Posted inଜାତୀୟ

୨,୩୦୦ ଜଣଙ୍କୁ ସ୍ବଦେଶ ଫେରାଇ ଆଣିଥିଲା ଭାରତ

ନୂଆଦିଲ୍ଲୀ,୧୭ା୬ (ପି.ଟି.): ୨୦୦୬ରେ ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧବେଳେ ଭାରତ ସରକାର ନିଜର ୨୩୦୦ ନାଗରିକଙ୍କୁ ନିରାପଦରେ ସ୍ବଦେଶ ଫେରାଇ ଆଣିଥିଲେ। ‘ଚ୍ୟାଲେଞ୍ଜସ୍‌ ଅଫ୍‌ ଗଭର୍ନାନ୍ସ: ଆନ୍‌ ଇନ୍‌ସାଇଡର୍ସ ଭିଉ’ ପୁସ୍ତକରେ ପୂର୍ବତନ କ୍ୟାବିନେଟ୍‌ ସେକ୍ରେଟାରି ବି.କେ. ଚତୁର୍ବେଦୀ ଉକ୍ତ ଯୁଦ୍ଧବେଳର ଅନୁଭୂତି ବର୍ଣ୍ଣନା କରିଛନ୍ତି। ୧୩ ବର୍ଷ ତଳେ ଯୁଦ୍ଧ ଉପଦ୍ରୁତ ଅଞ୍ଚଳରୁ ଭାରତୀୟ ନାଗରିକଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ମେଣ୍ଟ ରାଜନୀତି, ଶାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ କିପରି ଜରୁରୀ ସ୍ଥିତିକୁ ପରିଚାଳନା କରିବାକୁ ପଡିଥିଲା ତାହା ସେ ବର୍ଣ୍ଣନା କରିଛନ୍ତି। ସେ ସମୟରେ ୧୨,୦୦୦ ଭାରତୀୟ ଲେବାନନ୍‌ରେ ରହୁଥିଲେ। ସେମାନେ ଯୁଦ୍ଧ ଉପଦ୍ରୁତ ଅଞ୍ଚଳରେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ଅତୀବ କଷ୍ଟକର କାର୍ଯ୍ୟ ଥିଲା। ଚତୁର୍ବେଦୀ ନୂଆଦିଲ୍ଲୀରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିଲେ। ଉତ୍ତେଜନା ବୃଦ୍ଧି ପାଇଥିବାରୁ ଲେବାନନ୍‌ସ୍ଥିତ ଭାରତୀୟ ଦୂତାବାସ ଛାଡିବା ପାଇଁ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସିରିଆ ଦେଇ ସେମାନଙ୍କୁ ଆସିବାକୁ ପଡିଥିଲା। ଦୂତାବାସ କର୍ମଚାରୀଙ୍କ ପରିବାର ସଦସ୍ୟମାନେ ସଡକ ପଥରେ ସିରିଆର ରାଜଧାନୀ ଡାମାସକସ୍‌ ପର୍ଯ୍ୟନ୍ତ ଆସିଥିଲେ ଏବଂ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଇଥିଲା।
ଲାଗି ରହିଥିବାରୁ ସଡକ ପଥରେ ଯାତାୟାତ ବିପଦପୂର୍ଣ୍ଣ ଥିଲା। ତେଣୁ ଭାରତ ସରକାର ସମୁଦ୍ର ପଥକୁ ବିକଳ୍ପ ଭାବେ ବାଛି ନେଇଥିଲେ। ସାଇପ୍ରସ୍‌ର ଏକ ବନ୍ଦରକୁ ଭାରତୀୟମାନଙ୍କୁ ଆଣିବାପରେ ସେଠାରୁ ଭାରତୀୟ ବିମାନରେ ଦିଲ୍ଲୀ ଆଣିବା ବ୍ୟବସ୍ଥା ହୋଇଥିଲା। ସାଇପ୍ରସ୍‌ ଦେଇ ଯାତ୍ରା ପାଇଁ ଏତେ ଲୋକଙ୍କୁ ଭିଜା ଦେବାକୁ ସେ ଦେଶର ସରକାର ରାଜି ହୋଇ ନ ଥିଲେ। ତେଣୁ ଟ୍ରାନ୍‌ଜିଟ୍‌ ସ୍ଲିପ୍‌ ଭଳି ଏକ ଅଭିନବ ବ୍ୟବସ୍ଥା ହୋଇଥିଲା। ତଦନୁସାରେ ନୌସେନା ଜାହାଜରୁ ଯାତ୍ରୀମାନଙ୍କୁ ସିଧା ଏୟାର ଇଣ୍ଡିଆ ବିମାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଥିଲା। ସାଇପ୍ରସ୍‌ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ନୀଲମ୍‌ ସଭରଓ୍ବାଲ୍‌ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଏୟାର ଇଣ୍ଡିଆର ବିମାନ କର୍ମଚାରୀମାନଙ୍କୁ ଶୀଘ୍ର ଭିଜା ଦେବାର ବ୍ୟବସ୍ଥା କରିଥିଲେ ଓ ପାଖାପାଖି ୨୩୦୦ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଥିଲା। ଜରୁରୀ ପରିସ୍ଥିତିରେ ଭାରତ କିପରି ଦକ୍ଷତାର ସହ କାର୍ଯ୍ୟ କରିଥିଲା ଏଥିରୁ ତାହାର ସୂଚନା ମିଳେ ବୋଲି ଚତୁର୍ବେଦୀ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ସେ ସମୟରେ ଭାରତର ପଦକ୍ଷେପ ୟୁରୋପୀୟ ୟୁନିୟନ୍‌ ଏବଂ ଅନ୍ୟ ରାଷ୍ଟ୍ରଗୁଡିକ ପାଇଁ ଏକ ରୋଲ୍‌ ମଡେଲ ଥିଲା ବୋଲି ଚତୁର୍ବେଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri