୪୮୩ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ

ଭଞ୍ଜନଗର,୧୮।୪(ଡି.ଏନ.ଏ)- ଯେଉଁ ଅଞ୍ଚଳରେ ଚାଷ ଜମିକୁ କେନାଲ ପାଣି ସୁବିଧା ନାହିଁ, ସେଠି ବୃହତ୍‌ ଉଠା ଜଳସେଚନ ମାଧ୍ୟମରେ ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହିଭଳି ଗଞ୍ଜାମ ଜିଲାରେ ୧୪ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେଥିମଧ୍ୟରୁ ୭ ପ୍ରକଳ୍ପ କାମ ସରିଛି। ୧୪ ପ୍ରକଳ୍ପ ପାଇଁ ପ୍ରାୟ ୫ଶହ କୋଟି ଟଙ୍କା ବ୍ୟୟ କରାଯାଇ ୪୮୩ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଖରିଫ ସମେତ ରବିରେ ମଧ୍ୟ ଜମିକୁ ପାଇପ ଯୋଗେ ପାଣି ଯୋଗାଣ ଲକ୍ଷ୍ୟ ରଖାଯାଇଛି। ଇନଟେକ୍‌ୱେଲର ପାଣି ମହଜୁଦ୍‌କୁ ଦେଖି ପାଣି ଯୋଗାଇ ଦିଆଯିବ। ଖରିଫରେ ପାଣି ଯୋଗାଣରେ ବିଶେଷ ଅସୁବିଧା ହେବ ନାହିଁ। କିନ୍ତୁ ରବିରେ ଇନଟେକ୍‌ୱେଲରେ ପାଣି ରହିଲେ ହିଁ ପାଣି ଯୋଗାଇ ଦିଆଯିବ। ଚଳିତ ଖରିଫ ଋତୁରେ ପୂର୍ଣ୍ଣାଙ୍ଗ ହୋଇଥିବା ପ୍ରକଳ୍ପ ଗୁଡିକ ଉଦ୍‌ଘାଟନ ପରେ ଜମିକୁ ପାଣି ଯୋଗାଣ ଲକ୍ଷ୍ୟ ରଖାଯାଇଛି। ପାଣି ଯୋଗାଣ ହେଲେ ଚାଷୀମାନେ ପ୍ରକଳ୍ପର ଫାଇଦା ନେବେ। ପ୍ରକାଶ ଯେ,ଗଞ୍ଜାମ ଜିଲାରେ ବାରମ୍ବାର ବନ୍ୟା, ବାତ୍ୟା ସହ ମରୁଡି ଯୋଗୁ ବିଗତ କିଛିବର୍ଷ ହେବ ଚାଷୀମାନେ କ୍ଷତି ସହୁଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ମରୁଡି ମୁକାବିଲା ସହ ଅଧିକ ଅଞ୍ଚଳକୁ ଜଳସେଚନ ଲକ୍ଷ୍ୟ ନେଇ ବୃହତ ଉଠା ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି ା ଗଞ୍ଜାମ ଜିଲାର ଭଞ୍ଜନଗର ବ୍ଲକ ଗଣ୍ଡିଶୁଳା, ହରିଗଡ, ଗାଲେରୀ ଠାରେ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଉକ୍ତ ପ୍ରକଳ୍ପକୁ ଗ୍ରୀଡ୍‌ରୁ ସିଧା ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ହେଉଛି। ଗାଲେରୀ ଓ ହରିଗଡ ପ୍ରକଳ୍ପ କାମ ପୂର୍ଣ୍ଣାଙ୍ଗ ହୋଇଥିବା ବେଳେ ଗଣ୍ଡିଶୁଳା ପମ୍ପ ହାଉସ କାମ ଚଳିତ ମାସ ଶେଷ ସୁଧା ସରିବା ଲକ୍ଷ୍ୟ ରଖାଯାଇଛି। ପାଇପ୍‌ କେଉଁ ଅଞ୍ଚଳରେ ବିଛାଯିବ ସେନେଇ ଚୂଡାନ୍ତ ହୋଇ ପାରିନାହିଁ। ତାହା ଚୁଡାନ୍ତ ହେଲେ ପାଇପ୍‌ ବିଛାଯିବ। ଏହି ପ୍ରକଳ୍ପର ଫାଇଦା ମୁଜାଗଡ ଓ ଗୁଣ୍ଡିରିବାଡି ପଞ୍ଚାୟତବାସୀ ପାଇବେ। ୩ଟି ଯାକ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୧୫୦ ହେକ୍ଟର ଜମିକୁ ଜଳସେଚନ ହେବ। ସେହିଭଳି ହନୁମନ୍ତପଲ୍ଲୀ, ମାଧବରିଡା, ପାଟପୁର, ସୋରଡା ପ୍ରକଳ୍ପ କାମ ସରିଛି। ମୁର୍ଗାପଲ୍ଲୀ, ଗୋକୁଳପୁର, ହରିପୁର, କଳିଙ୍ଗଦୋଳା, ଦେଉଳପଲ୍ଲୀ ୧ ଓ ୨ ପ୍ରମୁଖ ପ୍ରକଳ୍ପ କାମ ଚାଲିଛି। ଗତବର୍ଷ ଗାଲେରୀ ପ୍ରକଳ୍ପ ପାଇଁ ଥିବା ପାଇପ୍‌ରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଫଳରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପାଇପ ପୋଡିଯାଇଥିଲା। ଏନେଇ ଗାଲେରୀ ପୋଲିସ ଏକ ମାମଲା ସେ ସମୟରେ ରୁଜୁ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପାରିନାହିଁ। କମ୍ପାନୀର କ୍ଷତି ଯୋଗୁ କାମ ମଝିରେ ଧିମା ହୋଇଯାଇଥିଲା। ବର୍ତ୍ତମାନ ପୁଣି ସ୍ବାଭାବିକ ଭାବେ ଚାଲିଛି। ଖରିଫ ଫସଲ ଆରମ୍ଭ ପୂର୍ବରୁ ପ୍ରକଳ୍ପଗୁଡିକ ପୂର୍ଣ୍ଣାଙ୍ଗ କରି ପାଣି ଯୋଗାଇବା ବ୍ୟବସ୍ଥା କରିବା ପାଇଁ ଚାଷୀ ମହଲରେ ଦାବି ହୋଇଛି। ୧୪ଟି ଯାକ ପ୍ରକଳ୍ପ କାମ ରାଜ୍ୟ ବାହାରର ଏକ କମ୍ପାନୀ ନେଇଛି। ଗଣ୍ଡିଶୁଳା ପ୍ରକଳ୍ପ ଦାୟିତ୍ୱରେ ଥିବା ଜଣେ ଯନ୍ତ୍ରୀ ଏଠାରେ କହିଛନ୍ତି ଯେ, କାମ ସରିବା ପରେ ସରକାରଙ୍କୁ ପ୍ରକଳ୍ପ ହସ୍ତାନ୍ତର କରାଯିବ। କେତକ ପ୍ରକଳ୍ପ କାମର ପାଇପ ବିଛା ହୋଇନାହିଁ। ଆଗାମୀ ଦିନରେ ତାହା ପୂର୍ଣ୍ଣାଙ୍ଗ ହେବ। ବିଭିନ୍ନ କାରଣ ଯୋଗୁ କିଛି ପ୍ରକଳ୍ପ କାମ ଧିମେଇ ଯାଇଥିଲା। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମଗୁଡିକ ପୂର୍ଣ୍ଣାଙ୍ଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri