୨ରୁ ମିଶନ ଇନ୍ଦ୍ରଧନୁଷ: ଶତ ପ୍ରତିଶତ ଟିକାକରଣ ନିର୍ଦ୍ଦେଶ

ଭୁବନେଶ୍ୱର, ୧ା୧୨(ବ୍ୟୁରୋ): ଆସନ୍ତା ୨ ତାରିଖରୁ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ‘ମିଶନ ଇନ୍ଦ୍ରଧନୁଷ୍‌-୨’ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ୬ ଜିଲା ଯଥା ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ଢେଙ୍କାନାଳ ଓ ରାୟଗଡ଼ାରେ ଟିକାକରଣ କରାଯିବ। ଏ ନେଇ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସମୀକ୍ଷା କରିଛନ୍ତି। ଏ ସମସ୍ତ ଜିଲାର ଜିଲାପାଳ, ସିଡିଏମ୍‌ଓ ଏବଂ ଅନ୍ୟ ପଦାଧିକାରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି। ଜିଲାର ସମସ୍ତ ଗ୍ରାମ, ପଡ଼ା ଓ ବସ୍ତିଗୁଡ଼ିକରେ ଥିବା ପିଲା ଏବଂ ଗର୍ଭବତୀ ମହିଳାଙ୍କ ସମେତ ପୂର୍ବଥର ଟିକାକରଣରୁ ବାଦ୍‌ ପଡ଼ିଥିବା ସମସ୍ତଙ୍କୁ ଏଥିରେ ସାମିଲ କରିବାକୁ କୁହାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଶତ ପ୍ରତିଶତ ଟିକାକରଣ କରିବାକୁ ସଚିବ ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି।

ତାଙ୍କ ସୂଚନାନୁସାରେ, ମୋଟ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ କରାଯାଇ ଅନ୍ୟ ସମସ୍ତ ଜିଲାକୁ ଅନ୍ତର୍ଭୁକ୍ତ କରାଯିବ। ମିଶନ ଇନ୍ଦ୍ରଧନୁଷ-୨ର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ୨୦୨୦ ଜାନୁୟାରୀ ୬ରୁ ଆରମ୍ଭ ହେବ। ସେହିଭଳି ଫେବୃୟାରୀ ୩ରେ ତୃତୀୟ ଓ ମାର୍ଚ୍ଚ ୨ରେ ଚତୁର୍ଥ ପର୍ଯ୍ୟାୟ ଟିକାକରଣ କରାଯିବ। ଅଭିଜ୍ଞତା ଆଧାରରେ ଏହି ମିଶନର ସଫଳତା ଲାଗି ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଜିଲା ସ୍ତରରେ ତାଲିମ ଦିଆଯିବ। ଟିକାଦାନ ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହିତ ସେମାନେ ଯେଭଳି ସମସ୍ତେ ଟିକା ନେବେ ସେଥିପାଇଁ ସ୍ବାସ୍ଥ୍ୟକର୍ମୀମାନେ ତୃଣମୂଳ ସ୍ତରରେ ଉଦ୍ୟମ କରିବେ। ଦୁଇବର୍ଷରୁ କମ୍‌ ବୟସର ଶିଶୁ ଓ ଗର୍ଭବତୀ ମହିଳା ଯେଭଳି ନିଶ୍ଚିତ ଭାବେ ଟିକା ନେବେ ତାହା ଉପରେ ଶାଳିନୀ ପଣ୍ଡିତ ସର୍ବାଧିକ ଗୁରୁତ୍ୱରୋପ କରିଛନ୍ତି। ଜିଲାରେ ଥିବା ସମସ୍ତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ମିଶନ ଇନ୍ଦ୍ରଧନୁଷ୍‌-୨ ରେ ସାମିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତଙ୍କୁ ଟିକାକରଣ ପାଇଁ ସ୍ବାସ୍ଥ୍ୟ ମିଶନ ତରଫରୁ ଅଫିସରଙ୍କ ଲାଗି ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଟିକାଦାନ ପାଇଁ ଯୋଗ୍ୟ ବିବେଚିତଙ୍କୁ ଚିହ୍ନଟ ସହିତ ସେମାନଙ୍କର ସମସ୍ତ ସୂଚନା ମିଶନ ଇନ୍ଦ୍ରଧନୁଷ୍‌ ପୋର୍ଟାଲରେ ଅପଲୋଡ୍‌ କରିବା ପାଇଁ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

Mettle Meet 2026: ସିନିୟର ବର୍ଗରେ ଚାମ୍ପିୟନ୍ ହେଲା ଆଇଆଇଟି ଖଡ଼ଗପୁର

ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri