୩ ଲଜ୍‌ରେ ଅନୈତିକ କାର୍ଯ୍ୟ: ଧରାପଡ଼ିଥିବା ୧୬ ଯୁବକ ଗିରଫ

ବାରିପଦା ଅଫିସ,୨୨।୧୨- ମୟୂରଭଞ୍ଜ ଜିଲା ବାରିପଦା ସହର ଜନଗହଳିପୂର୍ଣ୍ଣ ବଗୁଳି ମାର୍କେଟରେ ଥିବା ୩ଟି ଲଜ୍‌ରେ ଦେହ ବେପାର ଭଳି ଅନୈତିକ କାର୍ଯ୍ୟ ଚାଲିଥିବା ସନ୍ଦେହରେ ସ୍ଥାନୀୟ ଟାଉନ ଥାନା ପୋଲିସ ଶନିବାର ଚଢ଼ାଉ କରିଥିଲା। ସେଠାରୁ ଧରାପଡିଥିବା ୩୨ ଯୁବତୀଯୁବକଙ୍କ ସମେତ ହୋଟେଲ ମ୍ୟାନେଜର ଓ କର୍ମଚାରୀଙ୍କୁ ପଚରାଉଚୁରା ପରେ ଏକ ବଡଧରଣ ଅନୈତିକ କାର୍ଯ୍ୟର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୋଲିସ ଇମୋରାଲ ଟ୍ରାଫିକ ପ୍ରିଭେନସନ ଆକ୍ଟ – ୧୯୫୬ (ୟୁ /ଏସ-୩, ୪,୫, ୬, ୭)ରେ ୩ଟି ମାମଲା (ନଂ.୪୧୧/୪୧୨/୪୧୩/୧୯)ରୁଜୁ କରି ୧୫ ଯୁବକଙ୍କ ସମେତ ୩ ହୋଟେଲର ୪ ମ୍ୟାନେଜରଙ୍କୁ ମିଶାଇ ୧୯ଜଣଙ୍କୁ ଗିରଫ କରିଛି। ୩ ଲଜ୍‌ରୁ ଉଦ୍ଧାର ୧୫ ଯୁବତୀଙ୍କୁ ସ୍ବଧାର ଗୃହକୁ ପଠାଯାଇଛି। ଶାନ୍ତି ଲଜ୍‌ର ମ୍ୟାନେଜର ଶ୍ୟାମସୁନ୍ଦର ସେଠୀ, କ୍ରିଷ୍ଣା ଲଜ୍‌ର ମ୍ୟାନେଜର ଗଗନ ବିହାରୀ ବେହେରା, ଶ୍ରୀକ୍ରିଷ୍ଣା ଲଜ୍‌ର ମ୍ୟାନେଜର ପଙ୍କଜ କୁମାର ନାୟକ ଓ ସତ୍ୟଜିତ ମାରାଣ୍ଡିିଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକଙ୍କ ସମେତ ସମ୍ପୃକ୍ତ ଯୁବତୀଙ୍କୁ ଡାକ୍ତରୀ ମାଇନା କରାଯାଇଛି।
ବାରିପଦା ସଦର ଏସ୍‌ଡିପିଓ କେ.କେ. ହରିପ୍ରସାଦ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି, ଏସବୁ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ସୂଚନାକୁ ଆଧାରକରି ତଦନ୍ତ କରାଯିବା ବେଳେ ଶନିବାର ସେଠାରେ ବହୁସଂଖ୍ୟକ ଯୁବତୀଯୁବକ ଥିବା ସୂଚନା ମିଳିଥିଲା। ଏସବୁ ଲଜ୍‌ରେ ତତ୍‌କ୍ଷଣାତ ଚଢାଉ କରିବା ସକାଶେ ୩ଟି ପୋଲିସ ଟିମ୍‌ ଗଢାଯାଇ ଅପରାହ୍ନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଅପରାହ୍ନ ୩ଟା ସୁଦ୍ଧା ଚଢ଼ାଉ ସରିଥିଲା। ଦେଢ଼ଘଣ୍ଟା ଧରି ପୋଲିସ ହୋଟେଲର ସମସ୍ତ କୋଠରିକୁ ତନ୍ନ ତନ୍ନ କରି ଯାଞ୍ଚ କରି ୩ ଲଜ୍‌ର ବିଭିନ୍ନ ରୁମ୍‌ରେ ଥିବା ଏହି ଯୁବତୀଯୁବକଙ୍କୁ ଉଦ୍ଧାର କରିଥିଲା। ଯୁବତୀ ଯୁବକଙ୍କ ସମେତ ଲଜ୍‌ ମ୍ୟାନେଜରଙ୍କୁ ଗାଡିରେ ପୋଲିସ ଥାନାକୁ ଆଣି ପଚରାଉଚୁରା କରିବା ପରେ ସେଠାରେ ଅନୈତିକ କାର୍ଯ୍ୟ ଚାଲିଥିବା ଜଣାପଡିଥିବା ନେଇ ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି ୩ ଲଜ୍‌ ମଧ୍ୟରୁ ଶାନ୍ତି ଲଜ୍‌ରୁ ୨ ଯୁବତୀ, ୨ ଯୁବକ, କ୍ରିଷ୍ଣା ଲଜ୍‌ର ୁ୮ ଯୁବତୀ, ୮ ଯୁବକ ଓ ଶ୍ରୀକ୍ରିଷ୍ଣା ଲଜରୁ ୬ ଯୁବତୀ ଓ ୬ ଯୁବକ ଉଦ୍ଧାର ହୋଇଥିବା ପୋଲିସ କହିଛି। ଏହି ଚଢାଉରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ଓ ସବ୍‌ ଇନ୍ସପେକ୍ଟର ରୀତାରାଣୀ ବେହେରା ପ୍ରମୁଖ ସାମିଲ ଥିଲେ।
ପୋଲିସ କେମିତି ସନ୍ଦେହ କଲା…
ଗତ କିଛିଦିନ ତଳେ ବାରିପଦା ଟାଉନ ଥାନାରେ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରିବା ବେଳେ ବଗୁଳି ମାର୍କେଟସ୍ଥିତ ଏକ ହୋଟେଲରେ ଉକ୍ତ କଲେଜ ଛାତ୍ରୀ ଜଣେ ବନ୍ଧୁଙ୍କ ସହ ଯାଇ ରହିଥିବା ଜଣାପଡିଥିଲା। ଏ ନେଇ ପୋଲିସ ହୋଟେଲର ଜଣେ କର୍ମଚାରୀଙ୍କୁ ଗତ ଗୁରୁବାର ରାତିରେ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରି ଶୁକ୍ରବାର ରାତିରେ ଛାଡି ଦେଇଥିଲା। ଉକ୍ତ କଲେଜ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଶୁକ୍ରବାର ଠାବ କରିବା ପରେ ସେମାନଙ୍କୁ ପଚରାଉଚୁରା କରି ହୋଟେଲ ସମ୍ପର୍କରେ ତଥ୍ୟ ନେଇଥିଲା। ଜଣେ ଯୁବତୀ ଓ ଯୁବକଙ୍କୁ ହୋଟେଲରେ କିଭଳି ରହିବାକୁ ଦିଆଯାଇଥିଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରି ଶନିବାର ଚଢ଼ାଉ କରିଥିବା କୁହାଯାଉଛି। ଉଲେଖନୀୟ ଯେ, ଏଥିପୂର୍ବରୁ ୨୦୧୭ ନଭେମ୍ବରରେ ବାରିପଦା ସହରର ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋକୁ ତାଙ୍କର ଜଣେ ସହପାଠୀ ଛାତ୍ର ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ପୋଲିସ ଏହାର ତଦନ୍ତ କରିବା ବେଳେ ଏକ ହୋଟେଲ କୋଠରିରେ ଫଟୋ ଉଠାଯାଇଥିବା ଜଣାପଡିଥିଲା। ସେତେବେଳେ କେବଳ ସମ୍ପୃକ୍ତ କଲେଜ ଛାତ୍ରଙ୍କୁ ଗିରଫ କରାଯାଇଥିଲେ ବି ହୋଟେଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?