୨୭ ବର୍ଷରେ ଏତେ ବଦଳିଗଲେଣି ଅମିତାଭଙ୍କ ‘ଜୁମାଚୁମା’ ଗାର୍ଲ

ଅମିତାଭ ବଚ୍ଚନଙ୍କ ‘ଜୁମା ଚୁମା’ ଗାର୍ଲଙ୍କୁ କେହି ବି ଭୁଲିପାରିବେ ନାହିଁ। ୧୯୯୧ରେ ଆସିଥିବା ଫିଲ୍ମ ‘ହମ୍‌’ରେ ବୋଲ୍ଡ ସିନ୍‌ ଦେଇଥିଲେ ଏହି ଅଭିନେତ୍ରୀ। ସେ ଆଉ କେହି ନୁହନ୍ତି, କିମି କାଟ୍‌କର ହେଉଛନ୍ତି ବିଗ୍‌ ବିଙ୍କ ‘ଜୁମା ଚୁମା’ ଗାର୍ଲ।

ଆଜି ଅର୍ଥାତ ବୁଧବାର ତାଙ୍କର ୫୪ତମ ଜନ୍ମଦିବସ। କିମି କାଟ୍‌କର ୮୦-୯୦ ଦଶକରେ ବୋଲ୍ଡ ହିରୋଇନ୍‌ଙ୍କ ମଧ୍ୟରୁ ଜଣେ। ୧୯୮୫ରେ ଫିଲ୍ମ ‘ପଥର ଦିଲ୍‌’ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ତାଙ୍କୁ ‘Adventures of Tarzan’ରେ ମୁଖ୍ୟ ଭୂମିକା ମିଳିଥିଲା। ଫିଲ୍ମଟି ଫ୍ଲପ୍‌ ହୋଇଥିଲେ ମଧ୍ୟ କିମିଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଫିଲ୍ମରେ ସେ ଏତେ ବୋଲ୍ଡ ସିନ୍‌ ଦେଇଥିଲେ ଯେ, ତାଙ୍କୁ ସେକ୍ସି ହିରୋଇନ୍‌ ଭାବେ ସମସ୍ତେ ଜାଣିଗଲେ। ଏହି ଫିଲ୍ମ ପରଠାରୁ କିମିଙ୍କ ଭାଗ୍ୟ ବଦଳିଗଲା। ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ତାଙ୍କ ନିକଟକୁ ଆସିଲା। ‘ଜୈସି କର୍‌ନୀ ଉସ୍‌ସେ ଭରନୀ’, ‘ଗୈର କାନୁନି’, ‘ମେରା ଲହୁ’ ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି।

୧୯୯୧ରେ ଅମିତାଭଙ୍କ ସହ ଅଭିନୟ କରିଥିବା ‘ହମ୍‌’ ଫିଲ୍ମ ସବୁଠୁ ହିଟ୍‌ ହୋଇଥିଲା। ଏହା ପରଠାରୁ କିମି ଫିଲ୍ମ ଲାଇନ୍‌ରୁ ଦୂରେଇ ଗଲେ। କାରଣ ୧୯୯୨ରେ ସେ ଫଟୋଗ୍ରାଫର ତଥା ଆଡ୍‌ ଫିଲ୍ମ ମେକର ଶାନ୍ତନୁ ଶୌରୀଙ୍କୁ ବିବାହ କରିନେଲେ। ବିବାହ ପରେ ସେ ମେଲବର୍ଣ୍ଣ ଚାଲିଗଲେ। ତାଙ୍କର ସିଦ୍ଧାର୍ଥ ନାମକ ଜଣେ ପୁଅ ଅଛନ୍ତି। କିମି ଏବେ ସପରିବାର ପୁନେରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଆନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ…

‘କିଡନୀ ଦିଅ ନଚେତ୍‌ ମୃତ୍ୟୁ ଦିଅ’ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରୀ କଲେ ୫ ମହିଳା, ଜାଣନ୍ତୁ କାହିଁକି…

କୋଟା,୧୬।୭: ରାଜସ୍ଥାନର କୋଟାରୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । କିଡନୀର ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଜୀବନ ସହ…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri