୩୦ ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୯।୫- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଲେଶ୍ୱର ଜିଲା ସଭାପତି ତଥା ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବିଜୁ ଛାତ୍ର ଜନତା ଦଳର ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରେ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୩୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମହାସଚିବ କୁଶଳ ଚାଟାର୍ଜୀ, ଟାଉନ ସଭାପତି ବ୍ରଜକିଶୋର ପ୍ରଧାନ, ସାଧାରଣ ସମ୍ପାଦକ କିରଣ କୁମାର ନାଥ, ଉପସଭାପତି ବିଜୟ ଜେନା, ମନୋରଞ୍ଜନ ମହାରଣା, ଟାଉନ କର୍ମକର୍ତ୍ତାଙ୍କ ମଧ୍ୟରେ ରାହୁଲ ନାୟକ, ଜୀବନ ସଂଗ୍ରାମ ମିଶ୍ର, ନରୋତ୍ତମ ଦାସ, ସମ୍ବିତ ନନ୍ଦୀ, ଜଗତଜୀବନ ମହାନ୍ତି, ଶୁଭମ ନାୟକ, ଚନ୍ଦ୍ରଶେଖର ଚୌଧୁରୀ, ଅମର ସାହୁ, ସବ୍ୟସାଚୀ ପୃଷ୍ଟି, ସଂଗ୍ରାମ ଦାସ ପ୍ରମୁଖ ସହଯୋଗ କରିଥିଲେ। ରକ୍ତଭଣ୍ଡାରର ଡା. ବସନ୍ତ କୁମାର ଉପାଧ୍ୟାୟ ଏବଂ ଅକ୍ଷୟ ଜେନା ଉପସ୍ଥିତ ଥିଲେ। ଶନିବାର ଦଳ ତରଫରୁ ଆଉ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ବିଜୁ ଛାତ୍ର ଜନତା ଦଳର ଜିଲାସଭାପତି ଦାସ ମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

ଉମରକୋଟ, ୩୧।୭(ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ୍‌ର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫ୍ରାନ୍ସିସ୍…

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

ବସ୍‌ ଷ୍ଟପ ଅଛି, ବସ୍‌ ଆସୁନାହିଁ: ମୁଖ୍ୟମନ୍ତ୍ରୀ ବସ୍‌ ସେବାରୁ ବଞ୍ଚିତ ଅଞ୍ଚଳବାସୀ

ଅମରପାଲି,୩୧ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍‌ ଷ୍ଟପ୍‌) ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri