ସେବା ଯୋଗାଇବ ସିଟି ଆପ୍‌ ‘ଭୁବନେଶ୍ୱର ଡଟ୍‌ ମି’: ମିଳିବ ପାର୍କଠାରୁ ଐତିହ୍ୟସ୍ଥଳ ଯାଏ ତଥ୍ୟ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକ କିମ୍ବା ସହରରେ ରହୁଥିବା ବାସିନ୍ଦାଙ୍କୁ ଆଉ ପାର୍କ କିମ୍ବା ଐତିହ୍ୟସ୍ଥଳ ଖୋଜିବାକୁ ପଡ଼ିବନି। ସହରର ଯେକୌଣସି ସ୍ଥାନ ବିଷୟରେ ସୂଚନା ଦେବା ପାଇଁ ସ୍ମାର୍ଟସିଟି ପକ୍ଷରୁ ଏକ ସିଟି ମୋବାଇଲ୍‌ ଫୋନ୍‌ ଆପ୍‌ ‘ଭୁବନେଶ୍ୱର ଡଟ୍‌ ମି’ ପ୍ରସ୍ତୁତ ହୋଇଛି। ଏହି ଆପ୍‌ ମାଧ୍ୟମରେ ଲୋକେ ପାର୍କଗୁଡ଼ିକର ରେଟିଂ ସହ ମତାମତ ଦେଇପାରିବେ। ଏହାଦ୍ୱାରା କେଉଁ ପାର୍କରେ କ’ଣ ସମସ୍ୟା ରହିଛି ତାହା ଅଧିକାରୀଙ୍କ ଦୃଷ୍ଟିରେ ପଡ଼ିବା ସହିତ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ରବିବାର ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ପକ୍ଷରୁ ସୂଚନା ଦିଆଯାଇଛି।
ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଏହି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସ୍ମାର୍ଟସିଟିଗୁଡ଼ିକରେ ଏପରି ଆପ୍‌ ଓ ବ୍ୟବସ୍ଥା ପ୍ରଚଳନ କରାଯିବ। ସହରକୁ ଆସୁଥିବା ଅତିଥି ବା ସହରର ନାଗରିକଙ୍କୁ ପାର୍କର ଅବସ୍ଥିତି ବିଷୟରେ ଜଣାଇବା ସହ ଏଠାରେ ଥିବା ମୌଳିକ ସୁବିଧା ସମ୍ବନ୍ଧରେ ଏହି ଆପ୍‌ରେ ସୂଚନା ମିଳିବ। ସ୍ମାର୍ଟସିଟିର ଏକ ଟିମ୍‌ ଏହି ଆପ୍‌ ପ୍ରସ୍ତୁତିରେ ଲାଗିପଡ଼ିଛି। ଏହି ପ୍ରସ୍ତାବିତ ଆପ୍‌ ଦ୍ୱାରା ରାଜଧାନୀର ପାର୍କ, ବଜାର, ଐତିହ୍ୟସ୍ଥଳ, ଜଳାଶୟ, ଜଳଧାର, ପରିବହନ ପାଇଁ ବ୍ୟବହୃତ ସ୍ଥାନ ଏବଂ ରାସ୍ତାଗୁଡ଼ିକ ସମ୍ପର୍କିତ ତଥ୍ୟ ଆଦି ରହିବ। ଏହି ଆପ୍‌ ଲୋକଙ୍କ ମତାମତ ଉପରେ ପର୍ଯ୍ୟବସିତ ହେବ ଓ ସମସ୍ତ ଅପ୍‌ଡେଟ ତଥା ମତାମତକୁ ମୂଳ ଡାଟାବେସରେ ପ୍ରଦର୍ଶିତ କରାଯିବ।
ଉଲ୍ଲେଖଯୋଗ୍ୟ, ସ୍ମାର୍ଟସିଟି ମିଶନ ଅଧୀନରେ କାର୍ଯ୍ୟ କରୁଥିବା ସ୍ମାର୍ଟସିଟି ଫେଲୋମାନଙ୍କୁ ନେଇ ଗଠିତ ଟିମ୍‌ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକରୁଛନ୍ତି। ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ଏହି ଫେଲୋମାନେ ଭାରତର ସମସ୍ତ ସ୍ମାର୍ଟସିିିଟି ଗସ୍ତକରି ଅଭିଜ୍ଞତା ଅର୍ଜନ କରୁଛନ୍ତି। ଏହାସହିତ ନୂଆ ନୂଆ ସୂତ୍ର ଏବଂ ଉପାଦାନଗୁଡିକୁ କାର୍ଯ୍ୟକାରୀ କରାଇବା ଯୋଜନାରେ ଅଛନ୍ତି।
ଅନ୍ୟପକ୍ଷରେ ସହରର ପିଲାମାନଙ୍କୁ ପାର୍କ ସହିତ ଜଡ଼ିତ ରଖିବା ପାଇଁ ରବିବାର ବିଏସ୍‌ସିଏଲ ପକ୍ଷରୁ ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କରେ ଏକ ଚିତ୍ରାଙ୍କନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‘ମାଇଁ ଡ୍ରିମ୍‌ ପାର୍କ’ ନାମକ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ପିଲାମାନେ ଭାଗନେଇ ଚିତ୍ରାଙ୍କନ କରିବା ସହ ନିଜେ ଚାହୁଁଥିବା ପାର୍କର ଭିନ୍ନ ପରିକଳ୍ପନା ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?