୩ ଦିନ ରିମାଣ୍ଡରେ ଗଲେ ଅନୁପ

ଝାରସୁଗୁଡ଼ା ଅଫିସ,୨୦ା୨: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଛତିଶଗଡ଼ ଚକ୍ରଧରନଗର ପୋଲିସ ତନାଘନା ଚଳାଇଛି। ଗିରଫ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ରାୟଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମଙ୍ଗଳବାର ଆବେଦନ କରିଥିଲା। କୋର୍ଟ ଆବେଦନକୁ ବିଚାର କରି ଦିନକ ପାଇଁ ରାୟ ସ୍ଥଗିତ ରଖିଥିଲେ। ତେବେ ବୁଧବାର ଅପରାହ୍ନ ପ୍ରାୟ ୫ଟା ୧୫ ମିନିଟ୍‌ରେ ଚକ୍ରଧରନଗର ପୋଲିସ ଉଭୟଙ୍କୁ କୋର୍ଟରେ ହାଜର କରିବା ସହ ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ପୋଲିସର ଆବେଦନ ଓ ମାମଲାକୁ ଅନୁଧ୍ୟାନ କରି କୋର୍ଟ ଅନୁପଙ୍କୁ ତିନି ଦିନ ଏବଂ ବର୍ଦ୍ଧନଙ୍କୁ ଦିନକ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ସେହିପରି ଅନୁପଙ୍କ ନାର୍କୋ ଓ ଡିଏନ୍‌ଏ ଟେଷ୍ଟ କରିବା ନେଇ ପୋଲିସ ପକ୍ଷରୁ ଗୁରୁବାର କୋର୍ଟରେ ଆବେଦନ କରାଯିବ। କୋର୍ଟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ଅନୁପ ଦର୍ଶାଇଛନ୍ତି ବୋଲି ସରକାରୀ ଓକିଲ ବେଦପ୍ରକାଶ ପଟେଲ କହିଛନ୍ତି। ଅନ୍ୟପକ୍ଷେ ଏହି ହତ୍ୟା ଘଟଣାରେ ଅନୁପଙ୍କ ଇନୋଭା ଗାଡ଼ି ବ୍ୟବହାରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବୁଧବାର ଉକ୍ତ ଗାଡ଼ିକୁ ଚକ୍ରଧରନଗର ଥାନାରେ ହାଜର କରାଯାଇଥିବା ଜଣାପଡ଼ିଛି।
ଉଲ୍ଲେଖନୀୟ, ପୋଲିସ ଅନୁପ ଓ ବର୍ଦ୍ଧନଙ୍କୁ ଗିରଫ କରି ପଚରାଉଚୁରା ବେଳେ ସେମାନେ ନିଜ ଦୋଷ ସ୍ବୀକାର କରିଥିଲେ। ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଓ ଗାଡ଼ି ଏଯାଏ ଜବତ ହୋଇପାରିନାହିଁ। ପୂର୍ବରୁ ଉଭୟଙ୍କୁ ପଚରାଉଚୁରା ବେଳେ ଭିନ୍ନ ଭିନ୍ନ ତଥ୍ୟ ସାମ୍‌ନାକୁ ଆସିଥିଲା। ଅଧିକାଂଶ ସମୟରେ ଦୁଇ ଅଭିଯୁକ୍ତ ପୋଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ସେଥିପାଇଁ ଦୁଇ ଜଣଙ୍କୁ ରିମାଣ୍ଡରେ ଆଣି ସାମ୍ନାସାମ୍ନି ବସାଇ ଜେରା କରିବାକୁ ପୋଲିସ ଯୋଜନା ରଖିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀକୁ କୋର୍ଟ ଜିମା ଦେଇ ପ୍ରମାଣ କରିବା ଏବଂ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅଧିକ ପଚରାଉଚୁରା ପାଇଁ ରିମାଣ୍ଡ ଆବେଦନ କରିଥିବା କୁହାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ମେ ୬ ତାରିଖରେ ହୋଇଥିବା ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ରାୟଗଡ଼ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗତ ୧୨ ତାରିଖରେ ବ୍ରଜରାଜନଗରରୁ ଉଠାଇ ନେଇଥିଲା। ସେଠାରେ ପଚରାଉଚୁରା ବେଳେ ସେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଏବଂ ତାଙ୍କୁ ଏଥିରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ସହଯୋଗ କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ପୋଲିସ ଗତ ୧୪ ତାରିଖ ରାତିରେ ବର୍ଦ୍ଧନଙ୍କୁ ତାଙ୍କ ଘରୁ ନେଇଯାଇଥିଲା । ଏହାପରେ ବର୍ଦ୍ଧନ ପୋଲିସ ଆଗରେ ଦୋଷ ସ୍ବୀକାର କରି ଡେମୋ ଦେଖାଇବାକୁ ରାଜି ହୋଇଥିଲେ। ୧୬ ତାରିଖରେ ହତ୍ୟାକାଣ୍ଡ ସ୍ଥଳରେ ପୋଲିସ ପକ୍ଷରୁ ମଣିଷ ସଦୃଶ ଦୁଇଟି ପୁତୁଳା ପକାଯାଇଥିଲା। ସେଠାରେ ଡ୍ରାଇଭର ବର୍ଦ୍ଧନ ପୋଲିସକୁ ସୂଚନା ଦେଇ କହିଥିଲେ, କଳ୍ପନା ଓ ବବ୍‌ଲିଙ୍କୁ ହତ୍ୟା କରିବା ପରେ ଗୋଟିଏ ନୁହେଁ ଦୁଇଟି ଗାଡ଼ି ସେମାନଙ୍କ ଉପରେ ଚଢ଼ାଯାଇଥିଲା। ପ୍ରଥମେ ଏକ ବୋଲେରୋ ଓ ପରେ ଏକ ଇନୋଭା ଗାଡ଼ି ଚଢ଼ାଯାଇଥିଲା ବୋଲି କହିବା ସହିତ ଏହାର ଡେମୋ ମଧ୍ୟ କରି ସେ ଦେଖାଇଥିଲେ। ଏହାପରେ ଅନୁପ ଓ ବର୍ଦ୍ଧନଙ୍କ ବ୍ୟତୀତ ଏକାଧିକ ଲୋକ ଏହି ଘଟଣାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା ପୋଲିସ। ପରେ ପୋଲିସ ଏହାକୁ ଗୁରୁତ୍ୱ ଦେଇ ଉଭୟଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରିବା ପାଇଁ ପଦକ୍ଷେପ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri