୩ ସପ୍ତାହରେ ଭାରତରେ ଅକ୍ସଫୋର୍ଡ ଟିକା ଉତ୍ପାଦନ

ନୂଆଦିଲ୍ଲୀ,୨୭ା୪: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକାଶିତ କୋଭିଡ୍‌-୧୯ ନିରୋଧୀ ଟିକାର ମାନବ ଶରୀରରେ ପରୀକ୍ଷଣ ଗତ ଗୁରୁବାର ଆରମ୍ଭ କରାଯାଇଥିଲା। ଏହି ପରୀକ୍ଷଣରେ ଉକ୍ତ ଟିକା ସଫଳ ହେବ ବୋଲି ତାହାକୁ ବିକାଶିତ କରିଥିବା ବୈଜ୍ଞାନିକମାନେ ଦୃଢ଼ ଆଶାବାଦୀ ଅଛନ୍ତି। ତେଣୁ ପରୀକ୍ଷଣ ରିପୋର୍ଟ ଆସିବା ପୂର୍ବରୁ ଏହି ଟିକାର ଉତ୍ପାଦନ ଆରମ୍ଭ କରାଯିବାକୁ ଉଦ୍ୟମ ଚାଲିଛି। ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପାର୍ଟନର ସଂସ୍ଥା ସହାୟତାରେ ବ୍ରିଟେନ, ଚାଇନା, ଭାରତ ସମେତ ୭ଟି ସ୍ଥାନରୁ ଏହି ଟିକାର ଉତ୍ପାଦନ କରାଯିବାକୁ ପ୍ରସ୍ତୁତି ଚାଲିଛି। ସେଥିମଧ୍ୟରୁ ଭାରତରେ ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି। ଏନେଇ ପୁଣେସ୍ଥିତ ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ସିଆଇଆଇ) ଯୋଜନାବଦ୍ଧ ଭାବେ କାର୍ଯ୍ୟ ଚଳାଇଛି। ମାନବ ଶରୀରରେ ଏହି ଟିକାର ପରୀକ୍ଷଣ ସଫଳ ହେଲେ ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ବଜାରରେ ଅକ୍ସଫୋର୍ଡ ଟିକା ଉପଲବ୍ଧ ହେବ ବୋଲି ସିଆଇଆଇର ସିଇଓ ଆଡର ପୁନାଓ୍ବାଲା କହିଛନ୍ତି। ତାଙ୍କ କହିବାନୁଯାୟୀ, ପୂର୍ବରୁ ସିଆଇଆଇ ସହଯୋଗିତାରେ ଅକ୍ସଫୋର୍ଡ ୟୁନିଭର୍ସିଟି ବୈଜ୍ଞାନିକମାନେ ମ୍ୟାଲେରିଆ ଟିକା ପ୍ରସ୍ତୁତ କରିଛନ୍ତି। ସେମାନେ ଦକ୍ଷ ବୈଜ୍ଞାନିକ। ଆମ ଟିମ୍‌ କୋଭିଡ୍‌-୧୯ ଟିକା ଉତ୍ପାଦନ ପାଇଁ ଅକ୍ସଫୋର୍ଡ ୟୁନିଭର୍ସିଟିର ଡ. ହିଲ୍‌ଙ୍କ ସହ ଯୋଗସୂତ୍ର ରଖି କାର୍ଯ୍ୟ କରୁଛି। ପ୍ରଥମ ୬ ମାସ ପର୍ଯ୍ୟନ୍ତ ମାସିକ ୫୦ ଲକ୍ଷ ଡୋଜ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛୁ। ପରେ ଉତ୍ପାଦନ ପରିମାଣ ବଢ଼ାଇ ମାସିକ ୧ କୋଟି ଡୋଜ୍‌ ପ୍ରସ୍ତୁତ କରିବାକୁ ଆଶା ରଖିଛୁ ବୋଲି ପୁନାଓ୍ବାଲା କହିଛନ୍ତି। ଅନ୍ୟପକ୍ଷରେ ଭାରତରେ ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଉକ୍ତ ଟିକାର ମାନବ ଶରୀରରେ ପରୀକ୍ଷା କରାଯିବାକୁ ଆଶା ରହିଛି। ଏନେଇ ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ ଚାଲିଛି। ଆମେ ଏବେ ରିସ୍କ ନେଇ ଟିକା ଉତ୍ପାଦନ କରିବାକୁ ଯାଉଛି। କ୍ଲିନିକାଲ ପରୀକ୍ଷଣରେ ସଫଳତା ମିଳିବାବେଳକୁ ଯଥେଷ୍ଟ ପରିମାଣର ଟିକା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏଭଳି ରିସ୍କ ନେଇଛୁ ବୋଲି ପୁନାଓ୍ବାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ

ନୂଆପଡ଼ା,୧୦।୧୨ (ମକାରୁ ବେମାଲ):କୋମନା ବ୍ଲକ୍‌ ରଜନା ପଞ୍ଚାୟତ ବେଲଗାଁଠାରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳଙ୍କ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri