୨ ମାସ ହେବ ବିଦ୍ୟୁତ୍‌ ସେବା ଅଚଳ: ସମାଧାନ ନେଇ ଗ୍ରାମବାସୀଙ୍କ ଚେତାବନୀ

କୋରୁକୋଣ୍ଡା, ୨୪।୯ (ଡ଼ି.ଏନ୍‌.ଏ) : ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ଡୁରୁକାଗୁଡା ଗ୍ରାମରେ ପ୍ରାୟ ଦୁଇ ମାସରୁ ଊଦ୍ଧର୍‌ବ ହେବ ବିଦ୍ୟୁତ୍‌ ସେବା ଅଚଳ ହୋଇପଡିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, କମ୍ପାନୀ ଆନ୍ଧ୍ରର ଏକ ଠିକାଦାରଙ୍କୁ ଏହି କାମ କରିବାକୁ ଦେଇଥିଲା। ମାତ୍ର ପୂର୍ବରୁ ଅନ୍ଧକାରରେ ରହୁଥିବା ଗ୍ରାମବାସୀଙ୍କୁ ଠିକାଦାର କାମରେ ନିୟୋଜିତ କରିଥିଲେ ଏବଂ ସେମାନଙ୍କୁ ତାଙ୍କର ପାରିଶ୍ରମିକ ମୂଲ୍ୟ ନ ଦେଇ ଠକି ଚାଲିଯାଇଥିଲେ। ଠିକାଦାର ନିମ୍ନ ମାନର ଟ୍ରାନ୍ସଫର୍ମର ବସାଇଥିବା ହେତୁ ଅଳ୍ପ ଦିନ ମଧ୍ୟରେ ତାହା ଅଚଳ ହୋଇପଡିଲା। ପରେ ବିଦ୍ୟୁତ ବିଭାଗ ଆସି ଟ୍ରାନ୍ସଫର୍ମର ମରାମତି କରିବ ବୋଲି କହି ତାହାକୁ ନେଇଯାଇଥିଲା। ମାତ୍ର ତାହା ଏଯାବତ୍‌ ମରାମତି ହୋଇ ଆସି ପାରିଲା ନାହିଁ। ଏ ନେଇ ଗ୍ରାମବାସୀ ଉକ୍ତ କମ୍ପାନୀକୁ ଯାଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେଣୁ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ସେପ୍ଟେମ୍ବର ୭ରେ କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ସରାବୁଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏ ପର୍ଯ୍ୟନ୍ତ ଫଳ ମିଳି ନାହିଁ । ତେଣୁ ଏହାର ଯଦି ସ୍ଥାୟୀ ସମାଧାନ ନ ହୁଏ ତାହେଲେ, ଗ୍ରାମବାସୀ ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ମଙ୍ଗଳବାର ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠାରେ ଲୋକଙ୍କୁ ମିଳିଲା ବିଶୁଦ୍ଧ ପାଣି

ବେଲଗୁଣ୍ଠା, ୪।୮ (କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍.ଏ.ସି. ଅନ୍ତର୍ଗତ ୧୨ ଏବଂ ୧୩ ନମ୍ବର ୱାର୍ଡ ଭଗବତପାଟଣା ଓ ଧନିଜାପଲ୍ଲୀରେ ବିଗତ କିଛି…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ: ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ କୃଷକଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡ଼ି,୪।୮(ଅରୁଣ ସାହୁ): କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଅଞ୍ଚଳରେ ଲଗାଣ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ପାଟଣା କଲେଜର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗନ୍ନାଥ ମହାନ୍ତ

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ରିଡର ଜଗନ୍ନାଥ…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri