୫ କୋଟି ଲୋକ ବେରୋଜଗାର

ନୂଆଦିଲ୍ଲୀ,୮।୪: କରୋନାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଯୋଗୁ ସମଗ୍ର ଦେଶରେ କମ୍ପାନୀଗୁଡିକର କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୫ କୋଟି ଲୋକ ଚାକିରି ହରାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଯୋଗୁ ସହରାଞ୍ଚଳରେ ବେରୋଜଗାରୀ ହାର ୩୦.୯% ବଢିବା ନେଇ ଅନୁମାନ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ବରୋଜଗାରୀ ହାର ୨୩.୪%କୁ ବଢିଯିବ ବୋଲି ଆଶଙ୍କା କରାଯାଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ପକ୍ଷରୁ ହୋଇଥିବା ସାପ୍ତାହିକ ସର୍ଭେ ମୁତାବକ ମାର୍ଚ୍ଚରେ ୮.୪% ରହିଥିବା ବେରୋଜଗାରୀ ହାର ୫ ଏପ୍ରିଲ ଯାଏ ୨୩%କୁ ବଢିଯାଇଛି।
ଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୫ କୋଟି ଲୋକ ନିଯୁକ୍ତି ହରାଇଥିବା ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ ପ୍ରଣବ ସେନ୍‌ ସୂଚନା ଦେଇଛନ୍ତି। ଲକ୍‌ଡାଉନ ଯୋଗୁ ଲୋକମାନେ ସେମାନଙ୍କ ଘରକୁ ପଳାଇଛନ୍ତି। ଏହାକୁ ବିଚାର କରିଲେ ଆଗାମୀ ଦିନଗୁଡିକରେ ବରୋଜଗାରୀ ହାର ଆହୁରି ବଢିଯିବାର ଆଶଙ୍କା କରାଯାଉଛି। ଲକ୍‌ଡାଉନ ଶେଷ ହେବା ପରେ ବେରୋଜଗାରୀର ପ୍ରକୃତ ଆକଳନ କରାଯାଇପାରିବ।
ଆମେରିକାରେ କୋଟିଏ ଲୋକ ନିଯୁକ୍ତି ହରାଇଲେ
ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଆସିଷ୍ଟାଣ୍ଟ ପ୍ରଫେସର ହିମାଂଶୁ କହିଛନ୍ତି ଯେ, ସାରା ବିଶ୍ୱରେ ଏବେ ନିଯୁକ୍ତି ସଙ୍କଟ ଦେଖାଯାଇଛି। କରୋନା ପାଇଁ କେବଳ ଭାରତ କ୍ଷତିଗ୍ରସ୍ତ ହୋଇନାହିଁ। ସାରା ବିଶ୍ୱର ପ୍ରମୁଖ ବଜାରଗୁଡିକରେ ଏହି ସମସ୍ୟା ସାମ୍ନାକୁ ଆସିଛି। ଆକଳନ ମୁତାବକ ଆମେରିକାରେ ୧ କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ସେ କହିଛନ୍ତି ଯେ, ଭାରତର ଏକ ତୃତୀୟାଂଶ ଶ୍ରମଶକ୍ତି ଅଣସଙ୍ଗଠିତ କ୍ଷେତ୍ର ସହ ଜଡିତ। ଏହି କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କର ଆର୍ଥତ୍କ ନିରାପତ୍ତା ଏବଂ ସୁରକ୍ଷା ନଥାଏ। ଲକ୍‌ଡାଉନ ଖୋଲିବା ପରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ନିଯୁକ୍ତି ପ୍ରଦାନ ଧାରାରେ ହ୍ରାସ
ଚଳିତ ବର୍ଷ ମାର୍ଚ୍ଚରେ ଭାରତରେ ନିଯୁକ୍ତି ପ୍ରଦାନ ଧାରାରେ ୧୮% ହ୍ରାସ ଘଟିଛି। ଏକ ପ୍ରମୁଖ ଜବ୍‌ ପୋର୍ଟାଲ ତଥ୍ୟ ମୁତାବକ ଟ୍ରାଭେଲ, ଆଭିଏଶନ, ରିଟେଲ ହସ୍ପିଟାଲିଟି ଭଳି କ୍ଷେତ୍ରଗୁଡିକରେ ନିଯୁକ୍ତି ପ୍ରଦାନ ଧାରାରେ ପ୍ରାୟ ୬୬% ହ୍ରାସ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri