Posted inଖେଳ

୪୮ ବର୍ଷ ରେକର୍ଡ ଭାଙ୍ଗିଲା: ବିଶ୍ୱକପ ୨୦୨୩ରେ ଛକା-ଶତକ ବର୍ଷା

ନୂଆଦିଲ୍ଳୀ,୨୩।୧୧: ଦିନିକିଆ ବିଶ୍ୱକପ ୨୦୨୩ ବ୍ୟାଟ୍ସମ୍ୟାନଙ୍କ ପାଇଁ ସର୍ବଶ୍ରେଷ୍ଠ ଥିଲା। କାରଣ ଟୁର୍ନାମେଣ୍ଟର ଏହି ସଂସ୍କରଣରେ ସର୍ବାଧିକ ଛକା ଓ ଶତକ ଦେଖାଯାଇଥିଲା। ୧୯୭୫ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ୧୩ତମ ସଂସ୍କରଣ ଭାରତୀୟ ମାଟିରେ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଯଦିଓ ଫାଇନାଲରେ ଭାରତର ପରାଜୟ ହୁଏତ ଲକ୍ଷ ଲକ୍ଷ ଭାରତୀୟ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଥାଇପାରେ, କିନ୍ତୁ ଟୁର୍ନାମେଣ୍ଟ ସମୟରେ ଛକା ଏବଂ ଶତକ ବର୍ଷା ମଧ୍ୟ ପ୍ରଶଂସକଙ୍କୁ ବହୁତ ମନୋରଞ୍ଜନ କରିଥିଲା।
ଭାରତ ଆୟୋଜିତ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ୬୪୪ ଛକା ଦେଖାଯାଇଥିଲା, ଯାହା ଟୁର୍ନାମେଣ୍ଟର ପୂର୍ବ ୧୨ ସଂସ୍କରଣ ଅପେକ୍ଷା ଅଧିକ। ଏହାପୂର୍ବରୁ ଇଂଲଣ୍ଡର ମାଟିରେ ଖେଳାଯାଇଥିବା ୨୦୧୯ ବିଶ୍ୱକପରେ ୪୬୩ ଛକା ଦେଖାଯାଇଥିଲା, ଯାହା ଏକ ରେକର୍ଡ ଥିଲା। କିନ୍ତୁ ଏଥର ବ୍ୟାଟ୍ସମ୍ୟାନନେ ୧୮୧ଟି ଅଧିକ ଛକା ମାରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୨୩ ଟୁର୍ନାମେଣ୍ଟରେ ରୋହିତ ଶର୍ମା ସର୍ବାଧିକ ୩୧ ଛକା ମାରିଥିଲେ।
ଏହା ବ୍ୟତୀତ ଟୁର୍ନାମେଣ୍ଟରେ ଶତକ ସଂଖ୍ୟା ମଧ୍ୟ ସର୍ବାଧିକ ଥିଲା। ବ୍ୟାଟ୍ସମ୍ୟାନ୍‌ମାନେ ଟୁର୍ନାମେଣ୍ଟରେ ମୋଟ ୪୦ ଶତକ ହାସଲ କରିଥିଲେ, ଯାହା ଟୁର୍ନାମେଣ୍ଟର ଶେଷ ୧୨ ସଂସ୍କରଣରେ ସର୍ବାଧିକ। ଏଥର ଦକ୍ଷିଣ ଆଫ୍ରିକାର ଓପନର୍‌ କ୍ୱିଣ୍ଟନ ଡି କକ ସର୍ବାଧିକ ୪ ଶତକ ହାସଲ କରିଥିଲେ। ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ୩ ଶତକ ହାସଲ କରିଥିଲେ। ଏହା ବ୍ୟତୀତ ନ୍ୟୁଜିଲାଣ୍ଡର ଯୁବ ରାଚିନ ରବିନ୍ଦ୍ର ମଧ୍ୟ ୩ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଟୁର୍ନାମେଣ୍ଟର ସର୍ବାଧିକ ସ୍କୋର କରିଥିଲେ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମ୍ୟାକ୍ସୱେଲ ୨୦୧ରେ ଅପରାଜିତ ରହିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri