୨୪ରୁ ଜାଗୃତି ଯାତ୍ରା: ଯୋଗଦେବେ ଓଡ଼ିଶାର ୨୦ ଉଦ୍ୟୋଗୀ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଓଡ଼ିଶାରୁ ୨୦ ଉଦ୍ୟୋଗୀ ଜାଗୃତି ଯାତ୍ରାରେ ସାରା ଭାରତ ଭ୍ରମଣ କରିବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ତତ୍ତ୍ୱାବଧାନରେ ଓଡ଼ିଶାରୁ ୧୦ ନାନୋ ୟୁନିକର୍ନ ଓ ୧୦ ଷ୍ଟାର୍ଟଅପ୍‌ ଏହି ଯାତ୍ରାରେ ସାମିଲ ହେବେ। ଏନେଇ ଓଏସ୍‌ଡିଏ ତରଫରୁ ସୂଚନା ଦିଆଯାଇଛି। ବ୍ୟବସାୟ କ୍ଷେତ୍ରରେ ନୂଆ ବିଷୟ ଜାଣିବା ଏବଂ ନୂଆ ଲୋକଙ୍କ ସହ ମିଶି ଅଭିଜ୍ଞତା ସାଉଁଟିବା ପାଇଁ ଜାଗୃତି ସେବା ସଂସ୍ଥାନ ପକ୍ଷରୁ ଯୁବ ଉଦ୍ୟୋଗୀଙ୍କ ଲାଗି ଆୟୋଜିତ ହେଉଥିବା ଏହି ଯାତ୍ରାରେ ୪୫୦ ଉଦ୍ୟୋଗୀ ପ୍ରାୟ ୧୫ ଦିନ ଗୋଟିଏ ଟ୍ରେନ୍‌ରେ ୮ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ୧୨ ସହର ପରିଭ୍ରମଣ କରିବେ। ସମଗ୍ର ଦେଶରୁ ୧୫ ହଜାର ଆଶାୟୀ ଏଥିପାଇଁ ଆବେଦନ କରିଥିଲେ।
ଓଡ଼ିଶାରୁ ମନୋନୀତ ଉଦ୍ୟୋଗୀ ମାନେ ରବିବାର ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଏନେଇ ଓଏସ୍‌ଡିଏ ତରଫରୁ ସ୍ଥାନୀୟ ସିଓ୍ବାଇଏସ୍‌ଡିଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାବେଳେ ଏଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଯୋଗଦେଇ ସମସ୍ତ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜଣେ ସଫଳ ବ୍ୟବସାୟୀ ହେବା ଲାଗି ଭ୍ରମଣ କରିବାର ଆବଶ୍ୟକତା ରହିଛି। ଏହି ଯାତ୍ରାରେ ଓଡ଼ିଶାର ଆମ୍ବାସାଡର ହୋଇ ବିଭିନ୍ନ ପ୍ରାନ୍ତର ଯାତ୍ରୀଙ୍କ ସହ ମିଶି ଅଭିଜ୍ଞତା ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳି ମିଶ୍ର, ସଙ୍ଗୀତା ମିଶ୍ର, ପ୍ରଶାନ୍ତ ବିଶ୍ୱାଳ, ଦୀପକ ସାହୁ ଓ ସୌମେନ୍ଦ୍ର ଦାସ ଉପସ୍ଥିତ ରହି ଉଦ୍ୟୋଗୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ୨୪ ଡିସେମ୍ବରରୁ ମୁମ୍ବାଇରୁ ଦେଶର ଅନ୍ୟ ପ୍ରାନ୍ତର ଉଦ୍ୟୋଗୀମାନଙ୍କ ସହ ମିଶି ଏହି ଯାତ୍ରା ଆରମ୍ଭ ହେବ। ଟ୍ରେନ୍‌ ମଧ୍ୟରେ ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ଯାତ୍ରା ମୁମ୍ବାଇରୁ ଆରମ୍ଭ ହୋଇ ହୁବ୍‌ଲି, ବେଙ୍ଗାଲୁରୁ, ମଦୁରାଇ, ଚେନ୍ନାଇ, ବିଶାଖାପାଟନମ୍‌, ବ୍ରହ୍ମପୁର, ରାଜଗିର, ଦେଓରିଆ, ଦିଲ୍ଲୀ, ତିଲୋନିଆ ଓ ଅହମ୍ମଦାବାଦ ସହର ଦେଇ ଜାନୁୟାରୀ ୮ରେ ମୁମ୍ବାଇରେ ଶେଷ ହେବ। ସମସ୍ତ ଯାତ୍ରୀ ଡିସେମ୍ବର ୩୧ରେ ବ୍ରହ୍ମପୁର ପହଞ୍ଚିବା ପରେ ସ୍ଥାନୀୟ ଗ୍ରାମବିକାଶ ସଂସ୍ଥାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଞ୍ଜୟ କୁମାର ସିଂ ସେମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri