୨୦୧୮ରେ ବିଶ୍ୱର ବୃହତ ଅର୍ଥନୀତି;୫ରୁ ୭କୁ ଖସିଲା ଭାରତ

ନୂଆଦିଲ୍ଲୀ,୩-୮: ଅର୍ଥନୀତି କ୍ଷେତ୍ରରେ ମୋଦି ସରକାରଙ୍କୁ ଜୋର୍‌ ଝଟକା ଲାଗିଛି। ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ସହ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ବୋଲି ସ୍ବପ୍ନ ଦେଖୁଥିବା ଭାରତ ୨୦୧୮ରେ ୭ମ ସ୍ଥାନକୁ ଖସିଯାଇଛି। ଜିଡିିପି ହିସାବକୁ ନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ତାଲିକା ଅନୁଯାୟୀ ୨୦୧୭ରେ ଭାରତ ୫ମ ସ୍ଥାନରେ ଥିଲା। ଅର୍ଥନୀତି ଧିମା ହେବା କାରଣରୁ ଦେଶ ହାସଲ କରିଥିବା ଗୌରବ ହରାଇଛି। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୧୮ ବର୍ଷରେ ବ୍ରିଟେନ ଓ ଫ୍ରାନ୍ସର ଅର୍ଥନୀତି ଭାରତ ତୁଳନାରେ ଅଧିକ ଅଭିବୃଦ୍ଧି ହାସଲ କରିଛି। ଏହି କାରଣରୁ ଏହି ଦୁଇଦେଶ ୧ ପାଦ ଉପରକୁ ଉଠି ଆସିଛନ୍ତି। ବ୍ରିଟେନ ୫ମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଫ୍ରାନ୍ସ ୬ଷ୍ଠା ସ୍ଥାନକୁ ଉଠି ଆସିଛି। ଫଳସ୍ବରୂପ ଭାରତ ୫ମରୁ ୭ମ ସ୍ଥାନକୁ ଖସିଯାଇଛି। ତେବେ ଜିଡିପି ଦୃଷ୍ଟିରୁ ଆମେରିକା ଶୀର୍ଷ ସ୍ଥାନ ବଜାୟ ରଖିଛି। ତଥ୍ୟ ଅନୁଯାୟୀ, ଭାରତର ଅର୍ଥନୀତି ୨୦୧୮ ବର୍ଷରେ ମାତ୍ର ୩.୦୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ୨୦୧୭ରେ ଏହି ଅଭିବୃଦ୍ଧି ହାର ୧୫.୨୩ ପ୍ରତିଶତ ରହିଥିଲା। ଏଭଳି ଭାବେ ବ୍ରିଟେନର ଅର୍ଥନୀତି ୨୦୧୮ରେ ୬.୮୧ପ୍ରତିଶତ ବଢ଼ିଥିବା ବେଳେ ୨୦୧୭ରେ ଏହି ବୃଦ୍ଧି ମାତ୍ର ୦.୭୫% ରହିଥିଲା। ଫ୍ରାନ୍ସ ଅର୍ଥନୀତି ଉପରେ ଦୃଷ୍ଟି ଦେଲେ ଜଣାପଡୁଛି ଯେ, ଏହା ଆଲୋଚ୍ୟ ବର୍ଷରେ ୭.୩୩% ହାରରେ ବୃଦ୍ଧି ପାଇଛି। ଏହା ୨୦୧୭ରେ ମାତ୍ର ୪.୮୫% ହାରରେ ବଢ଼ିଥିଲା। ଏଭଳି ଦେଖିଲେ ଭାରତର ଅର୍ଥନୀତି ୨୦୧୭ ତୁଳନାରେ ୨୦୧୮ରେ ଅତ୍ୟନ୍ତ ଧିମା ହୋଇଥିଲା। ଫଳସ୍ବରୂପ ଏହାର ର଼୍ୟାଙ୍କିଙ୍ଗ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ ବ୍ରିଟେନର ଅର୍ଥନୀତି ବୃଦ୍ଧି ପାଇ ୨.୮୨ ଲକ୍ଷ କୋଟି ଡଲାର ହୋଇଥିବା ବେଳେ ଫ୍ରାନ୍ସର ୨.୭୮ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ୟାଇଛି। ଅନ୍ୟପକ୍ଷରେ ଭାରତର ଜିଡିପି ଏହି ଅବଧିରେ ୨.୭୩ ଲକ୍ଷ କୋଟି ଡଲାର ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ବର୍ଷରେ ଭାରତ(ପ୍ରାୟ ୧୮ ହଜାର ନିୟୁତ କୋଟି ଟଙ୍କା) ୫ମ ସ୍ଥାନରେ ରହିଥିଲା। ସେତେବେଳେ ବ୍ରିଟେନ ୬ଷ୍ଠ ଓ ଫ୍ରାନ୍ସ ୭ମ ସ୍ଥାନରେ ରହିଥିଲା। ଅର୍ଥନୀତିଜ୍ଞଙ୍କ ମତରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହେବା କାରଣରୁ ଭାରତର ସ୍ଥାନ ହ୍ରାସ ପାଇଛି। ୨୦୧୭ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୩% ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ୨୦୧୮ରେ ଟଙ୍କା ୫% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri