୨୨ଦିନରେ ଅଟୱାଲ କର୍ମଚାରୀଙ୍କ ଧାରଣା : ଧାରଣାକାରୀଙ୍କୁ ଭେଟିଲା ବିଶ୍ୱ ମାନବିକ ଅଧିକାର ରକ୍ଷା ସଂଗଠନ

କାଳିଆପାଣି,୨୫ା୧୦(ଡି.ଏନ୍‌.ଏ.): ବକେୟା ଦରମା, ବୋନସ୍‌ ଏବଂ ଅବସରକାଳୀନ ଭର୍ତ୍ତା ଦାବିରେ ଅଟୱାଲ କର୍ମଚାରୀଙ୍କ ଧାରଣା ଜାରି ରହିଛି। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଧାରଣା ଗୁରୁବାର ୨୨ ଦିନରେ ପହଞ୍ଚତ୍ଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀଙ୍କ ଦାବି ସମାଧାନ ଦିଗରେ ଖଣି କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ବିଫଳ ହୋଇଛି। ଅପରପକ୍ଷେ କର୍ମଚାରୀଙ୍କ ସମସ୍ୟାକୁ ନେଇ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଟାଟା, ଅଟୋୱାଲର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରିରଖିଛନ୍ତି। ପୂର୍ବରୁ ଶ୍ରମିକ ସଂଗଠନର ଜିଲା କାର୍ଯ୍ୟକର୍ତ୍ତା ଧାରଣାକାରୀଙ୍କ ସହ ଆଲୋଚନା କରି ସମାଧାନ କରିବା ପାଇଁ ଅଟୱାଲ କମ୍ପାନୀକୁ ୧୫ ଦିନ ସମୟ ଦେଇଥିଲେ। ଇତି ମଧ୍ୟରେ ୧୫ ଦିନରୁ ଅଧିକ ସମୟ ହାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନ ଥିବାରୁ କର୍ମଚାରୀଙ୍କ ଧାରଣା ଜାରି ରହିଛି । ଏଭଳିସ୍ଥିତିରେ ଗୁରୁବାର ବିଶ୍ୱମାନବିକ ଅଧିକାର ରକ୍ଷା ସଂଗଠନର ଜାତୀୟ ସଭାପତି ଅଭିନ୍ନ ହୋତାଙ୍କ ସହ ବିଭିନ୍ନ ଜିଲାର କର୍ମକର୍ତ୍ତା କର୍ମଚାରୀଙ୍କୁ ଭେଟି ଦିବି ସମ୍ପର୍କରେ ପଚାରି ବୁଝିଥିଲେ। ଅଟୋୱାଲ, ଟାଟା କମ୍ପାନୀ ଶ୍ରମିକଙ୍କ ମାନବିକ ଅଧିକାର କ୍ଷ୍ୟୁର୍ଣ୍ଣ କରିବା ସହ ହକ୍‌ ପାଇବାରୁ ବଞ୍ଚତ୍ତ କରୁଛି। ଏହାକୁ ନେଇ ଶୁକ୍ରବାର ରାଜ୍ୟ ମାନବିକ ଅଧିକାର ଓ ଶ୍ରମ ବିଭାଗ କମିଶନରଙ୍କୁ ଭେଟି ଲିଖିତ ତଥ୍ୟ ପ୍ରଦାନ କରିବେ ବୋଲି କାଳିଆପାଣି ଖଣି ନିଗମ ଅତିଥିଶାଳାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ହୋତା ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ କଟକ ଜିଲା ସଭାପତି ସନ୍ତୋଷ କୁମାର ଭୋଳ, ବାଲେଶ୍ୱର ଜିଲା ସଭାପତି ସଂଘମିତ୍ରା ମହାନ୍ତି, ଦେବିଦତ୍ତ ସାମନ୍ତ ରାୟ, ବ୍ରହ୍ମପୁର ସଭାପତି ଅନୁପମା ପାଢୀ, ଜାତୀୟ ସଭ୍ୟ ଗୋପାଲ ଖଣ୍ଡେଲୱାଲ, ରାଜ୍ୟ ସଂଯୋଜକ ରାଜେଶ ମଲ୍ଲିକ, ଆଶୁତୋଷ ଲେଙ୍କା, ଜାତୀୟ ସଂଯୋଜକ ପ୍ରଦୀପ କୁମାର ହୋତା, ଯାଜପୁର ଜିଲା ସଭାପତି ତୁଷାରକାନ୍ତ ଷଣ୍ଢ , ହରେକୃର୍ଷ୍ଣ ଭଞ୍ଜ, ବିମଳ କୁମାର ରଣା, ମନୋଜ କୁମାର ବେହେରା, ମାଧବ ଦାସ ପ୍ରମୁଖ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri