୫-ଟି ପ୍ରଭାବ: ୩ ମାସର ସମସ୍ୟା ୩ ଘଣ୍ଟାରେ ସମାଧାନ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତ କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ଗସ୍ତ ପରେ ୫-ଟି ସଚିବ ଅଚାନକ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକୁ ଗସ୍ତ କରି ଅନ୍ତେବାସୀଙ୍କ ସୁବିଧାଅସୁବିଧା ପଚାରି ବୁଝିଥିଲେ। ସେଠାରେ ଅନ୍ତେବାସୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ୫-ଟି ସଚିବଙ୍କୁ ଅବଗତ କରିଥିଲେ। ପ୍ରାୟ ୩ ମାସ ହେବ ସେମାନଙ୍କ ସହାୟତା ରାଶି ପ୍ରଦାନ କରା ଯାଇ ନ ଥିବା ଜଣାପଡିଥିଲା। ଏହାର ତୁରନ୍ତ ସମାଧାନ ପାଇଁ ୫-ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ। ଭଦ୍ରକ ଗସ୍ତରୁ ଫେରିବା ପରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମ୍ପୃକ୍ତ ବିଭାଗୀୟ ସଚିବଙ୍କୁ ଡକାଇ ସମୀକ୍ଷା କରିବା ସହ ବିଳମ୍ବ ସମ୍ପର୍କରେ ପଚାରି ବୁଝିଥିଲେ। ଅର୍ଥ ପ୍ରଦାନରେ ବିଳମ୍ବ ପାଇଁ ଦାୟୀ ଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିବା ଜଣାପଡିଛି। ୫-ଟି ସଚିବଙ୍କ ଗସ୍ତର ମାତ୍ର ୩ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ହୋଇଥିବାରୁ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି। କେବଳ ଭଦ୍ରକ ନୁହେଁ, ପୁରୀ ଏବଂ ଅନୁଗୋଳ ଜିଲାର ଗୋଟିଏ ଲେଖାଏ ସଂସ୍ଥା ମଧ୍ୟ ସହାୟତା ରାଶି ପାଇଛନ୍ତି।
ଏହି କ୍ରମରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଭାଗିତାରେ କାର୍ଯ୍ୟରତ ୩ ସଂସ୍ଥା ପାଇଁ ୩୩ ଲକ୍ଷ ଟଙ୍କାର ଅନୁଦାନ ମଙ୍ଗଳବାର ପ୍ରଦାନ କରାଯାଇଛି। ଏହି ୩ ସଂସ୍ଥା(ଏନ୍‌ଜିଓ)ଗୁଡିକ ହେଉଛି- ଭଦ୍ରକ ଜିଲା ଚରମ୍ପା ଅନ୍ତର୍ଗତ ପଥରରଡିସ୍ଥିତ ସେଣ୍ଟର ଫର୍‌ ରିହାବିଲିଟେଶନ ସର୍ଭିସ ଆଣ୍ଡ ରିସର୍ଚ୍ଚ(ସିଆରଏସ୍‌ଆର), ପୁରୀ ପଣସପଦା ଅନ୍ତର୍ଗତ ପଣ୍ଡାପୋଖରୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସେଲ୍ଫ ଏମ୍ପ୍ଲୟମେଣ୍ଟ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଏବଂ ଅନୁଗୋଳ ଜିଲାର ହାକିମପଡା ଅନ୍ତର୍ଗତ ଶିବାଙ୍ଗୀ ଅଞ୍ଚଳର ଚାଉଳିଆ ନିବାସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଇଲ୍ଡ ଡେଭଲପମେଣ୍ଟ (ଆଇସିଡି)। ଏହି ସଂସ୍ଥାଗୁଡିକ ସରକାରଙ୍କ ଦ୍ୱାରା କରାଯାଉଥିବା ‘ରିହାବିଲିଟେଶନ ଅଫ୍‌ ଫିଜିକାଲି ଆଣ୍ଡ ମେଣ୍ଟାଲି ଚ୍ୟାଲେଞ୍ଜ୍‌ଡ ସୋସିଆଲି ଡିସ୍‌ଆଡ୍‌ଭାନ୍‌ଟେଜ୍‌ ପର୍ସନ’ କାର୍ଯ୍ୟକ୍ରମରେ ସହଭାଗିତା କରୁଛନ୍ତି।
ପ୍ରଶାସନରେ ସ୍ବଚ୍ଛତା ସହ ଅଧିକ ଲୋକକୈନ୍ଦ୍ରିକ କରିବା ପାଇଁ ପ୍ରତିଟି କାର୍ଯ୍ୟକ୍ରମରେ ୫-ଟିକୁ ଗୁରୁତ୍ୱ ଦିଆଯାଉଛି। ଯାହା ଦ୍ୱାରା କୌଣସି ଜନକଲ୍ୟାଣକାରୀ ପ୍ରସ୍ତାବ ଆସିଲେ ତାହା ସରକାର ତୁରନ୍ତ କାର୍ଯ୍ୟକାରୀ କରୁଛନ୍ତି। ଏହି ୩ଟି ସଂସ୍ଥାରେ ମୋଟ ୧୬୫ ହିତାଧିକାରୀ ଲାଭ ପାଉଛନ୍ତି। ତନ୍ମଧ୍ୟରେ ୫୫ ଜଣ ଆବାସିକ ଏବଂ ୧୧୦ ଜଣ ଅଣଆବାସିକ ହିତାଧିକାରୀ ରହିଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତି ପାଇଁ ଅର୍ଥ ଅନୁମୋଦନ ହୋଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ରଙ୍କ ପକ୍ଷରୁ ଏସ୍‌ଆଇଡିଆର ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖାଯାଇଛି। ଅନୁମୋଦିତ ଅର୍ଥ ଅନ୍ୟ କୌଣସି କାର୍ଯ୍ୟରେ ଯେପରି ବ୍ୟବହୃତ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ଅନୁମୋଦିତ ଅର୍ଥ କିପରି, କେଉଁ ଦିଗରେ ବ୍ୟବହୃତ ହେଉଛି, ତାହାର ରେକର୍ଡ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଟଙ୍କା ନେଣଦେଣରେ ସ୍ବଚ୍ଛତା ପାଇଁ ବେସରକାରୀ ସଂସ୍ଥା(ଏନ୍‌ଜିଏ)ଗୁଡିକର ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri