୨୦ ପରେ କ’ଣ କରିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ସତ୍ତ୍ୱେ ନିର୍ଦ୍ଦିଷ୍ଟ ଅଞ୍ଚଳରେ କୃଷକ ଓ ଦିନ ମଜୁରିଆମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦ ପରେ କେଉଁସବୁ କାର୍ଯ୍ୟ କରିବାକୁ ଅନୁମତି ମିଳିବ ଓ କ’ଣ କରିବାକୁ ବାରଣ କରାଯାଇଛି, ତା’ର ଏକ ତାଲିକା କେନ୍ଦ୍ର ସରକାର ବୁଧବାର ଜାରି କରିଛନ୍ତି। କୋଭିଡ୍‌-୧୯ ହଟ୍‌ସ୍ପଟ ହୋଇ ନ ଥିବା କିମ୍ବା ସେଭଳି ହେବାର ସମ୍ଭାବନା ନ ଥିବା ଅଞ୍ଚଳରେ ଏପ୍ରିଲ ୨୦ରୁ ସମସ୍ତ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ, ସର୍ବାଧିକ ସାମର୍ଥ୍ୟ ସହ ଗ୍ରାମୀଣ ଅର୍ଥନୈତିକ କାର୍ଯ୍ୟକୁ ଅନୁମତି ମିିଳିବ। ଦିନ ମଜୁରିଆ ଓ ଅନ୍ୟ ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି, ନିର୍ଦ୍ଦିଷ୍ଟ ଶିଳ୍ପଭିତ୍ତିକ କାର୍ଯ୍ୟ କରାଯାଇପାରିବ। ୨୦ରେ ଅନୁମତି ମିଳିବାକୁ ଥିବା କାର୍ଯ୍ୟ ମଧ୍ୟରେ ରହିଛି:
ମାଲ୍‌ ପରିବହନ: ମାଲ୍‌ବାହୀ ଗାଡ଼ି, ପରିବହନକାରୀ ଟ୍ରେନ, ପାର୍ସଲ ଟ୍ରେନ୍‌, କାର୍ଗୋ ବିମାନ, ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଚାଲୁ ରହିବ। ପରିବହନ ପାଇଁ ବନ୍ଦର ଓ ଅନ୍ତର୍ଦେଶୀୟ କଣ୍ଟେନର ଡିପୋ ଖୋଲା ରହିବ। ସେହିପରି ପେଟ୍ରୋଲିୟମ ଉତ୍ପାଦ, ଖାଦ୍ୟ ସାମଗ୍ରୀ, ମେଡିକାଲ ଯୋଗାଣ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ସୀମାପାର୍‌ ପରିବହନ ପାଇଁ ଲ୍ୟାଣ୍ଡ ପୋର୍ଟଗୁଡ଼ିକ କାର୍ଯ୍ୟ କରିବ। ସମସ୍ତ ଟ୍ରକ୍‌ ଓ ଅନ୍ୟ ମାଲ୍‌ ପରିବହନ ଯାନ ଚଳାଚଳ ସହିତ ଏଥିରେ ୨ ଜଣ ଡ୍ରାଇଭର ଓ ଜଣେ ହେଲ୍‌ପରଙ୍କୁ ବୈଧ ଲାଇସେନ୍ସ ସହ ଯିବା ପାଇଁ ଅନୁମତି ମିଳିବ। ସେହିପରି ରାଜପଥ ପାର୍ଶ୍ୱ ଢ଼ାବା ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ। ରେଲଓ୍ବେ, ବିମାନ ବନ୍ଦର, ବନ୍ଦର, ଜାହାଜ ଇତ୍ୟାଦିରେ କାର୍ଯ୍ୟ କରିବା ଲାଗି କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଯାତାୟାତକୁ ଅନୁମତି ମିଳିବ।
କୃଷି କାର୍ଯ୍ୟ: କୃଷକ ଓ କୃଷି ଶ୍ରମିକଙ୍କୁ ଜମିରେ କାର୍ଯ୍ୟ କରିବା ଲାଗି ଅନୁମତି ମିଳିଛି। କୃଷି ଉତ୍ପାଦନ ସଂଗ୍ରହ କରୁଥିବା ସଂସ୍ଥା, ମଣ୍ଡି ଆଦି ଖୋଲା ରହିବ। କୃଷକମାନଙ୍କଠାରୁ ସିଧାସଳଖ ଦ୍ରବ୍ୟ କିଣୁଥିବା ସରକାରୀ ସଂସ୍ଥା କିମ୍ବା ଶିଳ୍ପ, ଏଫ୍‌ପିଓର ସମବାୟ ସଂସ୍ଥା ଖୋଲିବ। କୃଷି ସରଞ୍ଜାମ ଓ ଏହାର ଯନ୍ତ୍ରାଂଶ ବିକୁଥିବା ଓ ମରାମତି କରୁଥିବା ଦୋକାନ, କୃଷି ଉପକରଣ ଭଡ଼ାରେ ଯୋଗାଉଥିବା କେନ୍ଦ୍ର, ସାର, କୀଟନାଶକ, ବିହନ ଉତ୍ପାଦନ, ବିପଣନ ଓ ଖୁଚୁରା ବିକ୍ରି କରୁଥିବା ସଂସ୍ଥା ଖୋଲାରହିବ।
ମତ୍ସ୍ୟଚାଷ: ସମୁଦ୍ର, ନଦୀ ଇତ୍ୟାଦିରୁ ମାଛ ଧରିବା ଓ ବିକ୍ରି କରିବାକୁ ଅନୁମତି ମିଳିଛି। ଏଥିସହିତ ସମ୍ପୃକ୍ତ ବ୍ୟବସାୟ ଯଥା ମାଛଚାଷ ପାଇଁ ଖାଦ୍ୟ ପ୍ରସ୍ତୁତି, ପ୍ରକ୍ରିୟାକରଣ, ପ୍ୟାକେଜିଂ, ଶୀତଳଭଣ୍ଡାର ଆଦି ଖୋଲିବ। ବନୀକରଣ: ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚା, କଫି ଓ ରବର ଚାରାରୋପଣକୁ ଅନୁମତି ମିଳିଛି। ଏଥିସହିତ ଚା, କଫି, ରବର, କାଜୁ, ପ୍ରୋସେସିଂ, ପ୍ୟାକେଜିଂ, ବିକ୍ରି କରାଯାଇପାରିବ।
ପଶୁପାଳନ: ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ସଂଗ୍ରହ, ପ୍ରକ୍ରିୟାକରଣ, ଆବଣ୍ଟନ, ବିକ୍ରି, ପରିବହନ ଆଦିକୁ ଅନୁମତି। ଗୋଶାଳା ଓ କୁକୁଡା ପାଳନ ଫାର୍ମ ଓ ହାଚେରି ସହ ସମ୍ପୃକ୍ତ କାର୍ଯ୍ୟ, ପଶୁ ଖାଦ୍ୟ ଉତ୍ପାଦନ, କଞ୍ଚାମାଲ ଯୋଗାଣ ଆଦି ଚାଲିବ।
ବ୍ୟବସାୟିକ ଓ ଘରୋଇ ସଂସ୍ଥା: ଛାପା ଓ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ, ଡିଟିଏଚ୍‌ ଓ କେବୁଲ ସେବା ଖୋଲା ରହିବ। ୫୦ ପ୍ରତିଶତ କର୍ମଚାରୀରେ ଆଇଟି ତଥା ଆଇଟି ଭିତ୍ତିକ ସେବା ସଂସ୍ଥା, ସରକାରୀ କାର୍ଯ୍ୟ କରୁଥିବା ଡାଟା ଓ କଲ୍‌ ସେଣ୍ଟର, ଗ୍ରାମପଞ୍ଚାୟତ ସ୍ତରରେ ସରକାରୀ ସ୍ବୀକୃତିପ୍ରାପ୍ତ କମନ ସର୍ଭିସ ସେଣ୍ଟର, ଇ-କମର୍ସ କମ୍ପାନୀ ଆଦିକୁ କାର୍ଯ୍ୟ କରିବା ଲାଗି ଅନୁମତି ମିଳିବ। ସେହିପରି କୋରିୟର ସେବା, ଶୀତଳଭଣ୍ଡାର, ଓ୍ବେରହାଉସିଂ ସେବା, ଲଜିଷ୍ଟିକ୍‌ ଚେନ୍‌, ଘରୋଇ ସୁରକ୍ଷା ସେବା ଆଦି ଚାଲୁ ରହିବ। ଲକ୍‌ଡାଉନ ବେଳେ ପର୍ଯ୍ୟଟକ ଓ ଅନ୍ୟ ଲୋକ ଅଟକି ରହିଥିବା ହୋଟେଲ, ଆଶ୍ରୟଗୃହ, ଲଜ୍‌, ମୋଟେଲଗୁଡ଼ିକ ଖୋଲା ରହିବ।
ଗ୍ରାମାଞ୍ଚଳ ଅର୍ଥନୀତିକୁ ଗତିଶୀଳ କରିବା: ଗ୍ରାମାଞ୍ଚଳ ଅର୍ଥନୀତି, ଶିଳ୍ପ କାର୍ଯ୍ୟକୁ ଗତିଶୀଳ କରିବା ଲାଗି ଉକ୍ତ ଅଞ୍ଚଳରେ ଥିବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଚାଲୁ ରଖିବା, ସଡ଼କ ନିର୍ମାଣ, ଜଳସେଚନ ପ୍ରକଳ୍ପ, ବିଲ୍ଡିଂ ଓ ଶିଳ୍ପ ପ୍ରକଳ୍ପ କାର୍ଯ୍ୟ ଜାରି ରଖିବା ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକୁ ଅନୁମତି ମିଳିବ। ଏଥିରେ ଜଳସେଚନ ଓ ଜଳସଂରକ୍ଷଣ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯିବ। ଏଥିସହିତ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି ଲାଗି କମନ ସର୍ଭିସ୍‌ ସେଣ୍ଟର ସିଏସ୍‌ସି ଖୋଲା ରହିବ।
ଶିଳ୍ପ ଉତ୍ପାଦନ କାର୍ଯ୍ୟ: ଏସ୍‌ଇଜେଡ୍‌, ଇଓୟୁ, ନିୟନ୍ତ୍ରଣରେ ଥିବା କଳକାରଖାନାରେ ସାମାଜିକ ଦୂରତ୍ୱ ନିୟମ ସହ କାର୍ଯ୍ୟ କରିବାକୁ ଅନୁମତି ମିଳିବ। ଆଇଟି ହାର୍ଡଓ୍ବାର, ଜରୁରୀ ସାମଗ୍ରୀ ଓ ପ୍ୟାକେଜିଂ ଶିଳ୍ପକୁ ଅନୁମତି ଦିଆଯିବ। ସେହିପରି କୋଇଲା, ଖଣିଜ ଓ ତୈଳ ଉତ୍ପାଦନ ସହ ସମ୍ପୃକ୍ତ କାର୍ଯ୍ୟ ଚାଲୁ ରହିବ। ଏହି ସମୟରେ ଆର୍‌ବିଆଇ, ବ୍ୟାଙ୍କ, ଏଟିଏମ୍‌, ପୁଞ୍ଜି ଓ ଋଣ ବଜାର, ବୀମା କମ୍ପାନୀ ଆଦି ଖୋଲା ରହିବ।
ସ୍ବାସ୍ଥ୍ୟସେବା: ନୂଆ ଗାଇଡଲାଇନ ଅନୁଯାୟୀ ସମସ୍ତ ସ୍ବାସ୍ଥ୍ୟସେବା ଓ ସାମାଜିକ ସେକ୍ଟର ଖୋଲା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

୧୧ ସେପ୍ଟେମ୍ବର ତୁଳା ସମେତ ୪ ରାଶିଙ୍କ ପାଇଁ ହେବ ସ୍ବତନ୍ତ୍ର: ଘଟିବ ଏଭଳି ଯାହା କେବେ ଭାବିନଥିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬, ଅର୍ଥାତ୍‌ କୁଶାଗ୍ରହଣୀ ଅମାବାସ୍ୟା ଦିନ ଶୁକ୍ର ଗ୍ରହ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଦେବ ୨୪ ଅକ୍ଟୋବର ପର୍ଯ୍ୟନ୍ତ…

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

ଦୁର୍ଗାପୂଜାରେ ବାଜିବ ନାହିଁ ଡିଜେ, ଅଷ୍ଟମୀ ହେବ ‘ଡ୍ରାଏ ଡେ’…, ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେବ ଭାଜପା ସରକାର

କୋଲକାତା,୮।୯: ଅକ୍ଟୋବର ୧୧ରେ ସାରା ଦେଶରେ ନବରାତ୍ରି ପର୍ବ ଆରମ୍ଭ ହେବ। ଏହି ଅବସରରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ୭୫ ବର୍ଷ ପରେ…

୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ…

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri