୪୦ ଲକ୍ଷ ତଣ୍ଡ ଗଣିଲେଣି ଖିଲାପକାରୀ

କଟକ ଅଫିସ,୧୩ା୬: ପର୍ଯ୍ୟାୟକ୍ରମେ ଚାଲିଛି ଲକ୍‌ଡାଉନ୍‌। ବିଭିନ୍ନ କଟକଣା ଭିତରେ ସାମାଜିକ କାର୍ଯ୍ୟକଳାପ ଜାରି ରହିଛି। କିନ୍ତୁ ଏସବୁ କଟକଣା ସହରବାସୀଙ୍କୁ କାଟୁ କରୁନାହିଁ। ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ନ ରଖିବା ହେତୁ ପୋଲିସ ଇତି ମଧ୍ୟରେ ପ୍ରାୟ ୪୦ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି। ଏହାଛଡ଼ା ଲକ୍‌ଡାଉନ୍‌ ନିୟମ ନ ମାନିବା କାରଣରୁ ଥାନାରେ ପଞ୍ଜୀକୃତ ହୋଇଛି ୨୯୬ଟି ମାମଲା।
ଲକ୍‌ଡାଉନ୍‌ ପ୍ରଥମେ ଗତ ମାର୍ଚ୍ଚ ୨୨ରୁ ଲାଗୁହୋଇ ବର୍ତ୍ତମାନ ଏହାର ୫ମ ପର୍ଯ୍ୟାୟ ଚାଲିଛି। ପ୍ରଥମ ୩ଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଶ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ପ୍ରତି ଛକରେ ପୋଲିସର ଚେକ୍‌ ପୋଷ୍ଟ। ବିନା କାରଣରେ ବାହାରେ ବୁଲୁଥିବା ଲୋକଙ୍କ ଉପରେ ଜରିମାନା ଲଦି ଦିଆଯାଉଥିଲା। ଗତ ଏପ୍ରିଲ ୧୦ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ରାଜ୍ୟ ସରକାର। ଯେଉଁମାନେ ମାସ୍କ ପିନ୍ଧୁ ନ ଥିଲେ, ସେମାନେ ତଣ୍ଡ ଗଣୁଥିଲେ। ଏପ୍ରିଲ ୧୫ରୁ ଏ ପର୍ଯ୍ୟନ୍ତ ମାସ୍କ ନ ପିନ୍ଧି ୯,୩୭୧ ଜଣ ତଣ୍ଡ ଗଣିଛନ୍ତି। ଏମାନଙ୍କଠାରୁ ଆଦାୟ ହୋଇଥିବା ଜରିମାନା ରାଶି ହେଉଛି ୧୮ ଲକ୍ଷ ୬୯ ହଜାର ୨୦୦ ଟଙ୍କା। ସେହିପରି ସାମାଜିକ ଦୂରତ୍ୱ ବଜାୟ ନ ରଖିବା ଅଭିଯୋଗରେ ୬,୧୮୦ ଜଣଙ୍କଠାରୁ ୧୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା ଜରିମାନା ଆଦାୟ ହୋଇ ସାରିଲାଣି। ଲକ୍‌ଡାଉନ୍‌ ନିୟମ ଖିଲାପକାରୀଙ୍କ ବିରୋଧରେ ବିଭିନ୍ନ ଥାନାରେ ୨୯୬ଟି ମାମଲା ଗଡୁଛି ବୋଲି ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ଲୋକଙ୍କ ହିତରେ ପୋଲିସ ରହିଛି। କେବଳ ସଚେତନତା ଅଭାବ ଯୋଗୁ ଏତେମାତ୍ରାରେ ଅର୍ଥ ଆଦାୟ ହୋଇଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ ବଜାୟ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଲୋକେ ଏଯାଏ ଅନୁଭବ କରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ଜିଲାପାଳଙ୍କ ଜନ ଶୁଣାଣିରେ ପହଞ୍ଚିଲେ ଅଲେଖ ବାବା: ଜାଣନ୍ତୁ କାହିଁକି

କେସିଙ୍ଗା,୧୫।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଆହ୍ବାନ କ୍ରମେ ଜିଲାପାଳଙ୍କ ଜନ ଶୁଣାଣି ଓ ସମାଧାନ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri