ଭୁବନେଶ୍ୱର,୩।୮(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସିକିଲ୍ସେଲ୍ ବା ସିକିଲ୍ ସେଲ୍ ଆନିମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ରୋଗୀ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ଦେଖାଯାଉଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ୨୦୪୭ ସୁଦ୍ଧା ଏହି ରୋଗ ରାଜ୍ୟରୁ ହଟାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସିକିଲ ସେଲ୍ ସହ ଥାଲାସେମିଆ ରୋଗର ସ୍କ୍ରିନିଂ ସହ ପଦକ୍ଷେପ ଜାରି ରହିଛି, କାରଣ ଏହି ଦୁଇ ରୋଗ ଲୋହିତ ରକ୍ତ କଣିକାରେ ଥିବା ଅମ୍ଳଜାନ ବାହକ ହିମୋଗ୍ଲୋବିନ୍ର ଅସମାନତାରୁ ବଂଶାନୁକ୍ରମିକ ଭାବେ ହୋଇଥାଏ। ସେହିପରି କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ସିକିଲସେଲ୍ ଆନେମିଆ ମିଶନ କାର୍ଯ୍ୟକ୍ରମ ଅଧୀନରେ ଓଡିଶାରେ ବିଭିନ୍ନ ଜିଲାରେ ଏହି ରୋଗର ନିରାକରଣ ପାଇଁ ପଦକ୍ଷେପ ନିଆଯାଉଛି।
ସିକିଲ୍ ସେଲ୍ ରୋଗରେ ରୋଗୀଙ୍କ ଲୋହିତ ରକ୍ତକଣିକାରେ ହିମୋଗ୍ଲୋବିନ୍ର ଅଭାବ ଦେଖାଯାଇଥାଏ। ଫଳରେ ଉକ୍ତ ରକ୍ତକଣିକାଗୁଡିକ ଏକ ଦାଆ ଆକୃତି ଧାରଣ କରିବା ସହ ନଷ୍ଟ ହେବାରେ ଲାଗିଥାଏ। ଏଥିଯୋଗୁ ଶରୀରରେ ଅମ୍ଳଜାନ ଅଭାବ ସହତ ଯନ୍ତ୍ରଣା ବୃଦ୍ଧି ହୋଇଥାଏ। ବୟସ ବଢ଼ିବା ସହ ଯନ୍ତ୍ରଣା ବଢ଼ିଥାଏ। ଏପରିକି ଆୟୁଷ ମଧ୍ୟ ହ୍ରାସ ପାଇଥାଏ। ବିଭାଗୀୟ ସୂଚନା ଅନୁଯାୟୀ ୨୦୧୦ରୁ ଓଡିଶା ସିକିଲ ସେଲ ପ୍ରୋଜେକ୍ଟ ଜରିଆରେ ରାଜ୍ୟର ପଶ୍ଚିମ ଓଡିଶାର ୧୨ଟି ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପାଖାପାଖି ୨ରୁ ୩ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ୨୦୧୭ରେ ସ୍ବାସ୍ଥ୍ୟ ବିଭାଗ ଓ ସିଏମ୍ସି ଭେଲୋର ସହ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା। ପ୍ରାରମ୍ଭିକ ସ୍ତରରେ ୩ଟି ପର୍ଯ୍ୟାୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍କ୍ରିନିଂ କରାଯାଇଥିବା ବେଳେ ୧୫ ପ୍ରତିଶତ ସିକିଲ ସେଲ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ପାଖାପାଖି ୩୦ ପ୍ରତିଶତ ରୋଗୀ ସିକିଲସେଲ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ପୂର୍ବରୁ ୧୨ ଜିଲାରେ ସ୍କ୍ରିନିଂ କରାଯାଉଥିବାବେଳେ ବର୍ତ୍ତମାନ ବିଭାଗ ପକ୍ଷରୁ ୨୦ ଜିଲାରେ ସ୍କ୍ରିନିଂ କରାଯାଉଛି।
ଏ ସମ୍ପର୍କରେ ବିଭାଗର ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ସିକିଲ୍ସେଲ ରୋଗ ଦ୍ୱାରା ବିଶେଷ ଭାବରେ ଶରୀର ଲୋହିତ ରକ୍ତ କଣିକାରେ ଅସୁବିଧା ହୋଇଥାଏ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଆଦି ପଶ୍ଚିମ ଓ ଦକ୍ଷିଣ ଓଡିଶା ଜିଲାରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ଦେଖାଯାଇଥାଏ। ବର୍ତ୍ତମାନ ରାଜ୍ୟରେ ୦ ରୁ ୨୫ ବର୍ଷ ବୟସର ଲୋକଙ୍କର ସ୍କ୍ରିନିଂ ଚାଲିଥିବାବେଳେ ସ୍ବାସ୍ଥ୍ୟକର୍ମୀ, ମିଶନ ଶକ୍ତି ମହିଳାମାନେ ଘରକୁ ଘର ବୁଲି ଟେଷ୍ଟ କରୁଛନ୍ତି। ଗର୍ଭବତୀ ଓ ସ୍କୁଲ ପିଲାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ୨୦୪୭ ସୁଦ୍ଧା ରାଜ୍ୟରେ ସିକିଲସେଲ ରୋଗମୁକ୍ତ କରିବା ଲାଗି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟ ସ୍ତରରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ କମିଟି ଗଠନ କରାଯାଇ ସିକିଲସେଲ ରୋଗ ଚିହ୍ନଟ, ସଚେତନତା ଓ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରାଯାଉଥିବା ଡା. ମିଶ୍ର ସୂଚନା ଦେଇଛନ୍ତି।
ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ…
ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍ଦବା ? ରହିଛି ଅନେକ ସ୍ବାର୍ଥ
ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍ଫାୟାର୍) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…
ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….
ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
Archives

