୨୦ ଦିନ ହେଲା ଶଙ୍କରା ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ପ୍ୟାକ୍ସରେ ତାଲା

ବିନିକା,୧୧ା୬(ଡି.ଏନ୍‌.ଏ.)-ବିନିକା ବ୍ଲକର ଶଙ୍କରା ଧାନମଣ୍ଡିଠାରେ ଗତ ୨୦ ଦିନ ହେଲା ୭ ହଜାର ପ୍ୟାକେଟ୍‌ ଧାନ ବିକ୍ରି ପାଇଁ ଖୋଲା ଆକାଶ ତଳେ ପଡି ରହିଛି ା ଧାନ କିପରି ବିକ୍ରି ହେବ ସେ ନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏହାର ପ୍ରତିବାଦରେ ଚାଷୀମାନେ ଗୁରୁବାର ଶଙ୍କରା ପ୍ୟାକ୍ସ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ା ଅପରାହ୍ନ ପ୍ରାୟ ୪ଟା ସମୟରେ ଚାଷୀନେତା ସର୍ଜନ ପଣ୍ଡା , ସମବାୟ ଅଧିକାରୀ ଶରତ ମେହେର ଏବଂ ଶଙ୍କରା ପ୍ୟାକ୍ସ ସମ୍ପାଦକ ବିଶ୍ୱନାଥ ମିଶ୍ର ସ୍ଥାନୀୟ ଚାଷୀଙ୍କ ସହିତ ଆଲୋଚନା କରିଥିବା ବେଳେ ସମାଧାନର କୌଣସି ସୂତ୍ର ବାହାରି ନାହିଁ ା ଏପଟେ ଚାଷୀକୁଳ ଜିଦ୍‌ରେ ଅଟଳ ରହିଛନ୍ତି ା ମଣ୍ଡିରୁ ଧାନ ନ ଉଠିଲେ ଆଗକୁ ପ୍ରତିବାଦ ଜୋରଦାର ହେବ ବୋଲି ଚାଷୀ ବିକ୍ରମାଦିତ୍ୟ ଶତପଥୀ ,ଭୀଷ୍ମ ନାଏକ ,ବୃନ୍ଦାବନ ନାଏକ ,ଲକ୍ଷ୍ମଣ କର୍ଣ ,ଲଳିତ କର୍ଣ ,ରାମପ୍ରସାଦ ବାଘ ,ସୌମିତ୍ରୀ ଶତପଥୀ ,ଗୌରହରି ସାହୁ ,ସତ୍ୟ ପଧାନ ,ବିଭୀଷଣ ବାଗ୍‌ ପ୍ରମୁଖ ଚେତାବନୀ ଦେଇଛନ୍ତି ା
କରୋନା କଟକଣା ଯୋଗୁ ରୋଜଗାରର ବାଟ ବନ୍ଦ ହୋଇଥିବା ବେଳେ ଚାଷୀମାନେ ଧାନ ବିକି ପରିବାର ଚଳାଇବା ଚିନ୍ତାରେ ଅଛନ୍ତି ା ଏଭଳି ପରିସ୍ଥିତିରେ ଦିନ ଦିନ ଧରି ମଣ୍ଡିରେ ଧାନ ପଡି ରହିବା ଓ ବର୍ଷାରେ ଭିଜିବା ଚାଷୀଙ୍କ ନିଦ ହଜାଇ ଦେଇଛି ା ଅଧିକାଂଶ ଚାଷୀ ମଣ୍ଡିରେ ଧାନକୁ ଜଗି ରହିବା ଦେଖିବାକୁ ମିଳିଛି ା ଯେଉଁମାନେ ଧାର କରଜ କରି କିମ୍ବା ଋଣ ନେଇ ଚାଷ କରିଥିଲେ ସେମାନେ ଧାନ ବିକ୍ରିରେ ବିଳମ୍ବ ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଲଗାତାର ଭାବେ ଧାନଚାଷରେ ରୋଗପୋକ ଉପଦ୍ରବ ଓ କରାମାଡ ଯୋଗୁ ଫସଲ ନଷ୍ଟ ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ା ଏଥିପ୍ରତି ଦୃଷ୍ଟି ନ ଦେଇ ଶଙ୍କରା ପ୍ୟାକ୍ସ ସମ୍ପାଦକ ମିଶ୍ର ଟାର୍ଗେଟ ଆସି ନ ଥିବା କହି ଧାନ କିଣା ଗଡାଇ ଚାଲିଥିବାରୁ ଚାଷୀମାନେ ଏ ନେଇ ବିନିକା ଥାନାରେ ଅଭିଯୋଗ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ସମିତି ସଭ୍ୟଙ୍କୁ ଗୁଳିମାରି ହତ୍ୟା: ବଢୁଛି ସନ୍ଦେହ, କାର୍‌ ଭିତରେ ଥିବା ସମୟରେ…

ଡୁଙ୍ଗୁରିପାଲି,୧୧।୯:ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ସୀମାବର୍ତ୍ତୀ କେବାଡ଼ ଜିରୋ ଆଡି କେନାଲ ନିକଟରେ ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୪୦)ଙ୍କୁ ଗୁଳିମାରି ହତ୍ୟା କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?