୩ ଦିନରେ ଧରାହେଲେଣି ୧୫୪ ଦଲାଲ: ହସ୍ପିଟାଲରୁ ୭୫ ଓ ଆର୍‌ଟିଓରୁ ୭୯

ଭୁବନେଶ୍ୱର,୨୯।୯(ବ୍ୟୁରୋ): ସ୍ବଚ୍ଛତା ଓ ଲୋକଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଦଲାଲ ଧରା ଅଭିଯାନକୁ ଜୋର୍‌ଦାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭିନ୍ନ ହସ୍ପିଟାଲ ଓ ଆର୍‌ଟିଓରେ ଚଢ଼ାଉ କରି ଦଲାଲଙ୍କୁ ଧରୁଛି। ତିନି ଦିନରେ ୧୫୪ ଦଲାଲଙ୍କୁ ଗିରଫ କରାଗଲାଣି। ଏମାନଙ୍କ ମଧ୍ୟରେ ହସ୍ପିଟାଲ ପରିସରରୁ ୭୫ ଓ ଆର୍‌ଟିଓ ସମ୍ମୁଖରୁ ୭୯ଜଣ ରହିଛନ୍ତି। ପ୍ରଥମ ଦିନ ୨୬ ତାରିଖରେ ହସ୍ପିଟାଲରୁ ୩୫ଜଣ ଓ ଆରଟିଓ ସମ୍ମୁଖରୁ ୧୩ଜଣ ଏବଂ ଦ୍ୱିତୀୟ ଦିନରେ ହସ୍ପିଟାଲରୁ ୩୧ ଓ ଆର୍‌ଟିଓରୁ ୪୪ଜଣ ଗିରଫ ହୋଇଥିଲେ। ତେବେ ଶନିବାର ତୃତୀୟ ଦିନରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ଆର୍‌ଟିଓରୁ ୩୧ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଯାଜପୁର ଆର୍‌ଟିଓରୁ ୯ଜଣ, ଜଗତସିଂହପୁରରୁ ୧, ପୁରୀରୁ ୧, ଖୋର୍ଦ୍ଧାରୁ ୩, କନ୍ଧମାଳରୁ ୪, କୋରାପୁଟରୁ ୨, ଝାରସୁଗୁଡା ଆର୍‌ଟିଓରୁ ୨ଜଣ ଦଲାଲ ଗିରଫ ହୋଇଥିବାବେଳେ ଖୋର୍ଦ୍ଧା ହସ୍ପିଟାଲରୁ ୧, କଳାହାଣ୍ଡି ମେଡିକାଲରୁ ୩, ଭଦ୍ରକରୁ ୨ ଓ ଭୁବନେଶ୍ୱର ଏମ୍ସରୁ ୩ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଏହି ଦଲାଲମାନଙ୍କ ସହ ନର୍ସିଂହୋମ୍‌ ମାଲିକ, ରୋଗ ନିରୂପଣ କେନ୍ଦ୍ର, ସ୍ବାସ୍ଥ୍ୟ ଅଧିକାରୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ପରିବହନ ଅଧିକାରୀଙ୍କ ସହ ସମ୍ପର୍କ ଅଛି କି ନାହିଁ ତାହାର ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି ବି.କେ. ଶର୍ମା କହିଛନ୍ତି। ଏସବୁ ସ୍ଥାନରୁ ଯେପର୍ଯ୍ୟନ୍ତ ଦଲାଲ ନ ହଟିଛନ୍ତି ସେପର୍ଯ୍ୟନ୍ତ ଚଢ଼ାଉ ଜୋର୍‌ଦାର ଜାରି ରହିବ ବୋଲି ଶର୍ମା ଜଣାଇଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ଆଇନଜୀବୀ ଚିତ୍ତରଞ୍ଜନ ଦାସ ସ୍ବାଗତ କରିଛନ୍ତି। ସେ କୁହନ୍ତି, ପରିବହନ ସଂସ୍ଥା ଓ ଡାକ୍ତରଖାନାରେ ଦଲାଲ ଗିରଫ କଲେ ସମାଧାନ ହେବନି। କର୍ମଚାରୀମାନେ ବି ଦଲାଲଙ୍କ ସହ ଜଡ଼ିତ ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏହାଛଡା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଥାନାଗୁଡ଼ିକରେ ସବୁବେଳେ ଦଲାଲ ବୁଲୁଛନ୍ତି। କୌଣସି ମକଦ୍ଦମା ଥାନାକୁ ଆସିଲେ ଖାକି ବାବୁମାନେ ସିଧାସଳଖ ଅର୍ଥ ନ ମାଗି ଦଲାଲଙ୍କ ଜରିଆରେ ଡିଲ୍‌ କରି ମାମଲାକୁ ରଫାଦଫା କରିଥାନ୍ତି। ଏପରିକି ଲାଞ୍ଚ କାରବାର ବେଳେ ଧରାପଡ଼ିବା ଭୟ ଥିବାରୁ ଦଲାଲ ହିଁ ମଧ୍ୟସ୍ଥ ସାଜି ପୋଲିସ ପକେଟ ଗରମ କରିଥାନ୍ତି। ଥାନା ଭଳି ତହସିଲ, ଜବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟ, ମ୍ୟୁନିସିପାଲିଟି, ବ୍ଲକ, ପଞ୍ଚାୟତ ଆଦି ସରକାରୀ ସ୍ଥାନରେ ଦଲାଲ ରାଜ୍‌କୁ ବି ହଟାଯିବା ଜରୁରୀ। ଏଥିପାଇଁ ନିୟମିତ ଚଢ଼ାଉ କରାଯାଇ ଦଲାଲଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri