୫-ଟି ସଚିବଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ମେଡିକାଲରେ ଛନକା: ସୌନ୍ଦର୍ଯ୍ୟ ବଢ଼ାଇବାକୁ ରଖାଗଲା ଫୁଲଗଛ

ଅନୁଗୋଳ ଅଫିସ, ୧୬ା୧୦- ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମର ତଦାରଖ ପାଇଁ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ଅଧିକାରୀମାନେ ସରକାରୀ କାର୍ଯ୍ୟାଳୟ, ଥାନା, ମେଡିକାଲ ପରିଦର୍ଶନରେ ଯାଉଛନ୍ତି। କର୍ତ୍ତବ୍ୟରେ ଅବହେଳା ଥିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ଏବେ ଏହାକୁ ନେଇ ସବୁଠି ଛନକା ପଶିଯାଇଛି। ଏଥିରୁ ବାଦ୍‌ ପଡ଼ିନି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ମଙ୍ଗଳବାର ଅନୁଗୋଳ ମେଡିକାଲ ପରିଦର୍ଶନରେ ୫-ଟି ସଚିବ ଆସିବେ ବୋଲି ଚର୍ଚ୍ଚା ହେବା ପରେ ଚଳଚଞ୍ଚଳ ହୋଇପଡ଼ିଥିଲେ କର୍ତ୍ତୃପକ୍ଷ ଓ କର୍ମଚାରୀ। ମେଡିକାଲର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସମସ୍ତ ୱାର୍ଡ ଓ ଆଉଟଡୋର ସମ୍ମୁଖରେ ଫୁଲକୁଣ୍ଡମାନ ରଖାଯାଇଥିବା ବେଳେ ଘଣ୍ଟାକୁ ଘଣ୍ଟା ସଫେଇ ଓ ବ୍ଲିଚିଙ୍ଗ ପକାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରି କି ମେଡିକାଲ ପରିସରରେ ପାର୍କିଂ ବ୍ୟବସ୍ଥାରେ ମଧ୍ୟ ସୁଧାର ଅଣାଯାଇଥିଲା। ଧାଡ଼ିରେ ଲୋକଙ୍କୁ ଛିଡ଼ା କରାଇ ବହିର୍ବିଭାଗକୁ ଗୋଟିଏ ପରେ ଗୋଟିଏ ରୋଗୀଙ୍କୁ ଛଡ଼ାଯାଉଥିଲା। ଏଥିସହ ଗୁରୁତର ରୋଗୀଙ୍କୁ ପ୍ରାଥମିକତା ଦେଇ ଚିକିତ୍ସା କରାଯାଉଥିଲା। ମେଡିକାଲର ଟିକେଟ୍‌ କାଉଣ୍ଟର ପାଖରୁ ଆରମ୍ଭ କରି ନିରାମୟ ଔଷଧ ବିତରଣ କେନ୍ଦ୍ର ପର୍ଯ୍ୟନ୍ତ ସବୁଆଡ଼େ ନମ୍ର ବ୍ୟବହାର ଦେଖିବାକୁ ମିଳିଥିଲା। କିନ୍ତୁ ଅପରାହ୍ନରେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା ମେଡିକାଲରେ ପହଞ୍ଚତ୍ବା ପରେ କର୍ତ୍ତୃପକ୍ଷ ଆଶ୍ୱସ୍ତ ହେବା ସହ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ ଚାଲିଯାଇଥିଲେ।
ଏସ୍‌ପି ମୀନା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବା ପରେ ମେଡିକାଲ ଫାଣ୍ଡି ବୁଲି ଦେଖିଥିଲେ। ଫାଣ୍ଡିର ଉନ୍ନୟନ ପାଇଁ ଏସ୍‌ଡିପିଓ ଅଶ୍ୱନୀ ସାହୁ ଓ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସହ ଏସ୍‌ପି ଆଲୋଚନା କରିଥିଲେ। ଏପରି କି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅମରେନ୍ଦ୍ରନାଥ ମହାନ୍ତିଙ୍କ ସହ ମଧ୍ୟ କଥା ହୋଇଥିଲେ। ଫାଣ୍ଡିରେ ୨୪ ଘଣ୍ଟିଆ ଡ୍ୟୁଟି କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେବା ସହ ଉନ୍ନତି ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ହିସାବ ମାଗିଥିଲେ। ଫାଣ୍ଡିରେ ଶୌଚାଳୟ, ପୋଲିସ କର୍ମଚାରୀଙ୍କ ବିଶ୍ରାମ ଗୃହ ନିର୍ମାଣ କରାଯିବ। ଫାଣ୍ଡି ସମ୍ମୁଖରେ ବଡ଼ ଅକ୍ଷରେ ଏକ ବୋର୍ଡ ଲଗାଇବାକୁ ମଧ୍ୟ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri