୪ ଜିଲାରେ ଅମ୍ଫନ ପ୍ରଭାବ: ବିଦ୍ୟୁତ୍‌ ବିଭାଗର ୬୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି

ବାଲେଶ୍ୱର ଅଫିସ,୨୭।୫-ମହାବାତ୍ୟା ଅମ୍ଫନ ଉତ୍ତରଓଡ଼ିଶାରେ ତାଣ୍ଡବ ରଚିଥିଲା। ଏଥିରେ ବିଦ୍ୟୁତ୍‌ ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ୩୩କେଭି, ୧୧କେଭି ଏବଂ ଏଲ୍‌ଟି ଲାଇନ୍‌ ଖୁଣ୍ଟି ଭାଙ୍ଗି ଯାଇଥିବା ବେଳେ ତାର ଛିଣ୍ଡି ତଳେ ପଡ଼ିଥିଲା। ଏଥିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁର ଜିଲାର ୧୬, ୧୦, ୬୨୬ ଉପଭୋକ୍ତା ପ୍ରଭାବିତ ହେବା ସହ ୬୨କୋଟି ୨୪ଲକ୍ଷ ଟଙ୍କାର ସାମଗ୍ରୀ କ୍ଷୟକ୍ଷତି ହୋଇଥିବା ନେସ୍କୋ ତରଫରୁ ଆକଳନ କରାଯାଇ ରାଜ୍ୟସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି।
ଅମ୍ଫନ୍‌ ପ୍ରଭାବରେ ବାଲେଶ୍ୱର ଜିଲାର ୩୬୦ ପଞ୍ଚାୟତର ୩୯୧୨ଗାଁରୁ ୨୩୧ ପଞ୍ଚାୟତର ୨୮୯୮ ଗାଁ କ୍ଷୟକ୍ଷତିର ଶିକାର ହୋଇଥିଲେ। ମୁଖ୍ୟତଃ ଉତ୍ତର ବାଲେଶ୍ୱରର ଚନ୍ଦନେଶ୍ୱର, ଭୋଗରାଇ, ବାଲିଆପାଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ୍ତା, ଜାମଶୂଳ, ଗାନ୍ଧୀଛକ, ଚାନ୍ଦିପୁର ଅଞ୍ଚଳରେ ମଧ୍ୟ ଅଧିକ ପରିମାଣର କ୍ଷୟକ୍ଷତି ହୋଇଥିଲା। ନେସ୍କୋ ପକ୍ଷରୁ ୧୯୬୫ ଜଣ ବିଦ୍ୟୁତ୍‌ କର୍ମଚାରୀ ନିୟୋଜିତ କରାଯାଇ ସହରାଞ୍ଚଳଗୁଡ଼ିକୁ ୮ଘଣ୍ଟାରୁ ୧୬ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥିବା ବେଳେ ୨୬ ତାରିଖ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁର ଜିଲାର ବିଦ୍ୟୁତ୍‌ ସରବରାହ ପରିସ୍ଥିତିକୁ ସ୍ବାଭାବିକ କରାଯାଇପାରିଛି। ମାତ୍ର ମୟୂରଭଞ୍ଜର କେତେକ ଅପହଞ୍ଚ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ଆସନ୍ତା ୨/୩ ଦିନ ମଧ୍ୟରେ ସ୍ବାଭାବିକ କରାଯିବ ବୋଲି ନେସ୍କୋ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri