୩ ଦିନରେ ଧରାହେଲେଣି ୧୫୪ ଦଲାଲ: ହସ୍ପିଟାଲରୁ ୭୫ ଓ ଆର୍‌ଟିଓରୁ ୭୯

ଭୁବନେଶ୍ୱର,୨୯।୯(ବ୍ୟୁରୋ): ସ୍ବଚ୍ଛତା ଓ ଲୋକଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଦଲାଲ ଧରା ଅଭିଯାନକୁ ଜୋର୍‌ଦାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭିନ୍ନ ହସ୍ପିଟାଲ ଓ ଆର୍‌ଟିଓରେ ଚଢ଼ାଉ କରି ଦଲାଲଙ୍କୁ ଧରୁଛି। ତିନି ଦିନରେ ୧୫୪ ଦଲାଲଙ୍କୁ ଗିରଫ କରାଗଲାଣି। ଏମାନଙ୍କ ମଧ୍ୟରେ ହସ୍ପିଟାଲ ପରିସରରୁ ୭୫ ଓ ଆର୍‌ଟିଓ ସମ୍ମୁଖରୁ ୭୯ଜଣ ରହିଛନ୍ତି। ପ୍ରଥମ ଦିନ ୨୬ ତାରିଖରେ ହସ୍ପିଟାଲରୁ ୩୫ଜଣ ଓ ଆରଟିଓ ସମ୍ମୁଖରୁ ୧୩ଜଣ ଏବଂ ଦ୍ୱିତୀୟ ଦିନରେ ହସ୍ପିଟାଲରୁ ୩୧ ଓ ଆର୍‌ଟିଓରୁ ୪୪ଜଣ ଗିରଫ ହୋଇଥିଲେ। ତେବେ ଶନିବାର ତୃତୀୟ ଦିନରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ଆର୍‌ଟିଓରୁ ୩୧ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଯାଜପୁର ଆର୍‌ଟିଓରୁ ୯ଜଣ, ଜଗତସିଂହପୁରରୁ ୧, ପୁରୀରୁ ୧, ଖୋର୍ଦ୍ଧାରୁ ୩, କନ୍ଧମାଳରୁ ୪, କୋରାପୁଟରୁ ୨, ଝାରସୁଗୁଡା ଆର୍‌ଟିଓରୁ ୨ଜଣ ଦଲାଲ ଗିରଫ ହୋଇଥିବାବେଳେ ଖୋର୍ଦ୍ଧା ହସ୍ପିଟାଲରୁ ୧, କଳାହାଣ୍ଡି ମେଡିକାଲରୁ ୩, ଭଦ୍ରକରୁ ୨ ଓ ଭୁବନେଶ୍ୱର ଏମ୍ସରୁ ୩ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଏହି ଦଲାଲମାନଙ୍କ ସହ ନର୍ସିଂହୋମ୍‌ ମାଲିକ, ରୋଗ ନିରୂପଣ କେନ୍ଦ୍ର, ସ୍ବାସ୍ଥ୍ୟ ଅଧିକାରୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ପରିବହନ ଅଧିକାରୀଙ୍କ ସହ ସମ୍ପର୍କ ଅଛି କି ନାହିଁ ତାହାର ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି ବି.କେ. ଶର୍ମା କହିଛନ୍ତି। ଏସବୁ ସ୍ଥାନରୁ ଯେପର୍ଯ୍ୟନ୍ତ ଦଲାଲ ନ ହଟିଛନ୍ତି ସେପର୍ଯ୍ୟନ୍ତ ଚଢ଼ାଉ ଜୋର୍‌ଦାର ଜାରି ରହିବ ବୋଲି ଶର୍ମା ଜଣାଇଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ଆଇନଜୀବୀ ଚିତ୍ତରଞ୍ଜନ ଦାସ ସ୍ବାଗତ କରିଛନ୍ତି। ସେ କୁହନ୍ତି, ପରିବହନ ସଂସ୍ଥା ଓ ଡାକ୍ତରଖାନାରେ ଦଲାଲ ଗିରଫ କଲେ ସମାଧାନ ହେବନି। କର୍ମଚାରୀମାନେ ବି ଦଲାଲଙ୍କ ସହ ଜଡ଼ିତ ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏହାଛଡା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଥାନାଗୁଡ଼ିକରେ ସବୁବେଳେ ଦଲାଲ ବୁଲୁଛନ୍ତି। କୌଣସି ମକଦ୍ଦମା ଥାନାକୁ ଆସିଲେ ଖାକି ବାବୁମାନେ ସିଧାସଳଖ ଅର୍ଥ ନ ମାଗି ଦଲାଲଙ୍କ ଜରିଆରେ ଡିଲ୍‌ କରି ମାମଲାକୁ ରଫାଦଫା କରିଥାନ୍ତି। ଏପରିକି ଲାଞ୍ଚ କାରବାର ବେଳେ ଧରାପଡ଼ିବା ଭୟ ଥିବାରୁ ଦଲାଲ ହିଁ ମଧ୍ୟସ୍ଥ ସାଜି ପୋଲିସ ପକେଟ ଗରମ କରିଥାନ୍ତି। ଥାନା ଭଳି ତହସିଲ, ଜବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟ, ମ୍ୟୁନିସିପାଲିଟି, ବ୍ଲକ, ପଞ୍ଚାୟତ ଆଦି ସରକାରୀ ସ୍ଥାନରେ ଦଲାଲ ରାଜ୍‌କୁ ବି ହଟାଯିବା ଜରୁରୀ। ଏଥିପାଇଁ ନିୟମିତ ଚଢ଼ାଉ କରାଯାଇ ଦଲାଲଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri