୩ ସପ୍ତାହରେ ଭାରତରେ ଅକ୍ସଫୋର୍ଡ ଟିକା ଉତ୍ପାଦନ

ନୂଆଦିଲ୍ଲୀ,୨୭ା୪: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକାଶିତ କୋଭିଡ୍‌-୧୯ ନିରୋଧୀ ଟିକାର ମାନବ ଶରୀରରେ ପରୀକ୍ଷଣ ଗତ ଗୁରୁବାର ଆରମ୍ଭ କରାଯାଇଥିଲା। ଏହି ପରୀକ୍ଷଣରେ ଉକ୍ତ ଟିକା ସଫଳ ହେବ ବୋଲି ତାହାକୁ ବିକାଶିତ କରିଥିବା ବୈଜ୍ଞାନିକମାନେ ଦୃଢ଼ ଆଶାବାଦୀ ଅଛନ୍ତି। ତେଣୁ ପରୀକ୍ଷଣ ରିପୋର୍ଟ ଆସିବା ପୂର୍ବରୁ ଏହି ଟିକାର ଉତ୍ପାଦନ ଆରମ୍ଭ କରାଯିବାକୁ ଉଦ୍ୟମ ଚାଲିଛି। ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପାର୍ଟନର ସଂସ୍ଥା ସହାୟତାରେ ବ୍ରିଟେନ, ଚାଇନା, ଭାରତ ସମେତ ୭ଟି ସ୍ଥାନରୁ ଏହି ଟିକାର ଉତ୍ପାଦନ କରାଯିବାକୁ ପ୍ରସ୍ତୁତି ଚାଲିଛି। ସେଥିମଧ୍ୟରୁ ଭାରତରେ ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି। ଏନେଇ ପୁଣେସ୍ଥିତ ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ସିଆଇଆଇ) ଯୋଜନାବଦ୍ଧ ଭାବେ କାର୍ଯ୍ୟ ଚଳାଇଛି। ମାନବ ଶରୀରରେ ଏହି ଟିକାର ପରୀକ୍ଷଣ ସଫଳ ହେଲେ ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ବଜାରରେ ଅକ୍ସଫୋର୍ଡ ଟିକା ଉପଲବ୍ଧ ହେବ ବୋଲି ସିଆଇଆଇର ସିଇଓ ଆଡର ପୁନାଓ୍ବାଲା କହିଛନ୍ତି। ତାଙ୍କ କହିବାନୁଯାୟୀ, ପୂର୍ବରୁ ସିଆଇଆଇ ସହଯୋଗିତାରେ ଅକ୍ସଫୋର୍ଡ ୟୁନିଭର୍ସିଟି ବୈଜ୍ଞାନିକମାନେ ମ୍ୟାଲେରିଆ ଟିକା ପ୍ରସ୍ତୁତ କରିଛନ୍ତି। ସେମାନେ ଦକ୍ଷ ବୈଜ୍ଞାନିକ। ଆମ ଟିମ୍‌ କୋଭିଡ୍‌-୧୯ ଟିକା ଉତ୍ପାଦନ ପାଇଁ ଅକ୍ସଫୋର୍ଡ ୟୁନିଭର୍ସିଟିର ଡ. ହିଲ୍‌ଙ୍କ ସହ ଯୋଗସୂତ୍ର ରଖି କାର୍ଯ୍ୟ କରୁଛି। ପ୍ରଥମ ୬ ମାସ ପର୍ଯ୍ୟନ୍ତ ମାସିକ ୫୦ ଲକ୍ଷ ଡୋଜ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛୁ। ପରେ ଉତ୍ପାଦନ ପରିମାଣ ବଢ଼ାଇ ମାସିକ ୧ କୋଟି ଡୋଜ୍‌ ପ୍ରସ୍ତୁତ କରିବାକୁ ଆଶା ରଖିଛୁ ବୋଲି ପୁନାଓ୍ବାଲା କହିଛନ୍ତି। ଅନ୍ୟପକ୍ଷରେ ଭାରତରେ ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଉକ୍ତ ଟିକାର ମାନବ ଶରୀରରେ ପରୀକ୍ଷା କରାଯିବାକୁ ଆଶା ରହିଛି। ଏନେଇ ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ ଚାଲିଛି। ଆମେ ଏବେ ରିସ୍କ ନେଇ ଟିକା ଉତ୍ପାଦନ କରିବାକୁ ଯାଉଛି। କ୍ଲିନିକାଲ ପରୀକ୍ଷଣରେ ସଫଳତା ମିଳିବାବେଳକୁ ଯଥେଷ୍ଟ ପରିମାଣର ଟିକା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏଭଳି ରିସ୍କ ନେଇଛୁ ବୋଲି ପୁନାଓ୍ବାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri