୪୦ ଲକ୍ଷ ତଣ୍ଡ ଗଣିଲେଣି ଖିଲାପକାରୀ

କଟକ ଅଫିସ,୧୩ା୬: ପର୍ଯ୍ୟାୟକ୍ରମେ ଚାଲିଛି ଲକ୍‌ଡାଉନ୍‌। ବିଭିନ୍ନ କଟକଣା ଭିତରେ ସାମାଜିକ କାର୍ଯ୍ୟକଳାପ ଜାରି ରହିଛି। କିନ୍ତୁ ଏସବୁ କଟକଣା ସହରବାସୀଙ୍କୁ କାଟୁ କରୁନାହିଁ। ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ନ ରଖିବା ହେତୁ ପୋଲିସ ଇତି ମଧ୍ୟରେ ପ୍ରାୟ ୪୦ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି। ଏହାଛଡ଼ା ଲକ୍‌ଡାଉନ୍‌ ନିୟମ ନ ମାନିବା କାରଣରୁ ଥାନାରେ ପଞ୍ଜୀକୃତ ହୋଇଛି ୨୯୬ଟି ମାମଲା।
ଲକ୍‌ଡାଉନ୍‌ ପ୍ରଥମେ ଗତ ମାର୍ଚ୍ଚ ୨୨ରୁ ଲାଗୁହୋଇ ବର୍ତ୍ତମାନ ଏହାର ୫ମ ପର୍ଯ୍ୟାୟ ଚାଲିଛି। ପ୍ରଥମ ୩ଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଶ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ପ୍ରତି ଛକରେ ପୋଲିସର ଚେକ୍‌ ପୋଷ୍ଟ। ବିନା କାରଣରେ ବାହାରେ ବୁଲୁଥିବା ଲୋକଙ୍କ ଉପରେ ଜରିମାନା ଲଦି ଦିଆଯାଉଥିଲା। ଗତ ଏପ୍ରିଲ ୧୦ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ରାଜ୍ୟ ସରକାର। ଯେଉଁମାନେ ମାସ୍କ ପିନ୍ଧୁ ନ ଥିଲେ, ସେମାନେ ତଣ୍ଡ ଗଣୁଥିଲେ। ଏପ୍ରିଲ ୧୫ରୁ ଏ ପର୍ଯ୍ୟନ୍ତ ମାସ୍କ ନ ପିନ୍ଧି ୯,୩୭୧ ଜଣ ତଣ୍ଡ ଗଣିଛନ୍ତି। ଏମାନଙ୍କଠାରୁ ଆଦାୟ ହୋଇଥିବା ଜରିମାନା ରାଶି ହେଉଛି ୧୮ ଲକ୍ଷ ୬୯ ହଜାର ୨୦୦ ଟଙ୍କା। ସେହିପରି ସାମାଜିକ ଦୂରତ୍ୱ ବଜାୟ ନ ରଖିବା ଅଭିଯୋଗରେ ୬,୧୮୦ ଜଣଙ୍କଠାରୁ ୧୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା ଜରିମାନା ଆଦାୟ ହୋଇ ସାରିଲାଣି। ଲକ୍‌ଡାଉନ୍‌ ନିୟମ ଖିଲାପକାରୀଙ୍କ ବିରୋଧରେ ବିଭିନ୍ନ ଥାନାରେ ୨୯୬ଟି ମାମଲା ଗଡୁଛି ବୋଲି ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ଲୋକଙ୍କ ହିତରେ ପୋଲିସ ରହିଛି। କେବଳ ସଚେତନତା ଅଭାବ ଯୋଗୁ ଏତେମାତ୍ରାରେ ଅର୍ଥ ଆଦାୟ ହୋଇଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ ବଜାୟ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଲୋକେ ଏଯାଏ ଅନୁଭବ କରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri