୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ବଲିଉଡ୍‌ ଗାୟକ ସୋନୁ ନିଗମ, ଶାନ୍‌ ଆକର୍ଷଣ

ଛତ୍ରପୁର,୧୧ା୧୨(ଡି.ଏନ.ଏ)-ଚଳିତ ମାସ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ ା ଏଥିପାଇଁ ଗୋପାଳପୁର ବେଳାଭୂମି ମହୋତ୍ସବ କମିଟି, ଗଞ୍ଜାମ ଜିଲା ପ୍ରଶାସନ ଓ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ମିିଳିତ ଭାବେ ପ୍ରସ୍ତୁତି ଚାଲିଛି ା ମଙ୍ଗଳବାର ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଖବରଦାତାମାନଙ୍କୁ ସୂଚନା ଦିଆଯାଇଛି ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ା ବର୍ତ୍ତମାନ ମୋ ଗୋପାଳପୁର କାର୍ଯ୍ୟକ୍ରମ ଚାଲିଛି ା ବେଳାଭୂମି ମହୋତ୍ସବକୁ ବଡ ଆକାରରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ ା ଚଳିତ ଥର ଦିନରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ା ପ୍ରତ୍ୟେକ ସନ୍ଧ୍ୟାରେ ଜିଲାର ବିଭିନ୍ନ ଲୋକକଳା ନୃତ୍ୟ, ସଙ୍ଗୀତ ପରିବେଷଣ ସହ ବଲିଉଡ୍‌ ଓ ଓଲିଉଡ୍‌ କଳାକାରମାନଙ୍କ ପକ୍ଷରୁ ମେଗା ଶୋ ହେବ ା ଅପରପକ୍ଷରେ ଚଳିତ ଥର ଏହି ଉତ୍ସବ ପାଇଁ ଷ୍ଟେଜ୍‌ ଅନ୍ୟସ୍ଥାନରେ ହେବ। ଫଳରେ ଏଠାରେ ସମାଗମ ହେବାକୁ ଥିବା ଲକ୍ଷାଧିକ ଲୋକଙ୍କ ପାଇଁ ସୁବିଧା ହେବ ବୋଲି ଜିଲାପାଳ କହିଛନ୍ତି ା ପ୍ରଥମ ସନ୍ଧ୍ୟାରେ ବଲିଉଡ୍‌ ଗାୟକ ସୋନୁ ନିଗମ୍‌ ଓ ଉଦ୍‌ଯାପନୀ ସନ୍ଧ୍ୟାରେ ବଲିଉଡ୍‌ ଗାୟକ ଶାନ୍‌ ଆସିବେ। ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାକୁ ସମ୍ମତି ଦେଇଥିବା ଗୋପାଳପୁର ବେଳାଭୂମି ମହୋତ୍ସବ କମିଟି ସଭାପତି ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି ା ଏଥିସହ ବଲିଉଡ୍‌ ଓ ଓଲିଉଡ୍‌ କଳାକାର ମଧ୍ୟ ଗୀତ ଓ ନାଚ ପରିବେଷଣ ପାଇଁ ଯୋଜନା ହୋଇଛି। ରୁଷିଆର ଫେଷ୍ଟଭି ଡ୍ୟାନ୍ସ ମଧ୍ୟ ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ ରହିବ ା ଗୋପାଳପୁର ମହୋତ୍ସବକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଉପରେ ସମସ୍ତ ସହଯୋଗ ଲୋଡାଯାଇଥିଲାା ଟ୍ରାଫିକ୍‌ ପରିଚାଳନା, ଆଇନ ଶୃଙ୍ଖଳା, ପାର୍କିଂ ବ୍ୟବସ୍ଥା ଉପରେ ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ର ସୂଚନା ଦେଇଥିଲେ। ମହୋତ୍ସବ ହେବାକୁ ଥିବା ସ୍ଥଳ ପରିଦର୍ଶନ ସହ ୨ ରାଉଣ୍ଡ ବୈଠକ ହେଉଥିବା ଏସ୍‌ପି କହିଥିଲେ ା ପାର୍କିଂ ପାଇଁ ସ୍ଥାନ ଚିହ୍ନଟ ସହ ଏଣ୍ଟ୍ରି ପଏଣ୍ଡ ଚୂଡାନ୍ତ ହୋଇଛି ା ସିନିୟର ସିଟିଜେନ୍‌ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବସିବା ବ୍ୟବସ୍ଥା ରହିବ ା ମହୋତ୍ସବ ସ୍ଥାନଠାରୁ ୧ କି.ମି. ମଧ୍ୟରେ ପାର୍କିଂ ବ୍ୟବସ୍ଥା ରହିବ ବୋଲି ଜିଲାପାଳ କହିଛନ୍ତି। ପୂର୍ବରୁ ଷ୍ଟେଜ୍‌ ହେଉଥିବା ସ୍ଥାନରେ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ ା ଏଥିସହ ୫୦ ହାର୍ବଲ ଷ୍ଟଲ୍‌ ରହିବ ା ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଚିକିଟି ବିଧାୟିକା ଉଷା ଦେବୀ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ, ଗୋପାଳପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ କଟିବା ପରେ ସୂର୍ଯ୍ୟମଣିଙ୍କ ଘର ଆଗରେ ମେଳି

ଖଲ୍ଲିକୋଟ,୨୮ା୪(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକା ପ୍ରାର୍ଥୀ ରୂପେ ସୂର୍ଯ୍ୟମଣି ବୈଦ୍ୟଙ୍କ ନାମ ଘୋଷଣା ହୋଇଥିଲା କିନ୍ତୁ ଟିକେଟ୍‌ ପାଇଁ ନାମ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri