୫-ଟି ପ୍ରଭାବ: ୩ ମାସର ସମସ୍ୟା ୩ ଘଣ୍ଟାରେ ସମାଧାନ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତ କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ଗସ୍ତ ପରେ ୫-ଟି ସଚିବ ଅଚାନକ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକୁ ଗସ୍ତ କରି ଅନ୍ତେବାସୀଙ୍କ ସୁବିଧାଅସୁବିଧା ପଚାରି ବୁଝିଥିଲେ। ସେଠାରେ ଅନ୍ତେବାସୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ୫-ଟି ସଚିବଙ୍କୁ ଅବଗତ କରିଥିଲେ। ପ୍ରାୟ ୩ ମାସ ହେବ ସେମାନଙ୍କ ସହାୟତା ରାଶି ପ୍ରଦାନ କରା ଯାଇ ନ ଥିବା ଜଣାପଡିଥିଲା। ଏହାର ତୁରନ୍ତ ସମାଧାନ ପାଇଁ ୫-ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ। ଭଦ୍ରକ ଗସ୍ତରୁ ଫେରିବା ପରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମ୍ପୃକ୍ତ ବିଭାଗୀୟ ସଚିବଙ୍କୁ ଡକାଇ ସମୀକ୍ଷା କରିବା ସହ ବିଳମ୍ବ ସମ୍ପର୍କରେ ପଚାରି ବୁଝିଥିଲେ। ଅର୍ଥ ପ୍ରଦାନରେ ବିଳମ୍ବ ପାଇଁ ଦାୟୀ ଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିବା ଜଣାପଡିଛି। ୫-ଟି ସଚିବଙ୍କ ଗସ୍ତର ମାତ୍ର ୩ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ହୋଇଥିବାରୁ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି। କେବଳ ଭଦ୍ରକ ନୁହେଁ, ପୁରୀ ଏବଂ ଅନୁଗୋଳ ଜିଲାର ଗୋଟିଏ ଲେଖାଏ ସଂସ୍ଥା ମଧ୍ୟ ସହାୟତା ରାଶି ପାଇଛନ୍ତି।
ଏହି କ୍ରମରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଭାଗିତାରେ କାର୍ଯ୍ୟରତ ୩ ସଂସ୍ଥା ପାଇଁ ୩୩ ଲକ୍ଷ ଟଙ୍କାର ଅନୁଦାନ ମଙ୍ଗଳବାର ପ୍ରଦାନ କରାଯାଇଛି। ଏହି ୩ ସଂସ୍ଥା(ଏନ୍‌ଜିଓ)ଗୁଡିକ ହେଉଛି- ଭଦ୍ରକ ଜିଲା ଚରମ୍ପା ଅନ୍ତର୍ଗତ ପଥରରଡିସ୍ଥିତ ସେଣ୍ଟର ଫର୍‌ ରିହାବିଲିଟେଶନ ସର୍ଭିସ ଆଣ୍ଡ ରିସର୍ଚ୍ଚ(ସିଆରଏସ୍‌ଆର), ପୁରୀ ପଣସପଦା ଅନ୍ତର୍ଗତ ପଣ୍ଡାପୋଖରୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସେଲ୍ଫ ଏମ୍ପ୍ଲୟମେଣ୍ଟ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଏବଂ ଅନୁଗୋଳ ଜିଲାର ହାକିମପଡା ଅନ୍ତର୍ଗତ ଶିବାଙ୍ଗୀ ଅଞ୍ଚଳର ଚାଉଳିଆ ନିବାସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଇଲ୍ଡ ଡେଭଲପମେଣ୍ଟ (ଆଇସିଡି)। ଏହି ସଂସ୍ଥାଗୁଡିକ ସରକାରଙ୍କ ଦ୍ୱାରା କରାଯାଉଥିବା ‘ରିହାବିଲିଟେଶନ ଅଫ୍‌ ଫିଜିକାଲି ଆଣ୍ଡ ମେଣ୍ଟାଲି ଚ୍ୟାଲେଞ୍ଜ୍‌ଡ ସୋସିଆଲି ଡିସ୍‌ଆଡ୍‌ଭାନ୍‌ଟେଜ୍‌ ପର୍ସନ’ କାର୍ଯ୍ୟକ୍ରମରେ ସହଭାଗିତା କରୁଛନ୍ତି।
ପ୍ରଶାସନରେ ସ୍ବଚ୍ଛତା ସହ ଅଧିକ ଲୋକକୈନ୍ଦ୍ରିକ କରିବା ପାଇଁ ପ୍ରତିଟି କାର୍ଯ୍ୟକ୍ରମରେ ୫-ଟିକୁ ଗୁରୁତ୍ୱ ଦିଆଯାଉଛି। ଯାହା ଦ୍ୱାରା କୌଣସି ଜନକଲ୍ୟାଣକାରୀ ପ୍ରସ୍ତାବ ଆସିଲେ ତାହା ସରକାର ତୁରନ୍ତ କାର୍ଯ୍ୟକାରୀ କରୁଛନ୍ତି। ଏହି ୩ଟି ସଂସ୍ଥାରେ ମୋଟ ୧୬୫ ହିତାଧିକାରୀ ଲାଭ ପାଉଛନ୍ତି। ତନ୍ମଧ୍ୟରେ ୫୫ ଜଣ ଆବାସିକ ଏବଂ ୧୧୦ ଜଣ ଅଣଆବାସିକ ହିତାଧିକାରୀ ରହିଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତି ପାଇଁ ଅର୍ଥ ଅନୁମୋଦନ ହୋଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ରଙ୍କ ପକ୍ଷରୁ ଏସ୍‌ଆଇଡିଆର ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖାଯାଇଛି। ଅନୁମୋଦିତ ଅର୍ଥ ଅନ୍ୟ କୌଣସି କାର୍ଯ୍ୟରେ ଯେପରି ବ୍ୟବହୃତ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ଅନୁମୋଦିତ ଅର୍ଥ କିପରି, କେଉଁ ଦିଗରେ ବ୍ୟବହୃତ ହେଉଛି, ତାହାର ରେକର୍ଡ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଟଙ୍କା ନେଣଦେଣରେ ସ୍ବଚ୍ଛତା ପାଇଁ ବେସରକାରୀ ସଂସ୍ଥା(ଏନ୍‌ଜିଏ)ଗୁଡିକର ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri