୨୦୨୩ରୁ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ଭୁବନେଶ୍ୱର, ୨୧।୧(ବ୍ୟୁରୋ): କୃଷକଙ୍କୁ ଯଥା ସମୟରେ ଉପଯୁକ୍ତ ଦରରେ ସାର ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ତାଳଚେରରେ ଏକ ସାର କାରଖାନା ଆରମ୍ଭ ହେବାକୁ ଯାଉଛି। ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ (ଟିଏଫ୍‌ଏଲ୍‌)ର କୋଇଲା ଗ୍ୟାସିଫିକେଶନ ଭିତ୍ତିକ ୟୁରିଆ ସାର କାରଖାନା ହେଉଛି ସମଗ୍ର ଦେଶରେ ଏ ଧରଣର ପ୍ରଥମ ପ୍ରକଳ୍ପ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧.୨୭ ମିଲିୟନ ଟନ୍‌ ନିମ ଆସ୍ତରଣଯୁକ୍ତ ୟୁରିଆ ସାର। ସ୍ଥାନୀୟ କୋଇଲା ଓ ପେଟକୋକର ସୁଷମ ମିଶ୍ରଣ ହିଁ ଏହାର କଞ୍ଚାମାଲ ହେବ। ୨୦୨୩ ସୁଦ୍ଧା ଏହି କାରଖାନାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରିବାର ପ୍ରସ୍ତାବ ରହିଛି। ଏହା ଫଳରେ ଓଡ଼ିଶା ସମେତ ଏହାର ସମସ୍ତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ୟୁରିଆ ସାର ଯୋଗାଣ ସୁଗମ ଓ ସହଜଲବ୍ଧ ହେବ ବୋଲି ସାର ବିଭାଗ ସଚିବ ଛବିଳେନ୍ଦ୍ର ରାଉଳ କହିଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ପ୍ରଦାନ କରି କହିଛନ୍ତି, କୋଇଲା ଗ୍ୟାସିଫିକେଶନ ଆଧାରିତ ଯେଉଁ ଆମୋନିଆ-ୟୁରିଆ ପ୍ରକଳ୍ପ ତାଳଚେରଠାରେ ଗଢ଼ି ଉଠୁଛି, ତା’ର ଦୈନିକ ଧାର୍ଯ୍ୟ ଉତ୍ପାଦନ କ୍ଷମତା ହେଉଛି ୨୨୦୦ ମେଟ୍ରିକ୍‌ ଟନ୍‌ ଆମୋନିଆ ଏବଂ ୩୮୫୦ ମେଟ୍ରିକ୍‌ ଟନ୍‌ର ୟୁରିଆ। ଆମୋନିଆ-ୟୁରିଆ ବ୍ୟତୀତ ଏହି କାରଖାନାରୁ ଦୈନିକ ୧୦୦ ମେଟ୍ରିକ୍‌ ଟନ୍‌ ବିକ୍ରିଯୋଗ୍ୟ ସଲ୍‌ଫର୍‌ ଏକ ଅତିରିକ୍ତ ଉତ୍ପାଦନ ଭାବରେ ମଧ୍ୟ ଉତ୍ପନ୍ନ ହେବ। ତାଳଚେରଠାରେ ପ୍ରସ୍ତାବିତ କୋଇଲା ଗ୍ୟାସିଫିକେଶନ ପ୍ରଣାଳୀରେ ମାମୁଲି ପରିମାଣର ସଲ୍‌ଫର୍‌ ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ ଅକ୍ସାଇଡ୍‌ ଓ ମୁକ୍ତ କଣିକା ସମୂହ ନିର୍ଗତ ହେବ, ଯାହା ସିଧାସଳଖ କୋଇଲା ଜ୍ୱଳନ ପ୍ରଣାଳୀ ତୁଳନାରେ ଯଥେଷ୍ଟ କମ୍‌ ରହିବ। ଏହାଛଡ଼ା କାର୍ବନ ଡାଇଅକ୍ସାଇଡ୍‌ ଆଂଶିକ ଭାବରେ ମଧ୍ୟ କୋଇଲାରୁ ଉତ୍ପାଦିତ ହେଉଥିବା ଅନ୍ୟ ଏକ ଗ୍ୟାସ। ଏକ ସ୍ବତନ୍ତ୍ର ନିବୁଜ ପ୍ରଣାଳୀରେ ଏହି ଗ୍ୟାସକୁ ସଂଗ୍ରହ କରାଯାଇ ୟୁରିଆ ସାର ଉତ୍ପାଦନରେ ବ୍ୟବହାର ପାଇଁ ରଖାଯିବ।
ଏହି କାରଖାନା ଦୈନିକ ୨.୩୮ ମିଲିୟନ କ୍ୟୁବିକ୍‌ ମିଟର ପରିମାଣର ପ୍ରାକୃତିକ ଗ୍ୟାସ ଉତ୍ପାଦନ କରିବ, ଯାହାଫଳରେ ଏଲ୍‌ପିଜି ଆମଦାନୀ ଖର୍ଚ୍ଚକୁ ବହୁଳ ଭାବରେ ହ୍ରାସ କରିବାରେ ମଧ୍ୟ ସହାୟକ ହେବ। କାରଖାନା ପ୍ରତିଷ୍ଠା ହେଲେ ଅଞ୍ଚଳବାସୀଙ୍କ ଜୀବନଶୈଳୀ ସମେତ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡକୁ ବିଶେଷ ଭାବରେ ଉନ୍ନତ କରିବ। କାରଣ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଏହି ପ୍ରକଳ୍ପ ଏଠାକାର ଜନସାଧାରଣଙ୍କ ପାଇଁ ନିଯୁକ୍ତିର ଏକ ସୁଯୋଗ ସୃଷ୍ଟି କରିବ। ପ୍ରାୟ ୪ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିିଳିବ ବୋଲି ଛବିଳେନ୍ଦ୍ର ରାଉଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri