୫-ଟି ଓ ସାମାଜିକ ପରିବର୍ତ୍ତନ

ଶିବରାମ ଶତପଥୀ

ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ସ୍ବାଗତଯୋଗ୍ୟ। ଅବଶ୍ୟ ଏଥିରେ କିଛି ନୂତନତ୍ୱ ନାହିଁ। ବେଦ ଉପନିଷଦ ଓ ପୁରାଣମାନଙ୍କରେ ଏସବୁ ବିଷୟରେ ଆଗରୁ ମୁନିଋଷିମାନେ ସିଦ୍ଧାନ୍ତ କରିସାରିଛନ୍ତି। ଦଶହଜାର ବର୍ଷ ପୂର୍ବେ ଭାରତରେ ଉନ୍ନତ ଭାଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା, ଶିକ୍ଷା, ଆଚାର ସଂହିତା ଓ ସୁଶାସନ ପ୍ରଚଳିତ ଥିଲାବେଳେ ପୃଥିବୀର ଅନ୍ୟ ସବୁ ଦେଶର ଲୋକେ ଆଦିମ ଅଧିବାସୀର ଜୀବନଯାପନ କରି ‘ଜୋର ଯାର ମୁଲକ ତାର’ ନିୟମରେ ପରିଚାଳିତ ହେଉଥିଲେ।
ଏ ୫ ଟିକୁ ପ୍ରାଧାନ୍ୟ ଅନୁସାରେ ପୁନର୍ବିନ୍ୟାସ କଲେ ପ୍ରଥମେ ଟାଇମ୍‌, ତା’ପରେ ଟିମ୍‌ ଓ୍ବାର୍କ, ତୃତୀୟରେ ଟେକ୍ନୋଲୋଜି, ତା’ ପରେ ଟ୍ରାନ୍ସପରେନ୍ସି ଓ ଶେଷରେ ଅବଶ୍ୟ ଅପ୍ରଧାନ ନୁହେଁ (ଲାଷ୍ଟ ବଟ୍‌ ନଟ୍‌ ଦି ଲିଷ୍ଟ) ଟ୍ରାନ୍ସଫର୍ମେଶନ।
ଯେଉଁ ବ୍ୟକ୍ତି, ଦଳ ବା ସମାଜଠାରେ ସମୟ ଜ୍ଞାନ ନାହିଁ ସେ ଶତଚେଷ୍ଟା ସତ୍ତ୍ୱେ ଉପରକୁ ଉଠିପାରେ ନାହିଁ। ପ୍ରଗତି ପଥରେ ପ୍ରଥମ ସୋପାନ ହେଉଛି ସମୟାନୁବର୍ତ୍ତିତା। ସେନାପତି ଭାବେ ଯୁଦ୍ଧ କ୍ଷେତ୍ରରେ କେବଳ ପାଞ୍ଚ ମିନିଟ ବିଳମ୍ବରେ ପହଞ୍ଚିଥିଲେ ବୋଲି ନେପୋଲିୟନ ଓ୍ବାଟରଲୁ ଯୁଦ୍ଧରେ ପରାସ୍ତ ହୋଇଥିଲେ। ଏଥିପାଇଁ ସୈନ୍ୟବାହିନୀରେ ଶୃଙ୍ଖଳା ସହିତ ସମୟାନୁବର୍ତ୍ତିତାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ। କେଉଁ ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ସେ ଜ୍ଞାନ ନ ଥିଲେ ବ୍ୟକ୍ତିକୁ ପଦେ ପଦେ ପରାଜୟ ପଥର ପଥିକ ହେବାକୁ ପଡ଼େ। ବିଶ୍ୱ ବ୍ରହ୍ମାଣ୍ଡର ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ଉପଗ୍ରହ ଏପରି କି ଧୂମକେତୁ ମଧ୍ୟ ସମୟାନୁବର୍ତ୍ତୀ। ପ୍ରତ୍ୟହ ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ଉଦିତ ହୁଅନ୍ତି ଓ ଅସ୍ତ ଯାନ୍ତି। ବହିଗଲା ନଈସୁଅ ପରି ସମୟ କେବେ ପ୍ରତ୍ୟାବର୍ତ୍ତନ କରେ ନାହିଁ। ତେବେ ସମୟ ଯଦି ସର୍ବନିୟନ୍ତା ତାଙ୍କୁ କିପରି ଆମେ ଅବଜ୍ଞା, ଅବହେଳା ବା ଉପେକ୍ଷା କରିପାରିବା?
ଟିମ୍‌ ଓ୍ବାର୍କ ଅର୍ଥ ମିଳିମିଶି କାମ କରିବା। ଚାରିଜଣ ଲୋକ ଚାରିଦିଗକୁ ମୁହଁ କରି ବସ୍ତୁଟିଏ ଟାଣିବାକୁ ଚେଷ୍ଟା କଲେ ପଦାର୍ଥଟି ଇଞ୍ଚେ ମଧ୍ୟ ଏପଟ ସେପଟ ହୁଏ ନାହିଁ। ସମସ୍ତେ ଲକ୍ଷ୍ୟସାଧନ ଦିଗରେ ମନପ୍ରାଣ ଢାଳିଦେଲେ ହିଁ ଅଭିଳଷିତ ଲକ୍ଷ୍ୟ ପ୍ରାପ୍ତ ହୁଏ। ପ୍ରତ୍ୟେକେ ଯଦି ଭାବିବେ ଯା’ ହାତରେ ଯିଏ ଚଉଦ ପା, କାହାର ନିର୍ଦ୍ଦେଶ ମାନିବା ପାଇଁ ସେମାନେ ଜନ୍ମ ହୋଇନାହାନ୍ତି, ତେବେ ସେମାନଙ୍କ ଜୀବନ ବ୍ୟର୍ଥତା ଭିତରେ ହିଁ ଅତିବାହିତ ହୁଏ। ଏଣୁ ଚତୁଃବର୍ଣ୍ଣ ବିଭାଗରେ ସମାଜ ପରିଚାଳନାରେ ପ୍ରତ୍ୟେକ ବ୍ୟକ୍ତିଙ୍କ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ। ଅତଏବ ସମାଜରେ କେହି ହେୟ ବା ଅପ୍ରଧ୍ୟାନ ନୁହେଁ। ଫନୀ ମହାବାତ୍ୟା ପରେ ଯେଉଁ ଇଲାକାର ଲୋକେ ସଫାଇବାଲାଙ୍କ ସହିତ ମିଶି କାମ କଲେ ସେ ସ୍ଥାନ ପ୍ରଥମେ ସଫା ହେଲା। ଯୁଦ୍ଧ କ୍ଷେତ୍ରରେ ଜୟ ଲାଭ କରିବାକୁ ହେଲେ ପଦାତିକ ବାହିନୀର ଯେତିକି ଭୂମିକା ରହିଥାଏ ଇଞ୍ଜିନିୟର, ଆର୍ଟିଲେରି, ବାୟୁସେନାର ମଧ୍ୟ ଅନୁରୂପ ଯୋଗଦାନ ଥାଏ। ଟିମ୍‌ ସ୍ପିରିଟ୍‌ ବିନା ଲକ୍ଷ୍ୟ ହାସଲ କରିବାରେ ଆଶାୟୀ ହେବା ଦିବାସ୍ବପ୍ନ ମାତ୍ର। ତୈତ୍ତିରୀୟ ଉପନିଷଦ ମୁକ୍ତ କଣ୍ଠରେ କହେ- ଆମ ଦୁହିଁଙ୍କୁ (ଗୋଷ୍ଠୀ ଅର୍ଥରେ ଆମ ସମସ୍ତଙ୍କୁ) ପରମାତ୍ମା ରକ୍ଷା କରନ୍ତୁ। ଆମେ ମିଳିମିଶି ଭୋଜନ କରିବା। ଆମେ ମିଳିମିଶି ଊର୍ଜା (ବୀର୍ଯ୍ୟ, ଲୋକହିତକର ବୀରତ୍ୱ) ଉତ୍ପନ୍ନ କରିବା। ଏତଦ୍ଦ୍ବାରା ଆମେ ତେଜସ୍ବୀ ହେବା। ଅଧିକନ୍ତୁ କାହା ପ୍ରତି ଆମେ ହିଂସା ବା ଦ୍ୱେଷ ମନୋଭାବ ପୋଷଣ କରିବା ନାହିଁ।
ବୈଷୟିକ ଜ୍ଞାନର ପ୍ରୟୋଗ (ଟେକ୍ନୋଲୋଜି) ବିନା ଭୌତିକ ଉନ୍ନତି ସମ୍ଭବପର ନୁହେଁ। ଟେକ୍ନୋଲୋଜି ଗାଁ ଗହଳରେ ପ୍ରବେଶ କରିବା ଦ୍ୱାରା ସାଧାରଣ ଲୋକେ ତା’ର ସୁଫଳ ପାଇପାରିବେ। ସେଥିପ୍ରତି ପ୍ରଶାସନ ଓ ଲୋକପ୍ରତିନିଧିମାନେ ସଚେଷ୍ଟ ହେବା ଉଚିତ। ଆମେରିକା, ୟୁରୋପ, ରୁଷିଆ, ଚାଇନା, ଜାପାନ ଓ କୋରିଆ ବୈଷୟିକ ଜ୍ଞାନର ସଦୁପଯୋଗ କରି ଜୀବନ ନିର୍ବାହରେ ଯଥେଷ୍ଟ ଉନ୍ନତି କରିପାରିଛନ୍ତି। ଏ ଦେଶଗୁଡ଼ିକ ଓ୍ବିଣ୍ଡମିଲ୍‌ ଓ ସୌରରଶ୍ମିରୁ ଊର୍ଜା ଆହରଣ କରି ପ୍ରଦୂଷଣମୁକ୍ତ ବାତାବରଣ ଭିତରେ କଳକାରଖାନା ଚଳାଇବା ପରି ପ୍ରଶଂସନୀୟ କାର୍ଯ୍ୟରେ ମନୋନିବେଶ କରିଛନ୍ତି। ଅଧୁନା ବିଦ୍ୟୁତ୍‌ ଶକ୍ତିଚାଳିତ ଗାଡିର ପ୍ରଚଳନ ଜୀବାଶ୍ମଜନିତ ପ୍ରଦୂଷଣରୁ ସେ ଦେଶଗୁଡିକୁ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। କଥିତ ଅଛି, ତୁମେ ନିଜେ ସଚ୍ଚୋଟ ହେଲେ ଚଳିବ ନାହିଁ। ଯେତେଦିନ ଯାଏ କ୍ଷମତାସୀନ ସେତେଦିନ ଯାଏ ପ୍ରତି ପଦକ୍ଷେପରେ ତୁମକୁ ପ୍ରମାଣ କରିବାକୁ ପଡିବ ଯେ, ତୁମେ ନିଃସ୍ବାର୍ଥପର, ନିର୍ଲୋଭ ଓ ତୁମର ପ୍ରତ୍ୟେକ କାର୍ଯ୍ୟ ଲୋକହିତ, ସର୍ବୋପରି ଦେଶର ଉନ୍ନତି କଳ୍ପେ ନିୟୋଜିତ। କେତେକ କ୍ଷେତ୍ରରେ ନଜରକୁ ଆସିଛି ଯେ ଉପରିସ୍ଥ ଅଧିକାରୀ ସଚ୍ଚୋଟ, ମାତ୍ର ତାଙ୍କ ନାଁରେ ଅଧସ୍ତନ କର୍ମଚାରୀମାନେ ଲୁଟି ଚାଲିଛନ୍ତି। ଏଥି ପ୍ରତି ଅଧିକାରୀମାନେ ସଜାଗ ରହିବା ବିଧେୟ। ଶାସକ ହାତରେ ଟ୍ରାନ୍ସପରେନ୍ସି ଏକ ମୁଖ୍ୟ ଅସ୍ତ୍ର।
ଅଧିକାରୀମାନେ ପ୍ରତ୍ୟେକେ ସ୍ବଚ୍ଛତା ବା ଟ୍ରାନ୍ସପରେନ୍ସି ପ୍ରତି ଧ୍ୟାନ ଦେବା ଉଚିତ। ଯୋଜନାର ସୁଫଳ ଦର୍ପଣରେ ପ୍ରତିଫଳନ ପରି ଲୋକଙ୍କୁ ସ୍ପଷ୍ଟ ଦେଖାଯିବା ଦରକାର।
ସମୟାନୁବର୍ତ୍ତିତା, ମିଳିତ ଉଦ୍ୟମ, ବୈଷୟିକ ଜ୍ଞାନକୌଶଳ ଓ ସ୍ବଚ୍ଛତା ସାମାଜିକ ପରିବର୍ତ୍ତନ (ଟ୍ରାନ୍ସଫର୍ମେଶନ)ର ଦ୍ୱାର ଉନ୍ମୁକ୍ତ କରେ। ଲୋକେ ଯେପରି ଭୌତିକ ପ୍ରାଚୁର୍ଯ୍ୟ ଉପଲବ୍ଧି କରିବା ସହିତ ମାନସିକ, ଚାରିତ୍ରିକ ଓ ସର୍ବୋପରି ସାଂସ୍କୃତିକ ସ୍ତରରେ ବିଶ୍ୱ ଆଗରେ ମୁଣ୍ଡ ଟେକି ଠିଆ ହେବେ, ତାହା ସମସ୍ତଙ୍କର ଧ୍ୟେୟ ହେବା ବାଞ୍ଛନୀୟ।
ଇ ୧୮, ପଦ୍ମପାଣିବିହାର, ଶୈଳଶ୍ରୀବିହାର, ଭୁବନେଶ୍ୱର, ମୋ-୯୪୩୭୦୧୭୨୦୨


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

ତେଲ ମାରିଲା

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧର ପରିସର ବ୍ୟାପକ ହୋଇଛି। କେତେକ ସୂତ୍ର ଇରାନ୍‌ରେ ୫୫୦ ମୃତାହତ କହୁଥିବା ବେଳେ ଆଉ କିଛି ସୂତ୍ର…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ପ୍ରଶ୍ନ: କ’ଣ, କିପରି, କାହିଁକି

ମାନବର ବିବର୍ତ୍ତନ ସମ୍ବନ୍ଧୀୟ ବିଦ୍ୟା ବା ନୃତତ୍ତ୍ୱ ଅନ୍ୟ ସମସ୍ତ ଜୀବଙ୍କଠାରୁ କିଛିଟା ଅଲଗା। ଅନ୍ୟ ପ୍ରାଣୀ ଓ ଉଦ୍ଭିଦମାନଙ୍କଠାରେ ମୁଖ୍ୟତଃ ଦେଖାଦିଏ କ୍ରମିକ ଶାରୀରିକ ପରିବର୍ତ୍ତନ।…

ଜୀବନରେ ଭୁଲ୍‌

ସମସ୍ତେ ଭୁଲ୍‌ କରନ୍ତି ଏବଂ ଏହା ପ୍ରତ୍ୟେକଙ୍କ ଜୀବନର ଏକ ଅଂଶ। କେତେକେ ଭୁଲ୍‌ କଲେ ମଧ୍ୟ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି ।…

ଇରାନ ନିଆଁ

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଇରାନର ଏକ ସ୍କୁଲରେ ୮୫ ଛାତ୍ରୀଙ୍କ ସହ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ଭାରତର ସାମ୍ପ୍ରତିକ ଅର୍ଥନୀତି ଓ ସାର୍ୱଭୌମତ୍ୱ

ବର୍ତ୍ତମାନ ବିଶ୍ୱରେ ଯେଉଁ ବାଣିଜି୍ୟକ ଯୁଦ୍ଧ ଦେଖାଦେଇଛି ତାହା ବିଭିନ୍ନ ଦେଶରେ ରାଜନୈତିକ ଘନଘଟା ସୃଷ୍ଟିକରିଛି। ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ନାହିଁ ନ ଥିବା ଅସ୍ଥିରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri