, ମାନବୀୟ ପ୍ରବୃତ୍ତିରେ ପରିବର୍ତ୍ତନ ଓ ଭୂମି ଭଳି ବାହ୍ୟ ଶକ୍ତି ପ୍ରାକୃତିକ ପରିବର୍ତ୍ତନଶୀଳତା ଲାଗି ବିଶେଷ ଭାବେ ଦାୟୀ ବୋଲି କୁହାଯାଇଛି। ମାନବୀୟ କାର୍ଯ୍ୟକଳାପ ଉଷ୍ମତା ବୃଦ୍ଧିକରିବା ସହ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯାହାକି ସମୁଦ୍ର ଉପରେ ପ୍ରଭାବ ପକାଇଥାଏ। ଫଳରେ ପାଣିପାଗ ପରିବର୍ତ୍ତନଶୀଳ ହୋଇଥାଏ। ମୌସୁମୀ ବର୍ଷା କମ୍‌ ହୋଇଥାଏ। ୧୯୫୦ରୁ ୨୦୦୦ ମସିହା ମଧ୍ୟରେ ଏଭଳି ସ୍ଥିତି ଦୃଷ୍ଟିଗୋଚର ହୋଇଥିଲା। ଭଲ ବର୍ଷା ଲାଗି ପରିବେଶ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବା ସହ ମାନବୀୟ ପ୍ରବୃତ୍ତିରେ ପରିବର୍ତ୍ତନ ଅଣାଯିବା ଜରୁରୀ ବୋଲି ବୈଜ୍ଞାନିକମାନେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?