୨୪ ଘଣ୍ଟିଆ ଶିକ୍ଷା ଚ୍ୟାନେଲ ପାଇଁ ସୁପର-୩୦ ପ୍ରତିଷ୍ଠାତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ,୧।୫(ପି.ଟି.): କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଲାଗି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସମସ୍ତେ ଅନ୍‌ଲାଇନ ଶିକ୍ଷା ଉପଲବ୍ଧ କରିବା ସମ୍ଭବ ନୁହେଁ। ସେଥିପାଇଁ ସମାଜର ପ୍ରତ୍ୟେକ ବର୍ଗର ଛାତ୍ରୀଛାତ୍ରଙ୍କ ଲାଗି ‘ଦୂରଦର୍ଶନ ଏଜୁକେଶନ’ ନାମରେ ଏକ ୨୪ ଘଣ୍ଟିଆ ଶିକ୍ଷା ଚ୍ୟାନେଲ ଆରମ୍ଭ କରିବା ଲାଗି ସୁପର-୩୦ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଗଣିତଜ୍ଞ ଆନନ୍ଦ କୁମାର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ସୁପର-୩୦ ଶିକ୍ଷାନୁଷ୍ଠାନ ମାଧ୍ୟମରେ ପ୍ରତିବର୍ଷ ଆଇଆଇଟି-ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ଗରିବ ଶ୍ରେଣୀର ୩୦ ଜଣ ମେଧାବୀଙ୍କୁ ସଫଳ କରାଉଥିବା ଆନନ୍ଦ କୁମାର ଏନେଇ ଏଚ୍‌ଆର୍‌ଡି ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡିଡି ପକ୍ଷରୁ ଏଭଳି ଏକ ଚ୍ୟାନେଲ ଆରମ୍ଭ କରାଗଲେ ଦେଶବ୍ୟାପୀ ଛାତ୍ରୀଛାତ୍ରୀ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଭାରତ ସମେତ ସାରା ବିଶ୍ୱ ଏବେ କରୋନା ମହାମାରୀ ଜନିତ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଛି। ଜୀବନ ବଞ୍ଚାଇବା ପାଇଁ ଦେଶକୁ ଲକ୍‌ଡାଉନରେ ରଖାଯାଇଥିବାବେଳେ ପିଲାମାନଙ୍କ ଶିକ୍ଷା ଗୁରୁତର ପ୍ରଭାବିତ ହୋଇଥିବା ସେ କହିଛନ୍ତି। କେତେକ ଶିକ୍ଷାନୁଷ୍ଠାନ ଅନ୍‌ଲାଇନ ଶିକ୍ଷାଦାନ ପାଇଁ ଉଦ୍ୟମ ଚଳାଇଥିଲାବେଳେ ଏହା ସବୁ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ହୋଇପାରିବ ନାହିଁ। ତେଣୁ ଡିଡି ପକ୍ଷରୁ ଶିକ୍ଷା ଚ୍ୟାନେଲ ଆରମ୍ଭ କରିବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri