Posted inଜାତୀୟ

୨,୩୦୦ ଜଣଙ୍କୁ ସ୍ବଦେଶ ଫେରାଇ ଆଣିଥିଲା ଭାରତ

ନୂଆଦିଲ୍ଲୀ,୧୭ା୬ (ପି.ଟି.): ୨୦୦୬ରେ ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧବେଳେ ଭାରତ ସରକାର ନିଜର ୨୩୦୦ ନାଗରିକଙ୍କୁ ନିରାପଦରେ ସ୍ବଦେଶ ଫେରାଇ ଆଣିଥିଲେ। ‘ଚ୍ୟାଲେଞ୍ଜସ୍‌ ଅଫ୍‌ ଗଭର୍ନାନ୍ସ: ଆନ୍‌ ଇନ୍‌ସାଇଡର୍ସ ଭିଉ’ ପୁସ୍ତକରେ ପୂର୍ବତନ କ୍ୟାବିନେଟ୍‌ ସେକ୍ରେଟାରି ବି.କେ. ଚତୁର୍ବେଦୀ ଉକ୍ତ ଯୁଦ୍ଧବେଳର ଅନୁଭୂତି ବର୍ଣ୍ଣନା କରିଛନ୍ତି। ୧୩ ବର୍ଷ ତଳେ ଯୁଦ୍ଧ ଉପଦ୍ରୁତ ଅଞ୍ଚଳରୁ ଭାରତୀୟ ନାଗରିକଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ମେଣ୍ଟ ରାଜନୀତି, ଶାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ କିପରି ଜରୁରୀ ସ୍ଥିତିକୁ ପରିଚାଳନା କରିବାକୁ ପଡିଥିଲା ତାହା ସେ ବର୍ଣ୍ଣନା କରିଛନ୍ତି। ସେ ସମୟରେ ୧୨,୦୦୦ ଭାରତୀୟ ଲେବାନନ୍‌ରେ ରହୁଥିଲେ। ସେମାନେ ଯୁଦ୍ଧ ଉପଦ୍ରୁତ ଅଞ୍ଚଳରେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ଅତୀବ କଷ୍ଟକର କାର୍ଯ୍ୟ ଥିଲା। ଚତୁର୍ବେଦୀ ନୂଆଦିଲ୍ଲୀରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିଲେ। ଉତ୍ତେଜନା ବୃଦ୍ଧି ପାଇଥିବାରୁ ଲେବାନନ୍‌ସ୍ଥିତ ଭାରତୀୟ ଦୂତାବାସ ଛାଡିବା ପାଇଁ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସିରିଆ ଦେଇ ସେମାନଙ୍କୁ ଆସିବାକୁ ପଡିଥିଲା। ଦୂତାବାସ କର୍ମଚାରୀଙ୍କ ପରିବାର ସଦସ୍ୟମାନେ ସଡକ ପଥରେ ସିରିଆର ରାଜଧାନୀ ଡାମାସକସ୍‌ ପର୍ଯ୍ୟନ୍ତ ଆସିଥିଲେ ଏବଂ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଇଥିଲା।
ଲାଗି ରହିଥିବାରୁ ସଡକ ପଥରେ ଯାତାୟାତ ବିପଦପୂର୍ଣ୍ଣ ଥିଲା। ତେଣୁ ଭାରତ ସରକାର ସମୁଦ୍ର ପଥକୁ ବିକଳ୍ପ ଭାବେ ବାଛି ନେଇଥିଲେ। ସାଇପ୍ରସ୍‌ର ଏକ ବନ୍ଦରକୁ ଭାରତୀୟମାନଙ୍କୁ ଆଣିବାପରେ ସେଠାରୁ ଭାରତୀୟ ବିମାନରେ ଦିଲ୍ଲୀ ଆଣିବା ବ୍ୟବସ୍ଥା ହୋଇଥିଲା। ସାଇପ୍ରସ୍‌ ଦେଇ ଯାତ୍ରା ପାଇଁ ଏତେ ଲୋକଙ୍କୁ ଭିଜା ଦେବାକୁ ସେ ଦେଶର ସରକାର ରାଜି ହୋଇ ନ ଥିଲେ। ତେଣୁ ଟ୍ରାନ୍‌ଜିଟ୍‌ ସ୍ଲିପ୍‌ ଭଳି ଏକ ଅଭିନବ ବ୍ୟବସ୍ଥା ହୋଇଥିଲା। ତଦନୁସାରେ ନୌସେନା ଜାହାଜରୁ ଯାତ୍ରୀମାନଙ୍କୁ ସିଧା ଏୟାର ଇଣ୍ଡିଆ ବିମାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଥିଲା। ସାଇପ୍ରସ୍‌ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ନୀଲମ୍‌ ସଭରଓ୍ବାଲ୍‌ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଏୟାର ଇଣ୍ଡିଆର ବିମାନ କର୍ମଚାରୀମାନଙ୍କୁ ଶୀଘ୍ର ଭିଜା ଦେବାର ବ୍ୟବସ୍ଥା କରିଥିଲେ ଓ ପାଖାପାଖି ୨୩୦୦ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଥିଲା। ଜରୁରୀ ପରିସ୍ଥିତିରେ ଭାରତ କିପରି ଦକ୍ଷତାର ସହ କାର୍ଯ୍ୟ କରିଥିଲା ଏଥିରୁ ତାହାର ସୂଚନା ମିଳେ ବୋଲି ଚତୁର୍ବେଦୀ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ସେ ସମୟରେ ଭାରତର ପଦକ୍ଷେପ ୟୁରୋପୀୟ ୟୁନିୟନ୍‌ ଏବଂ ଅନ୍ୟ ରାଷ୍ଟ୍ରଗୁଡିକ ପାଇଁ ଏକ ରୋଲ୍‌ ମଡେଲ ଥିଲା ବୋଲି ଚତୁର୍ବେଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri