୩୧ରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୧୬-୧ : ଚଳିତ ମାସ ୩୧ରୁ ବ୍ୟାଙ୍କ ସଙ୍ଗଠନଗୁଡିକ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି। ଏହା ବାଦ୍‌ ବ୍ୟାଙ୍କଗୁଡିକର ମିଳିତ ସଂଘ ୟୁଏଫ୍‌ବିୟୁ ପକ୍ଷରୁ ମାର୍ଚ୍ଚ ୩୧ରୁ ୩ ଦିନିଆ ଧର୍ମଘଟ ଏବଂ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧର୍ମଘଟ ହେବ ବୋଲି ସଂଘଗୁଡିକ ପକ୍ଷରୁ ସୂଚନା ରହିଛି। ସଂଘଗୁଡିକ ରଖିଥିବା ବିଭିନ୍ନ ଦାବି ପୂରଣ ନ ହେବା ଯୋଗୁ ସେମାନେ ଧର୍ମଘଟକୁ ଓହ୍ଲାଇଥିବା ଜଣାପଡିଛି। ୨୦% ବୃଦ୍ଧିରେ ବେତନ ସଂଶୋଧନ, ୫ ଦିନିଆ ବ୍ୟାଙ୍କିଙ୍ଗ୍‌ , ସ୍ବତନ୍ତ୍ର ଭତ୍ତା ଏବଂ ବେସିକ ପେ ମିଶ୍ରଣ, ନୂଆ ପେନସନ ସ୍କିମକୁ ହଟାଇବା, ପେନସନର ଅପଡେଟ, ପରିବାର ପେନସନର ଉନ୍ନତୀକରଣ, ପରିଚାଳନା ଲାଭ ଆଧାରରେ କର୍ମଚାରୀ ମଙ୍ଗଳ ପାଣ୍ଠିକୁ ପୁଞ୍ଜି ପ୍ରଦାନ, ଅବସରକାଳୀନ ସୁବିଧାସୁଯୋଗ ଲାଭ କ୍ଷେତ୍ରରେ ବିନା କୌଣସି ସିଲିଂ ଆୟକର ରିହାତି ଭଳି ଦାବି ସଂଘଗୁଡିକ ପକ୍ଷରୁ ରଖାଯାଇଛି। ଏହାବାଦ ୍‌ଶାଖା ସ୍ତରରେ ବିଜନେସ ଆଓ୍ବାର, ଲଞ୍ଚ ଆଓ୍ବାରର ଏକକ ସଂଜ୍ଞା ନିର୍ଦ୍ଧାରଣ, ଲିଭ୍‌ ବ୍ୟାଙ୍କ ଲାଗୁ କରାଇବା, କର୍ମଚାରୀଙ୍କ ଲାଗି ଓ୍ବାର୍କିଂ ଆଓ୍ବାର ନିରୂପଣ କରିବା, ସମାନ କାମ ପାଇଁ ସମାନ ବେତନ ବ୍ୟବସ୍ଥା କରିବା ନେଇ ଦାବି ରହିଛି।
ଚଳିତମାସ ୮ରେ ହୋଇଥିବା ଭାରତ ବନ୍ଦ ଡାକରାରେ ୬ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହୋଇଥିଲେ। ଏହି ଦିନ ସାରା ଦେଶରେ ଅଧିକାଂଶ ବ୍ୟାଙ୍କ ବନ୍ଦ ରହିଥିଲା। ଯେଉଁ ବ୍ୟାଙ୍କଗୁଡିକ ଖୋଲା ରହିଥିଲା କାରବାର ପ୍ରଭାବିତ ସ୍ଥିତିରେ ରହିଥିଲା। ଚଳିତ ଥର ଦିଆଯାଇଥିବା ଧର୍ମଘଟ ଡାକରା ଅତ୍ୟନ୍ତ ଗୁରୁତ୍ୱ ବହନ କରେ ବୋଲି କୁହାଯାଇଛି। କାରଣ ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିବେ। ଏହାର ଗୋଟିଏ ଦିନ ଆଗରୁ ୩୧ ଜାନୁୟାରୀରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ। ଏବେ ବଜେଟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ମାନ୍ଦାବସ୍ଥାରୁ ଦେଶର ଅର୍ଥ ବ୍ୟବସ୍ଥାକୁ ବାହାର କରିବା ସରକାରଙ୍କ ସାମ୍ନାରେ ଏକ ବଡ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ସେହିଭଳି ଫେବୃୟାରୀ ୨ ତାରିଖ ରବିବାର ପଡୁଥିବାରୁ ଉକ୍ତ ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଧର୍ମଘଟ ଯୋଗୁ ବ୍ୟାଙ୍କ ୩ ଦିନ ଲଗାତାର ବନ୍ଦ ହେବାକୁ ଥିବାରୁ ଏହାଦ୍ୱାରା ସାଧାରଣ ଲୋକ ବିଭିନ୍ନ ଅସୁବିଧା ସାମ୍ନା କରିବେ ବୋଲି ଆଶଙ୍କା କରାଯାଉଛି। ସେହିଭଳି ଏଟିଏମ୍‌ଗୁଡିକରେ ନଗଦ ଅଭାବ ଦେଖାଯାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri