ନଭେମ୍ବରରେ ପୁଣି ପାସେଞ୍ଜର ଯାନ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୧-୧୨: ଚଳିତ ବର୍ଷ ନଭେମ୍ବରରେ ପାସେଞ୍ଜର ଯାନ ବିକ୍ରି ପୁଣି ଥରେ ନକାରାତ୍ମକ ସ୍ଥିତିରେ ରହିଛି। ଅକ୍ଟୋବରରେ ଚାହିଦା ଉନ୍ନତ ହେବା ଯୋଗୁ ଗାଡି ବିକ୍ରି ସାମାନ୍ୟ ବଢିଥିବା ବେଳେ ଏଥିରେ ପୁଣି ଥରେ ହ୍ରାସ ହୋଇଥିବା ଜଣାପଡିଛି। ମାତ୍ର ଚାହିଦା ଖସିବା ଫଳରେ କମ୍ପାନୀଗୁଡିକର ଡିଲରଙ୍କୁ ଗାଡି ଯୋଗାଣ କମିଛି। ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍‌ଚରର୍ସ(ସିଆମ୍‌) ଡାଟା ମୁତାବକ ନଭେମ୍ବରରେ ପାସେଞ୍ଜର ଯାନ ବିକ୍ରି ୦.୮୪% ହ୍ରାସ ଘଟି ୨.୬୩ ଲକ୍ଷ ୟୁନିଟକୁ ଖସିଛି। ଏହା ଗତ ବର୍ଷ ସମାନ ସମୟରେ ୨.୬୬ ଲକ୍ଷ ୟୁନିଟ ରହିଥିଲା। ଅପରପକ୍ଷରେ ୟୁଟିଲିଟି ଯାନ ବିକ୍ରି ନଭେମ୍ବରରେ ୩୨.୭% ବୃଦ୍ଧି ଘଟି ୯୨,୭୩୯ ୟୁନିଟ ରହିଛି। ଗତ ବର୍ଷ ଏହି ସମୟରେ ୟୁଟିଲିଟି ଯାନ ବିକ୍ରି ୬୯,୮୪୪ ୟୁନିଟ ଥିଲା।
ଏହି ସମୟ ମଧ୍ୟରେ ଘରୋଇ ବଜାରରେ କାର ବିକ୍ରି ୧୦.୩୮% ହ୍ରାସ ଘଟି ୧.୬୦ ଲକ୍ଷ ୟୁନିଟ ରହିଛି। ଯାହା ଗତ ବର୍ଷ ନଭେମ୍ବରରେ ୧.୭୯ ଲକ୍ଷ ୟୁନିଟ ରହିଥିଲା। ସେହିଭଳି ଭ୍ୟାନ ବିକ୍ରି ନଭେମ୍ବରରେ ୩୪.୩୨% କମିଛି। ଏହା ଗତ ବର୍ଷ ନଭେମ୍ବରରେ ୧୬,୩୩୩ ୟୁନିଟ ଥିବା ବେଳେ ଚଳିତ ବର୍ଷ ସମାନ ସମୟରେ ୧୦,୭୨୮ ୟୁନିଟକୁ ଖସିଛି। ଏବେ ମଧ୍ୟ ପାସେଞ୍ଜର ଯାନ ବିକ୍ରି ଏକ ଚ୍ୟାଲେଞ୍ଜ ସ୍ଥିତି ଦେଇ ଗତି କରୁଥିବା ସିଆମର ମହାନିର୍ଦ୍ଦେଶକ ରାଜେଶ ମେନନ କହିଛନ୍ତି। ୟୁଟିଲିଟି ଯାନ ବର୍ଗରେ ନୂଆ ଯାନ ବଜାରକୁ ଆସିଥିବାରୁ ଅକ୍ଟୋବର ଏବଂ ନଭେମ୍ବରରେ ବିକ୍ରି ଉନ୍ନତ ରହିଛି। ପାର୍ବଣ ଏବଂ ନୂଆ ମଡେଲ ଯୋଗୁ ଅକ୍ଟୋବରରେ ପାସେଞ୍ଜର ଯାନ ବିକ୍ରି ସାମାନ୍ୟ ବଢିଥିଲା। ମାତ୍ର ସବୁ ବର୍ଗକୁ ବିଚାର କଲେ ବିକ୍ରି ଖସିଥିବା ଜଣାପଡିଛି।
ବିଏସ୍‌-୬ ଯାନ ବିକ୍ରି ବଢାଇବା ଲାଗି ସାରା ଦେଶରେ ଏହି ମାନକ ଇନ୍ଧନ ଲାଗୁ କରାଇବାକୁ ସରକାରଙ୍କ ସହ ଆଲୋଚନା ହେଉଥିବା ମେନନ କହିଛନ୍ତି। ବର୍ତ୍ତମାନ କେବଳ ନୂଆଦିଲ୍ଲୀରେ ଏହି ମାନକ ଇନ୍ଧନ ଉପଲବ୍ଧ ହେଉଛି। ଏହାକୁ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ କରାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାବାଦ ନଭେମ୍ବରରେ ୨ ଚକିଆ ଯାନ ବିକ୍ରି ୧୪.୨୭% ଖସିଛି। ସେହିଭଳି ସ୍କୁଟର ବିକ୍ରି ୧୧.୮୩%, ବାଣିଜି୍ୟକ ଯାନ ୧୪.୮୯% ବିକ୍ରି କମିଛି। ଦୁଇ ଚକିଆ ଏବଂ ବାଣିଜି୍ୟକ ଯାନ ବିକ୍ରି ଲଗାତର ଭାବେ କମିଥିବାରୁ ଏହା ଚିନ୍ତାରକାରଣ ପାଲଟିଛି। ଗ୍ରାମାଞ୍ଚଳ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଚାହିଦା ହ୍ରାସ ହେବା ଯୋଗୁ ଉକ୍ତ ବର୍ଗଗୁଡିକରେ ଯାନ ବିକ୍ରି ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri