ଭୁବନେଶ୍ୱର,(ବ୍ୟୁରୋ)୯ା୮:ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକଙ୍କ ଉତ୍ପାତ । ବାରମ୍ବାର ସଚେତନ ସତ୍ତ୍ୱେ ସହରବାସୀ ଚେତୁ ନାହାନ୍ତି। ବିଭିନ୍ନ ପ୍ରକାର ଲୋଭ ଦେଖାଇ ଲୋକଙ୍କଠାରୁ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ କୌନ୍ ବନେଗା କୋରଡ ପତି (କେବିସି)ର ଲଟେରୀ ଲୋଭ ଦେଖାଇ ଜଣେ ଯୁବକଙ୍କଠାରୁ ୨ ଲକ୍ଷ ୪୦ ହଜାର ଟଙ୍କା ଠକି ନେଇଛନ୍ତି। ଏଥିରେ ସମ୍ପୃକ୍ତ ୩ ଠକଙ୍କୁ ଲକ୍ଷ୍ନୌରୁ ଗିରଫ କରିଛି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ। ସେମାନେ ହେଲେ ବିହାରର ଦୀପକ କୁମାର, ଲକ୍ଷ୍ନୌର ମୋହିତ ସିଂହ ଓ ମୋବିନ କୁମାର। ୩ ସାଇବର ଠକଙ୍କୁ ସାଇବର ଥାନା ପୋଲିସ ରବିବାର ଗିରଫ କରିବା ପରେ ଲକ୍ଷ୍ନୌ କୋର୍ଟରେ ହାଜର କରିଥିଲା। ଏହାପରେ ସେମାନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ସୋମବାର ଭୁବନେଶ୍ୱର ପହଞ୍ଚତ୍ଛି। ଏଥିସହ ଗିରଫ ଅଭିଯୁକ୍ତଙ୍କ ଆକାଉଣ୍ଟ ସହ ସେଥିରେ ଥିବାବା ୯୦ ହଜାର ଟଙ୍କାକୁ ଜବତ କରାଯାଇଥିବା ସାଇବର ଥାନା ଅଧିକାରିଣୀ ରଶ୍ମିତା ଜେନା କହିଛନ୍ତି। ଅଭିଯୁକ୍ତ ଦୀପକ କେବିସିର ସ୍ବପ୍ନ ଦେଖାଇ ଲୋକଙ୍କଠାରୁ ୩୦ଟି ଆକାଉଣ୍ଟ ଆଣି ବିହାରର ମୁଖ୍ୟ ଅଭିଯୁକ୍ତ ରତନଙ୍କୁ ଦେଉଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ତେଣୁ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଚାଲିଛି। ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାଇବର ଥାନା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, କେନ୍ଦ୍ରାପଡା ରାଜକନିକାର ବାବୁରାମ ସାମଲ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହି ଏକ ସିକ୍ୟୁରିଟି ସଂସ୍ଥାରେ କାମ କରନ୍ତି । ୨୬ ଜୁଲାଇରେ ବାବୁରାମଙ୍କ ହ୍ବାଟ୍ସଆପ୍କୁ ଏକ ମେସେଜ ଆସିଥିଲା। ଯେଉଁଥିରେ କେବିସିର ୨୫ ଲକ୍ଷ ଟଙ୍କାର ଏକ ଲଟେରି ତାଙ୍କ ନାମରେ ଉଠିଥିବା ଓ ଏକ ନମ୍ବରରେ ଯୋଗାଯୋଗ କରିବାକୁ ଉଲ୍ଲେଖ ଥିଲା। ଏହାପରେ ବାବୁରାମ ଉକ୍ତ ନମ୍ବରକୁ ଫୋନ କରିବାରୁ ଅଭିଯୁକ୍ତ ଠକ ବାବୁରାମଙ୍କୁ ଲଟେରି ଜିତିଛ ବୋଲି କହିଥିଲେ। ଏଥିପାଇଁ ଟାକ୍ସ ବାବଦକୁ ୨ ଲକ୍ଷ ୪୦ ହଜାର ଡିପୋଜିଟ୍ କଲେ ତୁବମ ଆକାଉଣ୍ଟକୁ ୨୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବ। ସାଇବର ଠକ କଥାକୁ ବିଶ୍ୱାସ କରି ବାବୁରାମ ୩ଟି ଆକାଉଣ୍ଟରେ ୨ ଲକ୍ଷ ୪୦ ଟଙ୍କା ଟ୍ରାନ୍ସଫର କରିଥିଲେ। ହେଲେ ଏହାପରେ କୌଣସି ଟଙ୍କା ତାଙ୍କ ଆକାଉଣ୍ଟକୁ ଆସି ନ ଥିଲା। ଏହାପରେ ବାବୁରାମ ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ଫୋନ ସୁଇଚ୍ ଅଫ୍ ଦେଖାଇଲା। ସେ ଠକେଇର ଶିକାର ହେବା ଜାଣିବା ପରେ ଗତ ୫ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୋଲିସ ଉକ୍ତ ଆକାଉଣ୍ଟକୁ ଯାଞ୍ଚ କରିବାରୁ ଏହା ଲକ୍ଷ୍ନୌର ବୋଲି ଜାଣିବାକୁ ପାଇଲେ। ତୁରନ୍ତ ସାଇବର ଥାନା ପୋଲିସ ଗତ ୬ ତାରିଖରେ ଲକ୍ଷ୍ନୌ ଯାଇ ୭ ତାରିଖରେ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।
ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍ ପରେ ଚହଳ, ଥାନାରେ…
ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…
ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…
ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…
ମୋହନାରେ ନୂତନ ଥାନା ଅଧିକାରୀ
ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…
ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…
ଏଣିକି ନିଜ ଲଢ଼େଇ ନିଜର
ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…
ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ
ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…
ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…
ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…
‘ମଧୁବାବୁ ପେନସନ୍ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ…
ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍ ଯୋଜନା’କୁ ନେଇ…
Archives

