Posted inଖେଳ

୨୦୨୦ ଟୋକିଓ ଅଲିମ୍ପିକ୍ସ : ଏଫଆଇଏଚ୍‌ ମେଡିକାଲ ଅଫିସର ପ୍ୟାନେଲରେ ଓଡ଼ିଶାର ବିଭୂ

ଭୁବନେଶ୍ୱର, ୧୨।୯(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣ ଜାପାନର ଟୋକିଓଠାରେ ୨୦୨୦ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଗା ଇଭେଣ୍ଟ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌) ପକ୍ଷରୁ ପ୍ରକାଶିତ ଅଫିଆସିଲ ତାଲିକାରେ ଓଡ଼ିଶାର ମାତ୍ର ୩ ଜଣ ସ୍ଥାନ ପାଇଛନ୍ତି। ଏଥିମଧ୍ୟରେ ୨ ଜଣ ଅମ୍ପାୟର ରଘୁ ପ୍ରସାଦ ଓ ଜାଭେଦ ଶେଖ ଥିବାବେଳେ ୩ ମେଡିକାଲ ଅଫିସର ପ୍ୟାନେଲରେ ଓଡ଼ିଶାର କଲୋନେଲ ଡକ୍ଟର ବିଭୂ କଲ୍ୟାଣ ନାୟକ ରହିଛନ୍ତି।
ଭୁବନେଶ୍ୱରର ବିଭୂ କଲ୍ୟାଣ ପୂର୍ବରୁ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପରେ ଏଫଆଇଏଚ୍‌ ପକ୍ଷରୁ ମେଡିକାଲ ଅଫିସର ନିଯୁକ୍ତ ହୋଇ ଦାୟିତ୍ୱ ସମ୍ପାଦନ କରିଥିଲେ। ଏହି ପ୍ରତିଯୋଗିତା ଗତବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିଥିଲା। କେବଳ ଓଡ଼ିଶାର ନୁହେଁ ପ୍ରଥମ ଭାରତୀୟ ଭାବେ ସେ କୌଣସି ହକି ବିଶ୍ୱକପରେ ଏଫଆଇଏଚ୍‌ ପକ୍ଷରୁ ମେଡିକାଲ ଅଫିସର ନିଯୁକ୍ତ ହୋଇଥିଲେ। ବିଭୂକଲ୍ୟାଣ ସ୍ପେନର ମାଡ୍ରିଡସ୍ଥିତ ନ୍ୟାଶନାଲ ସ୍ପୋଟର୍‌ସ ସେଣ୍ଟର ଏବଂ କ୍ୟୁବାର ହାଭାନାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସ୍ପୋଟର୍‌ସ ମେଡିସିନରେ ସ୍ପୋଟର୍‌ସ ଟ୍ରାଉମାଟୋଲଜି ଆଣ୍ଡ ସ୍ପୋଟର୍‌ସ ଆଣ୍ଡ ଏକ୍ସରସାଇଜ୍‌ ଫିଜିଓଲୋଜିରେ ଟ୍ରେନିଂପ୍ରାପ୍ତ। ୨୦୦୭ରେ ସେ ଟିମ୍‌ ଡାକ୍ତରଭାବେ ଇଣ୍ଡିଆନ ୟୁଥ୍‌ ବକ୍ସିଂ ଟିମ୍‌ ସହିତ ୨ ବର୍ଷ କାର୍ଯ୍ୟ କରି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୨୦୦୯ରୁ ସେ ଭାରତୀୟ ହକି ଦଳସହ ଜଡ଼ିତ ରହି ଆସିଛନ୍ତି। ୨୦୧୬ ରିଓ ପାରାଅଲିମ୍ପିକ୍‌ ଗେମ୍ସରେ ସେ ଭାରତୀୟ ପ୍ରତିନିଧି ଦଳର ଫିଜିସିଆନ ଟିମ୍‌ ମୁଖ୍ୟଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ଡାକ୍ତର ନିଯୁକ୍ତ ହୋଇଥିଲେ। ଏହା ବ୍ୟତୀତ ୨୦୦୯ ଓ ୨୦୧୦ ସୁଲତାନ ଆଜଲାନଶାହ କପ୍‌, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୦ ଏସିଆନ ଗେମ୍ସ, ୨୦୧୦ ପୁରୁଷ ହକି ବିଶ୍ୱକପ, ୨୦୧୨ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଦଳ ସହ ଜଡ଼ିତ ଥିଲେ। ଅନ୍ତର୍ଜାତୀୟ ହକି ଫେଡେରେଶନ ଗତ ଏପ୍ରିଲରେ ତାଙ୍କୁ ଏଫଆଇଏଚ୍‌ ହେଲ୍‌ଥ ଆଣ୍ଡ ସେଫ୍‌ଟି କମିଟିର ମୁଖ୍ୟଭାବେ ୨ ବର୍ଷିଆ ନିଯୁକ୍ତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri